ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି) ର ଶୁଭାରମ୍ଭ କରିବେ ଶ୍ରୀ ନିତିନ ଗଡକରୀ
प्रविष्टि तिथि:
20 AUG 2023 2:49PM by PIB Bhubaneshwar
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ୨୨ ଅଗଷ୍ଟ ୨୦୨୩ରେ ବହୁ ପ୍ରତୀକ୍ଷିତ ଭାରତ ନୂତନ କାର ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିବେ । ଭାରତରେ ମୋଟର ଯାନର ସୁରକ୍ଷା ମାନକୁ ୩.୫ ଟନ୍ କୁ ବୃଦ୍ଧି କରି ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବଜାରରେ ଉପଲବ୍ଧ ମୋଟର ଯାନର ଦୁର୍ଘଟଣା ନିରାପତ୍ତାର ତୁଳନାତ୍ମକ ଆକଳନ କରିବା ପାଇଁ କାର୍ ଗ୍ରାହକମାନଙ୍କୁ ଏକ ଉପକରଣ ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମ ଅଧୀନରେ କାର୍ ନିର୍ମାତାମାନେ ସ୍ବେଚ୍ଛାକୃତ ଭାବେ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍) ୧୯୭ ଅନୁଯାୟୀ ପରୀକ୍ଷା କରାଯାଇଥିବା କାର୍ ପ୍ରଦାନ କରିପାରିବେ। ପରୀକ୍ଷଣରେ କାରର ପ୍ରଦର୍ଶନ କୁ ଆଧାର କରି କାରକୁ ଆଡଲ୍ଟ୍ ଅକ୍ୟୁପାଣ୍ଟସ୍ (ଏଓପି) ଏବଂ ଚାଇଲ୍ଡ୍ ଅକ୍ୟୁପାଣ୍ଟ (ସିଓପି) ପାଇଁ ଷ୍ଟାର ରେଟିଂ ପ୍ରଦାନ କରାଯିବ। ସମ୍ଭାବ୍ୟ କାର୍ ଗ୍ରାହକମାନେ ବିଭିନ୍ନ ଯାନର ନିରାପତ୍ତା ମାନକ ତୁଳନା କରିବା ପାଇଁ ଏହି ଷ୍ଟାର ରେଟିଂକୁ ଦେଖିପାରିବେ ଏବଂ ସେହି ଅନୁଯାୟୀ ସେମାନଙ୍କର କ୍ରୟ-ନିଷ୍ପତ୍ତି ନେଇପାରିବେ ।
ଏହା ଆଶା କରାଯାଉଛି ଯେ ସୁରକ୍ଷିତ କାର୍ ର ଚାହିଦା ବୃଦ୍ଧି ପାଇବ, ଯାହା କାର୍ ନିର୍ମାତାଙ୍କୁ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ଉତ୍ସାହିତ କରିବ। ଉଚ୍ଚ ନିରାପତ୍ତା ମାନକ ସହିତ ଭାରତୀୟ କାର୍ ବିଶ୍ୱ ବଜାରରେ ଭଲ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହେବ ଏବଂ ଭାରତରେ କାର ନିର୍ମାତାଙ୍କ ରପ୍ତାନି କ୍ଷମତା ବୃଦ୍ଧି କରିବ । ଏହି କାର୍ଯ୍ୟକ୍ରମ ଭାରତରେ ଏକ ସମ୍ବେଦନଶୀଳ ସୁରକ୍ଷିତ କାର୍ ବଜାରର ବିକାଶ କରିବ ବୋଲି ଆଶା କରାଯାଉଛି।
HS
(रिलीज़ आईडी: 1950657)
आगंतुक पटल : 182