ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

‘ଭାରତ୍‌ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ


କିଲୋ ପ୍ରତି ୬୦ ଟଙ୍କା ଦରରେ ମିଳିବ ଏକ କିଲୋଗ୍ରାମ ପ୍ୟାକ୍‌ ଏବଂ କିଲୋପ୍ରତି ୫୫ ଟଙ୍କାରେ ମିଳିବ ୩୦ କିଲୋଗ୍ରାମ ପ୍ୟାକ୍‌

Posted On: 17 JUL 2023 5:45PM by PIB Bhubaneshwar

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ ।

ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଆଉଟଲେଟ୍‌ ଚଣା ଡାଲିକୁ ବିକ୍ରି କରୁଛନ୍ତି । ‘ଭାରତ ଡାଲ୍‌’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । 

ନାଫେଡ୍‌ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଳ ଆଉଟଲେଟ୍‌ ମାଧ୍ୟମରେ ବିତରଣ କରାଯାଇଥାଏ। ଏହି ବ୍ୟବସ୍ଥା ଅଧୀନରେ, ରାଜ୍ୟ ସରକାରମାନଙ୍କୁ ଚଣା ଡାଲି ମଧ୍ୟ ଯୋଗାଇ ଦିଆଯାଇଛି । ଯାହାକୁ ସେମାନେ ନିଜର କଲ୍ୟାଣକାରୀ ଯୋଜନା, ପୁଲିସ, ଜେଲ ଏବଂ ଉପଭୋକ୍ତା ସମବାୟ ଦୋକାନଗୁଡ଼ିକୁ ବିତରଣ କରିପାରିବେ ।

ଚଣା ଡାଲି ଭାରତରେ ସବୁଠୁ ଅଧିକ ମାତ୍ରାରେ ଉତ୍ପାଦିତ ହୋଇଥାଏ। ସାରା ଭାରତରେ ଅନେକ ରୂପରେ ଏହାର ଉପଯୋଗ କରାଯାଇଥାଏ। ସାଲାଡ୍‌ ପ୍ରସ୍ତୁତ କରିବା ଲାଗି ଗୋଟା ଚଣାକୁ ଭିଜାଇ ସିଝା ଯାଏ। ଭଜା ହୋଇଥିବା ଚଣାକୁ ଜଳଖିଆ ରୂପରେ ପରଷି ଦିଆଯାଏ। ଛଣା ହୋଇଥିବା ଚଣା ଡାଲିକୁ ହରଡ଼ ଡାଲି, ତରକାରୀ ଏବଂ ସୁପ୍‌ର ବିକଳ୍ପ ରୂପରେ ଉପଯୋଗ କରାଯାଏ। ଚଣା ବେସନ ଛଣା ଖାଦ୍ୟ ସାମଗ୍ରୀ ଏବଂ ମିଠେଇ ପାଇଁ ଏକ ପ୍ରମୁଖ ଉପଦାନ ରୂପରେ ବ୍ୟବହୃତ ହୁଏ। ଚଣାର ଅନେକ ପୁଷ୍ଟିକର ଗୁଣ ରହିଛି । ଏଥିରେ ଫାଇବର, ଆଇରନ୍‌, ପଟାସିୟମ, ଭିଟାମିନ୍‌ ବି, ସେଲେନିୟମ, ଭିଟା କ୍ୟାରୋଟିନ ଏବଂ କୋଲିନ୍‌ ପରିପୂର୍ଣ୍ଣ ହୋଇ ରହିଛି । ମଣିଷ ଶରୀରରେ ଏନିମିୟା, ରକ୍ତ ସର୍କରା, ହାଡ଼ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରିବା ଲାଗି ଏହା ଏକ ଉପଯୋଗୀ ଖାଦ୍ୟ ଦ୍ରବ୍ୟ।

*****

P.S.



(Release ID: 1940301) Visitor Counter : 159