କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ସମାଜର ବିଭିନ୍ନ ବର୍ଗର ସ୍ୱତନ୍ତ୍ର ଅତିଥି


ଓଡ଼ିଶାରୁ ଦୁଇ ମତ୍ସ୍ୟଜୀବୀ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ଓ ଅମୃତ ସରୋବର ହିତାଧିକାରୀଙ୍କୁ ମିଳିଲା ନିମନ୍ତ୍ରଣ

ଲାଲକିଲ୍ଲାଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରତ୍ୟକ୍ଷ ଭାବେ ଶୁଣିବା ଲାଗି ସ୍ୱତନ୍ତ୍ର ଅତିଥିଙ୍କୁ ମିଳିବ ସୁଯୋଗ

प्रविष्टि तिथि: 11 AUG 2023 12:11PM by PIB Bhubaneshwar

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ଲାଗି ଦେଶର କୋଣଅନୁକୋଣରୁ ପ୍ରାୟ ୧,୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ସମାରୋହରେ ଏସବୁ ସ୍ୱତନ୍ତ୍ର ଅତିଥିମାନଙ୍କୁ ଦେଖିବାକୁ ମିଳିବ ।

ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ଭାଇବ୍ରେଣ୍ଟ ଗ୍ରାମ ଯୋଜନାର ସରପଞ୍ଚ, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ଚାଷୀ, ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାମ କରିଥିବା ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ସୀମା ସଡ଼କ ସଂଗଠନର ଶ୍ରମିକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ, ତଥା ଅମୃତ ସରୋବର ପ୍ରକଳ୍ପ ଏବଂ ହର ଘର ଜଲ ପ୍ରକଳ୍ପରେ ସହାୟତା କରିଥିବା ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ଜୀବନସାଥୀଙ୍କ ସହ ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଉପସ୍ଥିତ ରହିବେ ।

ଓଡ଼ିଶାର ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମିଳିଛି । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଣ୍ଡା ଆଲାୟା ଏବଂ କେ ସରସ୍ୱତୀ । ଏହାବ୍ୟତୀତ ଅମୃତ ସରୋବର ଯୋଜନାରେ ସହଯୋଗ କରିଥିବା ହିତାଧିକାରୀ ବଲାଙ୍ଗିର ଜିଲ୍ଲାର ଯାଜ୍ଞସେନୀ ପଟେଲ, ଗଞ୍ଜାମର ସାବିତ୍ରୀ ଦାସ, କୋରାପୁଟର ଅକ୍ଷୟ କୁମାର ଜୟଫୁଲାଙ୍କୁ ମଧ୍ୟ ନୂଆଦିଲ୍ଲୀ ଆସିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିମନ୍ତ୍ରଣ ମିଳିଛି । ଓଡ଼ିଶାରୁ ନିମନ୍ତ୍ରିତ ହୋଇଥିବା ଆଉ ଜଣେ ସ୍ୱତନ୍ତ୍ର ଅତିଥି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ତଥା ଚାଷୀ ଯୁବରାଜ ଛତ୍ରିଆ । କେନ୍ଦ୍ର ସରକାରଙ୍କ ଠାରୁ ନିମନ୍ତ୍ରଣ ପାଇ ଜାତୀୟସ୍ତରର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିବାରୁ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

****

P.S.


(रिलीज़ आईडी: 1947827) आगंतुक पटल : 120
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Tamil , Telugu , Kannada