ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଅଣ ବାସମତୀ ଧଳା ଚାଉଳର ରପ୍ତାନି ନୀତିରେ ସଂଶୋଧନ କରିଛି


ଅଣ ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା କେନ୍ଦ୍ର

ଆଗାମୀ ପାର୍ବଣ ଋତୁରେ କମ୍ ମୂଲ୍ୟ ଏବଂ ଉପଲବ୍ଧତା ନିଶ୍ଚିତ କରିବ ଏହି ନିଷ୍ପତ୍ତି

Posted On: 20 JUL 2023 6:26PM by PIB Bhubaneshwar

ଭାରତୀୟ ବଜାରରେ ଅଣ ବାସମତୀ ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ' ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି ।

ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି । ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି ପାଇଛି ।

ଅଣ- ବାସମତୀ ଧଳା ଚାଉଳ ଦର ହ୍ରାସ ସହିତ ଘରୋଇ ବଜାରରେ ଉପଲବ୍ଧତା ପାଇଁ ଏହା ଉପରେ ୨୦% ରପ୍ତାନି ଶୁଳ୍କ ମୂଲ୍ୟ ୦୮.୦୯.୨୦୨୨ ରେ ଲାଗୁ କରାଯାଇଥିଲା । ୨୦% ରପ୍ତାନି ଶୁଳ୍କ ଲାଗୁ ହେବା ପରେ ମଧ୍ୟ ଏହି କିସମର ଚାଉଳ ରପ୍ତାନି ୩୩.୬୬ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୧-୨୨) ରୁ ୪୨.୧୨ ଏଲଏମଟି (ସେପ୍ଟେମ୍ବର-ମାର୍ଚ୍ଚ ୨୦୨୨-୨୩) କୁ ବୃଦ୍ଧି ପାଇଥିଲା । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ରେ, ଏହି ପ୍ରକାରର ଚାଉଳ ରପ୍ତାନି ପ୍ରାୟ ୧୫.୫୪ ଏଲଏମଟି ରହିଛି ଯାହା ୨୦୨୨-୨୩ ଆର୍ଥିକ ବର୍ଷର (ଏପ୍ରିଲ୍‌-ଜୁନ୍‌) ସମୟରେ କେବଳ ୧୧.୫୫ ଏଲଏମଟି ଥିଲା, ଅର୍ଥାତ୍‍ ଏହା ୩୫% ବୃଦ୍ଧି ପାଇଛି । ରପ୍ତାନିରେ ଏହି ଦ୍ରୁତ ଅଭିବୃଦ୍ଧି ଅର୍ନ୍ତଜାତୀୟ ବଜାରରେ ଦରବୃଦ୍ଧି, ଭୂ-ରାଜନୈତିକ ପରିସ୍ଥିତି, ଏଲ୍ ନିନୋ ପ୍ରଭାବ ଏବଂ ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶରେ ପ୍ରତିକୂଳ ଜଳବାୟୁ ପରିସ୍ଥିତିର କାରଣକୁ ଦାୟୀ କରାଯାଉଛି । 

ଅଣ- ବାସମତୀ ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫% ଅଟେ । ଅଣ- ବାସମତୀ ଧଳା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଦେଶରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ କରିବ ।

ଅବଶ୍ୟ, ଚାଉଳ ରପ୍ତାନୀର ସିଂହ ଭାଗ ଥିବା ଅଣ ବାସମତି ଚାଉଳ (ଉଷୁନା ଚାଉଳ) ଏବଂ ବାସମତି ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ନିଶ୍ଚିତ କରିବ ଯେ କୃଷକମାନେ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅନୁଯାୟୀ ଲାଭ ପାଇବା ଜାରି ରଖିବେ ।

HS



(Release ID: 1941241) Visitor Counter : 225


Read this release in: English , Urdu , Hindi , Bengali