ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ପୁରୀ ଓ ଭୁବନେଶ୍ୱର ଠାରେ ଆସନ୍ତାକାଲି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2023 7:53PM by PIB Bhubaneswar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଅର୍ଥ କର୍ପୋରେଟ୍ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆସନ୍ତାକାଲି, ୧୭ ଅଗଷ୍ଟ ୨୦୨୩ରେ ପୁରୀ ଭୁବନେଶ୍ୱର ଠାରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିବେ

ଉଭୟ କେନ୍ଦ୍ର ମନ୍ତ୍ରୀ ଦେଶର ଐତିହ୍ୟ ପ୍ରଗତି ପ୍ରତି ସମର୍ପିତ ‘‘ମେରୀ ମାଟି ମେରା ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ଏହାବ୍ୟତୀତ ସେମାନେ ନିମ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ:

  • ଗୁରୁବାର ସକାଳ ପ୍ରାୟ ୭ଟାରେ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ଶହ ଶହ ବର୍ଷ ପୁରୁଣା ପରମ୍ପରା ପ୍ରତି ସମ୍ମାନ ବ୍ୟକ୍ତ କରିବେ
  • ଏହାପରେ ସକାଳ ପ୍ରାୟ ୮ଟା ସମୟରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରାମେରୀ ମାଟି ମେରା ଦେଶବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ ପୁରୀ ବ୍ଲୁ ଫ୍ଲାଗ୍ବେଳାଭୂମି ଠାରେ ବାଲୁକା କଳାକୃତି ନିର୍ମାଣ କରାଯିବ
  • ସକାଳ ୯ଟା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ମେରୀ ମାଟି ମେରା ଦେଶକାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହିତ ପଞ୍ଚ ପ୍ରାଣ ଶପଥ ଗ୍ରହଣ କରିବେ
  • ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଏବଂ ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିବେ
  • ଏହାପରେ ଉଭୟ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଆସିବେ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଠାରେ କୁଇ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ
  • ଆସନ୍ତାକାଲି ଅପରାହ୍ଣ ୫ଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ବୌଦ୍ଧିକ ବିନିମୟ ଓ ବୃତ୍ତିଗତ ବିକାଶ ପାଇଁ ବିଚାରବିମର୍ଶ କରାଯିବ

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆମ ଐତିହ୍ୟ ସଂରକ୍ଷଣ, ଆମ ମାତୃଭୂମି ସହ ସମ୍ପର୍କ ସ୍ଥାପନ ଏବଂ ପରିବେଶ ଆମ ରାଷ୍ଟ୍ର ପ୍ରତି ରହିଥିବା ଉତ୍ତରଦାୟିତ୍ୱ ଭାବନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ

 

*****

P.S.


(ରିଲିଜ ଆଡି: 1949691) ପରିଦର୍ଶକ କାଉଣ୍ଟର : 197
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Telugu