ଖଣି ମନ୍ତ୍ରଣାଳୟ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍‌ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

Posted On: 31 JUL 2023 4:21PM by PIB Bhubaneshwar

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି ।

ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ । ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି ।

ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ ପାଣ୍ଠି ଆବଣ୍ଟନକୁ ବଢ଼ାଇବା ଲାଗି ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଡିଏମଏଫ ଅଧୀନରେ ମୋଟ ଆବଣ୍ଟନ ଏବଂ ସଂଗ୍ରହ ପରିମାଣ ୯୭% ରହିଛି ଯାହାର ତାଲିକା ନିମ୍ନରେ ଦିଆଗଲା -

ପିଏମକେକେକେୱାଇ ଅଧୀନରେ ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ :

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି ।

**********

P.S.



(Release ID: 1944466) Visitor Counter : 89


Read this release in: English , Urdu , Tamil , Kannada