ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ଗୃହ ଏବଂ ସହଯୋଗୀ ମନ୍ତ୍ରୀ ଶ୍ରୀ ଅମିତ ଶାହା ହରିୟାଣାର ଗୁରୁଗ୍ରାମରେ ‘ଏନଏଫଟିଏସ, ଏଆଇ ଏବଂ ମେଟାଭର୍ସର ଯୁଗରେ ଅପରାଧ ଏବଂ ସୁରକ୍ଷା ଉପରେ ଜି-୨୦ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନରେ ସମ୍ବୋଧନର ମୂଳପାଠ

Posted On: 13 JUL 2023 2:50PM by PIB Bhubaneshwar

ପ୍ରତିଷ୍ଠିତ ପ୍ରତିନିଧିମାନେ, ସମ୍ମାନିତ ଅତିଥିମାନେ । …ନମସ୍କାର

ମୁଁ, ଭାରତକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରିବା ଅବସରରେ ନିଜର କଥା ଆରମ୍ଭ କରୁଛି । ସେହି ଭୂମି ଉପରକୁ ଆପଣଙ୍କୁ ସ୍ୱାଗତ, ଯେଉଁଠାରେ ‘ଐତିହ୍ୟ’ ଏବଂ ‘ଟେକ୍ନୋଲୋଜି’ ଡ୍ରିଭେନ ଡେଭଲପମେଣ୍ଟ ସହିତ ଚାଲିଛି ।

“ନାଁନ-ଫଁଜିବଲ ଟୋକନ (ଏନଏଫଟି), ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଏବଂ ମେଟାଭସ;ର ଯୁଗରେ ଅପରାଧ ଏବଂ ସୁରକ୍ଷା” ବିଷୟ ଉପରେ ଏହି ମହତ୍ୱପୂର୍ଣ୍ଣ ଜି-୨୦ ସମ୍ମିଳନୀରେ, ଆଜି ମୋ ସହିତ ସାମିଲ ହୋଇଥିବା ଯୋଗୁ ଆପଣଙ୍କୁ ଧନ୍ୟବାଦ...

ଏହି ସମ୍ମାନଜନକ ସଭାରେ, ମୁଁ, ଦ୍ରୁତ ଗତିରେ ଯୋଡ଼ି ହେଉଥିବା ବିଶ୍ୱରେ ସାଇବର ରେଜିଲିଏନ୍ସ ସ୍ଥାପନ କରିବା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ଉଭୟ ସ୍ତରରେ ସହଯୋଗର ଆବଶ୍ୟକତା ଉପରେ ଜୋର ଦେବାକୁ ଚାହିଁବି ।

ଆପଣ ସମସ୍ତେ ଜାଣିଥିବେ ଚଳିତ ବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି । ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟ- ‘ବସୁଧୈବ କୁଟୁମ୍ବକମ’ ଅର୍ଥାତ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଅଟେ, ଯାହା ଆମର ପୁରାତନ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଇଥାଏ ।

ଏହି ବାକ୍ୟ ବୋଧହୁଏ ଆଜିର ‘ଡିଜିଟାଲ ଦୁନିଆ’ ପାଇଁ ସବୁଠାରୁ ଅଧିକ ଜଡ଼ିତ ହୋଇ ରହିଛି ।

ଟେକ୍ନୋଲୋଜି ସମସ୍ତ ପାରମ୍ପରିକ ଭୌଗଳିକ, ରାଜନୈତିକ ତଥା ଆର୍ଥିକ ସୀମାକୁ ମଧ୍ୟ ଅତିକ୍ରମ କରିସାରିଛି । ଆଜି ଆମେ ଏକ ବଡ଼ ଗ୍ଲୋବାଲ ଡିଜିଟାଲ ଗାଁରେ ରହୁଛୁ ।

ହୁଏତ ଟେକ୍ନୋଲୋଜି ମଣିଷ, ସମ୍ପ୍ରଦାୟ ଏବଂ ଦେଶକୁ ଆହୁରି ନିକଟକୁ ଆଣିବାକୁ ଥିବା ଏକ ସକାରାତ୍ମକ ଉନ୍ନତି ଅଟେ, କିନ୍ତୁ କିଛି ଅଣ ସାମାଜିକ ଜିନିଷଗୁଡ଼ିକ ତଥା ସ୍ୱାର୍ଥ ବୈଶ୍ୱିକ ଶକ୍ତି ମଧ୍ୟ ଅଛି, ଯାହା ଜନସାଧାରଣଙ୍କୁ ଏବଂ ସରକାରଙ୍କୁ, ଆର୍ଥିକ ତଥା ସାମାଜିକ କ୍ଷତି ପହଞ୍ଚାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ।

ସେଥିପାଇଁ, ଏହି ସମ୍ମିଳନୀ ଅଧିକ ମହତ୍ୱପୂର୍ଣ୍ଣ ହୋଇ ଯାଇଥାଏ, କାରଣ ଏହା ଡିଜିଟାଲ ଦୁନିଆର ସମସ୍ତଙ୍କ ପାଇଁ ସୁରକ୍ଷିତ ରଖିବାରେ, ସହଯୋଗିତା ରକ୍ଷା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ବୈଶ୍ୱିକ ମୁହୂର୍ତ୍ତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର କହିବା କଥା ଯେ, ‘ସାଇବର ସୁରକ୍ଷା ବର୍ତ୍ତମାନ କେବଳ ଡିଜିଟାଲ ଦୁନିଆ ପର୍ଯ୍ୟନ୍ତ ହିଁ ସୀମିତ ନାହିଁ । ଏହା ଏକ ଜାତୀୟ ସୁରକ୍ଷା - ବୈଶ୍ୱିକ ସୁରକ୍ଷାର ମାମଲା ହୋଇଯାଇଛି ।’

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଟେକ୍ନୋଲୋଜିକୁ ମାନବିକ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ସେ ଟେକ୍ନୋଲୋଜିର ଉପଯୋଗରେ ‘କରୁଣା’ ଏବଂ ‘ସମ୍ବେଦନଶୀଳତା’ ସୁନିଶ୍ଚିତ କରିବା ପାଇଁ ‘ଇଣ୍ଟରନେଟ ଅଫ୍ ଥିଙ୍ଗସ’କୁ ‘ଇମୋସନ୍ସ ଅଫ୍ ଥିଙ୍ଗସ’ ସହ ଯୋଡ଼ିଛନ୍ତି ।

ମୋଦି ଜୀଙ୍କ ନେତୃତ୍ୱରେ, ଭାରତ ଭୂପୃଷ୍ଠରେ ପ୍ରକଟ ହେଉଥିବା ଟେକ୍ନୋଲୋଜିକୁ ଆପଣାଇବାରେ ଅଗ୍ରଣୀ ରହିଛି । ଆମର ଉଦେଶ୍ୟ ଏହା ଯେ ସମାଜର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଆଧୁନିକ ଟେକ୍ନୋଲୋଜିକୁ ଅଧିକ ସୁଲଭ ଏବଂ କମ୍ ଖର୍ଚ୍ଚ କରିବାବାଲା କରିବାକୁ ହେବ ।

ଆଜି ୮୪୦ ମିଲିଅନ ଭାରତୀୟ ମାନଙ୍କର ଅନଲାଇନ ଉପସ୍ଥିତି ରହିଛି ଏବଂ ୨୦୨୫ ପର୍ଯ୍ୟନ୍ତ ଏବଂ ୪୦୦ ମିଲିଅନ ଭାରତୀୟ ଡିଜିଟାଲ ଦୁନିଆରେ ପ୍ରବେଶ କରିବେ ।

୯ ବର୍ଷରେ ଇଣ୍ଟରନେଟ କନେକ୍ସନରେ ୨୫୦ ପ୍ରତିଶତ ବୃଦ୍ଧି ଘଟିଛି ।

 ପ୍ରତି ଜିବି ଡାଟାର ଉପଯୋଗରେ ୯୬ ପ୍ରତିଶତ କମ ହୋଇଛି ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ:

୫୦୦ ମିଲିଅନ ନୂତନ ବ୍ୟାଙ୍କ ଖାତା ଖୋଲାଯାଇଛି; ଏବଂ

୩୩୦ ମିଲଅନ ‘ରୂପେ ଡେବିଟ୍ କାର୍ଡ’ ବିତରଣ କରାଯାଇଛି ।

ଭାରତ ୨୦୨୦ରେ ୯୦ ମିଲିଅନ ଦେଣନେଣ ସହିତ ବୈଶ୍ୱିକ ଡିଜିଟାଲ ପରିଶୋଧ କରିବାରେ ଅଗ୍ରଣୀ ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୫ ଟ୍ରିଲିଅନ ଟଙ୍କାର ୟୁପିଆଇ ଦେଣ-ନେଣ ହୋଇଛି ।

ବୈଶ୍ୱିକ ଡିଜିଟାଲ ପରିଶୋଧ କରିବାର ଅବସ୍ଥାର ୪୬ ପ୍ରତିଶତ ଭାରତରେ ପରିଶୋଧ ହୋଇଛି ।

୨୦୧୭-୧୮ରୁ ନେଣ-ଦେଣ ମାତ୍ରାରେ ୫୦ ଗୁଣ ବୃଦ୍ଧି ଘଟିଛି ।

ଜନଧନ - ଆଧାର - ମୋବାଇଲ ଦ୍ୱାରା ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର କରାଯାଇଛି ।

୧.୩୮ ବିଲିଅନ ଆଧାର - ଡିଜିଟାଲ ଆଇଡେଣ୍ଟିଟି ତିଆରି କରାଯାଇଛି ।

୫୨ ମନ୍ତ୍ରଣାଳୟରେ ୩୦୦ରୁ ଅଧିକ ଯୋଜନାଗୁଡ଼ିକୁ ଏକତ୍ରିତ କରି ୩୦୦ ମିଲିଅନ ଟଙ୍କାର ରାଶି ସିଧାସଳଖ ବ୍ୟାଙ୍କ ଖାତା ପହଂଚାଯାଇଛି ।

ଡିଜି ଲକରରେ ପ୍ରାୟତଃ ୬ ବିଲିଅନ ନଥିପତ୍ର ଗଚ୍ଛିତ ରହିଛି ।

କୋ-ୱିନ ଆପ୍ସ ମାଧ୍ୟମରେ ୨.୨ ବିଲିଅନ କୋଭିଡ ଭାକସିନ କରାଯାଇ ସାରିଛି ।

 ଭାରତ ନେଟ ଅନ୍ତର୍ଗତ ୬ ଶହ ହଜାର କିଲୋମିଟର ଅପ୍ଟିକାଲ ଫାଇବର କେବୁଲ ବିଛାଯାଇ ସାରିଛି ।

ନୂତନ ଯୁଗର ଶାସନ ପାଇଁ ଏକୀକୃତ ମୋବାଇଲ ଆପ୍ଲିକେସନ ଉମଙ୍ଗ ଆପ୍ସ ଅଣାଯାଇଛି, ଯେଉଁଥିରେ ୫୩ ମିଲିଅନ ପଞ୍ଜୀକୃତ ହୋଇଛି ।

ସେବାଗୁଡ଼ିକର ଡିଜିଟାଲ ବିତରଣ ପାଇଁ ପଦକ୍ଷେପ ଏକ ଦଶନ୍ଧି ମଧ୍ୟରେ ଏକ ‘ଡିଜିଟାଲ ରାଷ୍ଟ୍ର’ରେ ପରିବର୍ତ୍ତନ କରିଛି ।

କିନ୍ତୁ ଏହା ସହିତ ସାଇବର ଉଭୟ ସମ୍ଭାବନାଗୁଡ଼ିକ ମଧ୍ୟ ବଢ଼ିଛି । ଇଣ୍ଟରପୋଲର ବର୍ଷ ୨୦୨୨ର ‘ଗ୍ଲୋବାଲ ଟ୍ରେଡ୍ ସାରାଂଶ ରିପୋର୍ଟ’ ଅନୁଯାୟୀ ରେନ୍ସୱେୟାର, ଫିସିଂ, ଅନଲାଇନ ଅନିୟମିତତା, ଅନଲାଇନ ଶିଶୁ ଯୌନ ଶୋଷଣ ଏବଂ ହ୍ୟାକିଂ ଭଳି ସାଇବର ଅପରାଧର କିଛି ପ୍ରବୃତ୍ତିମାନ ସମଗ୍ର ବିଶ୍ୱରେ ଗୁରୁତର ବିପଦ ସୃଷ୍ଟି କରୁଛି । ଭବିଷ୍ୟତରେ ଏହି ସାଇବର ଅପରାଧ ବହୁଗୁଣିତ ହେବାର ସମ୍ଭାବନା ଅଛି ।

ଏହି ପ୍ରସଙ୍ଗରେ, ଏହି ସମ୍ମିଳନୀ, ଜି-୨୦ ସମ୍ମିଳନୀର ଏକ ନୂତନ ଅନ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ ଅଟେ । ଜି-୨୦ରେ ସାଇବର ସୁରକ୍ଷା ଉପରେ ଏହା ପ୍ରଥମ ସମ୍ମିଳନୀ ଅଟେ ।

ଜି-୨୦ ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିକାଣରୁ ଡିଜିଟାଲ ପରିବର୍ତ୍ତନ ଏବଂ ଡାଟା ଫ୍ଲୋ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । କିନ୍ତୁ ଅପରାଧ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ବୁଝିବା ଏବଂ ସମାଧାନ ବାହାର କରିବା ବର୍ତ୍ତମାନ ବହୁତ ଆବଶ୍ୟକ ଅଟେ ।

ଆମର ପ୍ରୟାସ ରହିଛି ଯେ ଏନଏଫଟି, ଏଆଇ, ମେଟାଭର୍ସ ତଥା ଆଗାମୀ ଦିନର ଅନ୍ୟ ଟେକ୍ନୋଲୋଜିର ଯୁଗରେ ସମକକ୍ଷ ଏବଂ ସହଯୋଗ ଭାବରେ ନୂତନ ଏବଂ ପ୍ରକଟ ହେବାକୁ ଥିବା ବିପଦ ପାଇଁ ସମୟାନୁଯାୟୀ ପ୍ରତିକ୍ରିୟା ଦେଇ ଆମକୁ ଆଗକୁ ରହିବାକୁ ହେବ ।

ଜି-୨୦ ମଞ୍ଚରେ ସାଇବର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବା ଦ୍ୱାରା, ଗୁରୁତ୍ୱପୂର୍ଣ୍ଣ ‘ସୂଚନାର ଭିତ୍ତିଭୂମି’ ଏବଂ ‘ଡିଜିଟାଲ ପବ୍ଲିକ ପ୍ଲାଟଫର୍ମ’ର ସୁରକ୍ଷା ଏବଂ ସମ୍ପୂର୍ଣ୍ଣତା ସୁନିଶ୍ଚିତ କରିବାରେ ସକାରାତ୍ମକ ଯୋଗଦାନ ମିଳିପାରେ ।

ଜି-୨୦ର ମଞ୍ଚ ଉପରେ ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ଉପରେ ବିଚାରବିମର୍ଶ କରିବା ଦ୍ୱାରା ‘ଇଣ୍ଟେଲିଜେନ୍ସ ଏବଂ ସୂଚନା ପ୍ରସାରଣ ନେଟୱର୍କ’ର ବିକାଶରେ ସାହାଯ୍ୟ ମିଳିବ ଏବଂ ଏହି କ୍ଷେତ୍ରରେ ‘ବୈଶ୍ୱିକ ସହଯୋଗ’ର ଶକ୍ତି ମିଳିବ ।

ଡିଜିଟାଲ ଜନସାଧାରଣ ସାମଗ୍ରୀ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସଶକ୍ତୀକରଣ ଏବଂ ନିରାପତ୍ତା ତଥା ଟେକ୍ନୋଲୋଜିର ଶକ୍ତିକୁ ସୁଦୃଢ଼ କରିବା ପାଇଁ ଏକ ନିରାପଦ ତଥା ସୁରକ୍ଷିତ ଅନ୍ତର୍ଜାତୀୟ ଢାଞ୍ଚାକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ଉଦେଶ୍ୟ ।

ମୁଁ ନିଶ୍ଚିତ ଯେ ଏହି ଦୁଇଦିନିଆ ସମ୍ମିଳନୀର ୬ଟି ଅଧିବେଶନରେ ଇଣ୍ଟରନେଟ ଗଭର୍ଣ୍ଣାନ୍ସ, ଡିଜିଟାଲ ପବ୍ଲିକ ଭିତ୍ତିଭୂମିର ସୁରକ୍ଷା, ଡିଜିଟାଲ ମାଲିକାନା ସମ୍ବନ୍ଧୀୟ ଆଇନଗତ ଏବଂ ନିୟାମକ ପ୍ରସଙ୍ଗ, ଏଆଇ ଏବଂ ଡାର୍କ ନେଟ ଉପରେ ଅନ୍ତର୍ଜାତୀୟ ସହଯୋଗ ଢାଞ୍ଚା ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ ।

ମୁଁ ଖୁସି ଯେ ଅନ୍ତର୍ଜାତୀୟ ସମୁଦାୟ ଏହି ସମ୍ମିଳନୀକୁ ହୃଦୟରୁ ସମର୍ଥ କରିଛି, ଏହି ସମ୍ମିଳନୀରେ ଜି-୨୦ ସଦସ୍ୟଙ୍କ ବ୍ୟତୀତ, ୯ ଅତିଥି ଦେଶ ଏବଂ ଦୁଇ ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନ, ଇଣ୍ଟରପୋଲ ଏବଂ ୟୁଏନଓଡିସି ସହିତ ବିଭିନ୍ନ ଅନ୍ତର୍ଜାତୀୟ ବକ୍ତା ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ସାଥୀମାନେ, ଏହି ଡିଜିଟାଲ ଯୁଗକୁ ଦୃଷ୍ଟିରେ ରଖି ସାଇବର ସୁରକ୍ଷା ବିଶ୍ୱ ନିରାପତ୍ତାର ଏକ ଅତ୍ୟାବଶ୍ୟକ ଦିଗ ହୋଇପାରିଛି, ଯାହାର ଅର୍ଥନୈତିକ ଏବଂ ଭୌଗଳିକ - ରାଜନୈତିକ ପ୍ରଭାବ ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଆତଙ୍କବାଦ, ଆତଙ୍କ ଆର୍ଥିକ, ରେଡିକଲାଇଜେନ୍ସ, ନାର୍କୋ, ନୂତନ ତଥା ଉଦୀୟମାନ, ପାରମ୍ପରିକ ତଥା ଅଣପାରମ୍ପରିକ ଆହ୍ୱାନ, ନାର୍କୋ- ଆତଙ୍କ ଲିଙ୍କ୍ ଏବଂ ଭୁଲ୍ ତଥ୍ୟ ସହିତ ମୁକାବିଲା କରିବା ପାଇଁ ରାଷ୍ଟ୍ର ତଥା ଅନ୍ତର୍ଜାତୀୟ ସଂଗଠନର ଦକ୍ଷତାକୁ ବୃଦ୍ଧି କରିବା ଆବଶ୍ୟକ ।

ଆମର ପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକର ପରିବର୍ତ୍ତନ ‘ଡାଇନାମାଇଟରୁ ମେଟାଭର୍ସ’ ଏବଂ ‘ହାୱାଲା ଠାରୁ କ୍ରିପ୍ଟୋ ମୁଦ୍ରା’ର ପରିବର୍ତ୍ତନ ବିଶ୍ୱର ଦେଶମାନଙ୍କ ପାଇଁ ନିଶ୍ଚିନ୍ତ ଚିନ୍ତାର ବିଷୟ ଅଟେ ।

ଏବଂ ଆମେ ସମସ୍ତଙ୍କୁ, ସାଥୀରେ ମିଶାଇ, ଏହା ବିରୋଧରେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

ଆତଙ୍କବାଦୀମାନଙ୍କ ହିଂସାକୁ ମୂଳୋତ୍ପାଟନ କରିବା, ଯୁବକମାନଙ୍କୁ ରେଡିକଲାଇଜ୍ କରିବା ତଥା ଆର୍ଥିକ ସମ୍ବଳ ବୃଦ୍ଧି ପାଇଁ ନୂତନ ଉପାୟ ଖୋଜୁଛନ୍ତି । ଭର୍ଚୁଆଲ ସମ୍ପତ୍ତି ଆକାରରେ ନୂତନ ଉପାୟର ସଦୁପଯୋଗ, ଆତଙ୍କବାଦୀମାନେ ଦ୍ୱାରା ଆର୍ଥିକ ନେଣଦେଣ କରିବା ପାଇଁ କରାଯାଉଛି ।

ଆତଙ୍କବାଦୀମାନେ ନିଜର ପରିଚୟ ଲୁଚାଇବା ଏବଂ ଅତ୍ୟାଧୁନିକ ପଦାର୍ଥ ବିସ୍ତାର କରିବା ପାଇଁ ଡାର୍କ ନେଟର ଉପଯୋଗ କରୁଛନ୍ତି ।

ଡାର୍କ ନେଟରେ ଚାଲୁଥିବା ଏହି କାର୍ଯ୍ୟକଳାପର ନମୁନାକୁ ଆମକୁ ବୁଝିବାକୁ ପଡ଼ିବ ଏବଂ ତାହାର ଉପାୟ ଖୋଜିବାକୁ ପଡ଼ିବ । ଭର୍ଚୁଆଲ ଆସେଟ ମାଧ୍ୟମରେ ବ୍ୟବହାରକୁ ଖଣ୍ଡନ କରିବାକୁ ଏକ ‘ଶକ୍ତିଶାଳୀ ଏବଂ ଦକ୍ଷ କାର୍ଯ୍ୟକ୍ଷମ ପ୍ରଣାଳୀ’ ଦିଗରେ, ଆମକୁ ଏକତ୍ରିତ ଭାବରେ ଚିନ୍ତା କରିବାକୁ ପଡ଼ିବ ।

ଏକଦା ବିଜ୍ଞାନ କଳ୍ପନା କରିଥିବା ମେଟାଭର୍ସ ବର୍ତ୍ତମାନ ବାସ୍ତବ ଦୁନିଆରେ ପ୍ରବେଶ କରିଛି । ମେଟାଭର୍ସ ଆତଙ୍କବାଦୀ ସଂଗଠନଗୁଡ଼ିକ ପାଇଁ ମୁଖ୍ୟତଃ ପ୍ରଚାର, ନିଯୁକ୍ତି ଏବଂ ତାଲିମ ପାଇଁ ନୂତନ ସୁଯୋଗ ସୃଷ୍ଟି କରିପାରେ । ଏହା ଆତଙ୍କବାଦୀ ସଂଗଠନଗୁଡ଼ିକ ପାଇଁ ଦୁର୍ବଳ ମନୋବୃତ୍ତି ଥିବା ଲୋକଙ୍କୁ ବାଛିବା, ତାଙ୍କୁ ଲକ୍ଷ୍ୟ କରିବା ଏବଂ ସେମାନଙ୍କର ଦୁର୍ବଳତା ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରିବା ସହଜ ହେବ । ମେଟାଭର୍ସ ଉପଭୋକ୍ତାଙ୍କ ପରିଚୟର ପ୍ରକୃତି ଅନୁକରଣ ପାଇଁ ସୁଯୋଗ ସୃଷ୍ଟି କରି ଯାହାକୁ ‘ଡିପ-ଫେକ’ କୁହାଯାଇଥାଏ ।

ବ୍ୟକ୍ତବିଶେଷଙ୍କ ବିଷୟରେ ଉତ୍ତମ ବାୟୋମେଟ୍ରିକ ସୂଚନା ବ୍ୟବହାର କରି ଅପରାଧୀମାନେ ଉପଭୋକ୍ତାମାନଙ୍କୁ ଛଦ୍ମନାମ କରିବାରେ ଏବଂ ସେମାନଙ୍କର ପରିଚୟ ଚୋରି କରିବାରେ ସମର୍ଥ ହେବେ ।

ସାଇବର ଅପରାଧୀମାନଙ୍କ ଦ୍ୱାରା ରେସମ୍ପୱେଲ୍ସର ଆକ୍ରମଣ, ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ବିକ୍ରୟ, ଅନଲାଇନ ନିର୍ଯାତନା, ମିଥ୍ୟା ଖବର ପାଇଁ ଶିଶୁ ନିର୍ଯାତନା ଏବଂ ଭୁଲ୍ ସୂଚନା ଅଭିଯାନ ସାଇବର ଅପରାଧୀଙ୍କ ‘ଟୁଲ୍ କିଟ’ ଦ୍ୱାରା ପରିଚାଳିତ ହେବ ।

ଏଥିସହିତ, ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ଆର୍ଥିକ ବ୍ୟବସ୍ଥାଗୁଡ଼ିକୁ ରଣନୀତିକ ଲକ୍ଷ୍ୟ କରିବା ପାଇଁ ମଧ୍ୟ ବଢୁଥିବା ଏକ ପ୍ରବୃତ୍ତି ଅଛି ।

ଏଭଳି ଗତିବିଧିଗୁଡ଼ିକ ଜାତୀୟ ଚିନ୍ତାର ବିଷୟ ଅଟେ, କାରଣ, ଏମାନଙ୍କର ଗତିବିଧିଗୁଡ଼ିକର ସିଧାସଳଖ ପ୍ରଭାବ ଜାତୀୟ ସୁରକ୍ଷା, ଆଇନ ବ୍ୟବସ୍ଥା ଏବଂ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥାଏ ।

ଏହିରପ ଅପରାଧ ଏବଂ ଅପରାଧୀଙ୍କୁ ରୋକିବା ପାଇଁ, ତେଣୁ, ଆମକୁ ପାରମ୍ପରିକ ଭୌଗଳିକ ସୀମା ଠାରୁ ଉଦ୍ଧ୍ୱର୍କୁ ଯାଇ ଚିନ୍ତା କରିବାକୁ ହେବ ଏବଂ କାର୍ଯ୍ୟ ମଧ୍ୟ କରିବାକୁ ହେବ ।

ଡିଜିଟାଲ ଯୁଦ୍ଧରେ ଲକ୍ଷ୍ୟ ଆମର ଶାରୀରିକ ଉତ୍ସ ନୁହେଁ, କିନ୍ତୁ ଅନଲାଇନ କାର୍ଯ୍ୟ କରିବାର କ୍ଷମତାକୁ ଯଦି ଲକ୍ଷ୍ୟ କରାଯାଏ । ତେବେ ୧୦ ମିନିଟ୍ ପାଇଁ ମଧ୍ୟ ଅନଲାଇନ ନେଟୱର୍କରେ ବ୍ୟବଧାନ ଘାତକ ହୋଇପାରେ ।

ଆଜି, ସମଗ୍ର ବିଶ୍ୱରେ ସରକାର ଶାସନ ଏବଂ ଜନ କଲ୍ୟାଣରେ ଡିଜିଟାଲ ମାଧ୍ୟମକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ଦିଗରେ, ନାଗରିକମାନଙ୍କର ଡିଜିଟାଲ ପ୍ଲାଟଫର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ । ଡିଜିଟାଲ ସ୍ପେସରେ ଅସୁରକ୍ଷିତତା, ରାଷ୍ଟ୍ର-ରାଜ୍ୟର ବୈଧତା ଏବଂ ସାର୍ବଭୌମତ୍ୱ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଥାଏ । ଆମର ଇଣ୍ଟରନେଟ୍ ଦୃଷ୍ଟିକୋଣ ଜାତିର ଅସ୍ତିତ୍ୱକୁ ସଙ୍କଟ ପ୍ରତି ବିପଦ ସୃଷ୍ଟି କରୁଥିବା ଅତ୍ୟଧିକ ସ୍ୱାଧୀନତା କିମ୍ବା ଡିଜିଟାଲ ଫାୟାର ୱାଲ୍ ଭଳି ବିଚ୍ଛିନ୍ନତାବାଦୀ ସଂରଚନା ମଧ୍ୟରୁ ଗୋଟିଏ ହେବା ଉଚିତ ନୁହେଁ ।

ଭାରତ ଏପରି କିଛି ‘ଖୋଲା ପ୍ରବେଶ ଡିଜିଟାଲ ସାଧାରଣ ଭିତ୍ତିଭୂମି’ ମଡେଲ ପ୍ରତିଷ୍ଠା କରିଛି, ଯାହା ବିଶ୍ୱରେ ଉଦାହରଣ ପାଲଟିଛି । ଉଦାହରଣ ହେଉଛି, ଡିଜିଟାଲ ପରିଚୟର ଆଧାର ମଡେଲ, ରିଅଲ ଟାଇମ୍ ଫାଷ୍ଟ ପେମେଣ୍ଟର ୟୁପିଆଇ ମଡେଲ, ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱର୍କ (ଓଏନଡିସି), ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁକ୍ତ ସ୍ୱାସ୍ଥ୍ୟ ସେବା ନେଟୱର୍କ ଏବଂ ଆହୁରି ଅନେକ ମଡେଲ୍ସ ଏହାର ଉଦାହରଣ ଅଟେ ।

ଆଜି ବିଶ୍ୱକୁ ଡିଜିଟାଲ ଜନସାଧାରଣ ଭିତ୍ତିଭୂମି ପାଇଁ ଏକ ନୂତନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଯାହା ସୂଚନା ଏବଂ ଅର୍ଥ ପ୍ରବାହକୁ ମଧ୍ୟସ୍ଥତା କରିବ । ଏହା ବିଶ୍ୱର ଦେଶମାନଙ୍କୁ ନାଗରିକମାନଙ୍କୁ ଡିଜିଟାଲ ସଶକ୍ତ କରିବାରେ ସହଜ କରିବ ।

ସାଥୀମାନେ, ମୁଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଚାହେଁ । ବିଶ୍ୱର ଅନେକ ଦେଶ ସାଇବର ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହି ବିପଦ ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ଉପରେ ଘୂରି ବୁଲୁଛି ।

ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ, ୨୦୧୯-୨୦୨୩ ବର୍ଷ ମଧ୍ୟରେ ସାଇବର ଆକ୍ରମଣ ବିଶ୍ୱକୁ ପ୍ରାୟ ୫.୨ ଟ୍ରିଲିଅନ ଡଲାରର କ୍ଷତି ଘଟାଇପାରେ । ଦୁର୍ଦାନ୍ତ ବିପଦ ଅଭିନେତାମାନଙ୍କ ଦ୍ୱାରା କ୍ରିପ୍ଟୋ କରେନ୍ସିର ବ୍ୟବହାର ଏହାର ଚିହ୍ନଟ ଏବଂ ପ୍ରତିରୋଧକୁ ଆହୁରି ଜଟିଳ କରି ଦେଇଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକକ ସାଇବର ରଣନୀତି, ସାଇବର ଅପରାଧର ପ୍ରକୃତ ସମୟର ତଥ୍ୟ, ଆଇନ ପ୍ରଣୟନକାରୀ ସଂସ୍ଥାର ଦକ୍ଷତା ବୃଦ୍ଧି, ଆନାଲିଟିକାଲ ଉପକରଣର ପରିକଳ୍ପନା, ଫରେନ୍ସିକ ଲାବ୍ରୋଟୋରୀର ଏକ ଜାତୀୟ ନେଟୱର୍କ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି । ସାଇବର ସ୍ୱଚ୍ଛତା ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିଛି ଏବଂ ପ୍ରତ୍ୟେକ ନାଗରିକଙ୍କୁ ସାଇବର ସଚେତନତା ବିସ୍ତାର କରିବା ଭଳି କାର୍ଯ୍ୟ କରିଛି ।

ବର୍ତ୍ତମାନ ଦେଶର ସମସ୍ତ ପୋଲିସ ଷ୍ଟେସନରେ କ୍ରାଇମ ଆଣ୍ଡ କ୍ରାଇମବ୍ରାଞ୍ଚ ଟ୍ରାକିଂ ନେଟୱର୍କ ଏବଂ ସିଷ୍ଟମ (ସିସିଏନଟିଏସ) ଲାଗୁ କରାଯାଇଛି ।

ସାଇବର ଅପରାଧ ବିରୋଧରେ ବ୍ୟାପକ ଦୃଢ଼ କାର୍ଯ୍ୟପନ୍ଥା ସୁନିଶ୍ଚିତ କରିବା କାରଣରୁ ଭାରତ ସରକାର ଇଣ୍ଡିଆନ ସାଇବର କ୍ରାଇମ କୋ-ଅର୍ଡିନେସନ ସେଣ୍ଟର (ଆଇଏସି) ସ୍ଥାପନା କରିଛନ୍ତି । ଭାରତ ସରକାର ‘ସାଇଟ୍ରେନ’ପୋର୍ଟାଲ ନାମକ ଏକ ବିଶାଳ ଓପନ ଅନଲାଇନ ଟ୍ରେନିଂ ପ୍ଲାଟଫର୍ମର ନିର୍ମାଣ ମଧ୍ୟ କରାଯାଇଛି । ବୋଧହୁଏ, ସାଇବର ସୁରକ୍ଷା କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଟ୍ରେନିଂ ପ୍ରୋଗ୍ରାମ ହେବ ।

ଗୋଟିଏ ସ୍ୱଚ୍ଛ ଏବଂ ସୁରକ୍ଷିତ ସାଇବର ସ୍ପେସ ସୁନିଶ୍ଚିତ କରିବା କାରଣରୁ ମୁଁ କିଛି ବିନ୍ଦୁଗୁଡ଼ିକ ଉପରେ ଏହି ସଭାରେ ଧ୍ୟାନ ଆକର୍ଷଣ କରିବାକୁ ଚାହିଁବି । ମୋର ଇଚ୍ଛା ଯେ ଏହି ସମ୍ମିଳନୀରେ ଆପଣ ଏହି ବିନ୍ଦୁଗୁଡ଼ିକ ଉପରେ ଅବଶ୍ୟ ବିଚାର କରନ୍ତୁ-

ଡିଜିଟାଲ ଅପରାଧଗୁଡ଼ିକୁ ସମସ୍ତେ କାଉଣ୍ଟର କରିବା ପାଇଁ ସମସ୍ତେ ଅଛନ୍ତି । ଦେଶକୁ ଆଇନରେ ଗୋଟିଏ ରୂପରେ ଆଣିବା ପାଇଁ ସମସ୍ତ ପ୍ରୟାସ ହେବା ଆବଶ୍ୟକ ।

ସାଇବର ଅପରାଧଗୁଡ଼ିକୁ ସୀମାହୀନ ପ୍ରକୃତିକୁ ଧ୍ୟାନରେ ରଖି, ଦେଶର ଭିନ୍ନ ଭିନ୍ନ ଆଇନ ଅନ୍ତର୍ଗତ, ଗ୍ରହଣ କରିବାର ବ୍ୟବସ୍ଥା, ଆମକୁ ଛିଡ଼ା କରିବାକୁ ହେବ ।

ଏହି କ୍ଷେତ୍ରରେ ବୈଶ୍ୱିକ ସହଯୋଗ ଠାରୁ ସୁରକ୍ଷା ବେଞ୍ଚମାର୍କ୍ସ, ଉତ୍ତମ ଲାଭ ଏବଂ ଶାସନରେ ତାଳମେଳ ରଖିବାରେ ସାହାଯ୍ୟ ମିଳିବ ।

ମୁଁ, ଆଶା କରୁଛି ଯେ ଏହି ଦିଗରେ ଏହି ସମ୍ମିଳନୀ ଗୋଟିଏ ଠୋସ୍ ଆକ୍ସନ ପ୍ଲାନ ଆମ ସମ୍ମୁଖରେ ରଖିବ ।

ସାଇବର ସୁରକ୍ଷା ନୀତିରେ ଇଣ୍ଟିଗ୍ରେଟେଡ୍ ଏବଂ ଷ୍ଟେବଲ ଆପ୍ରୋଚ ଦ୍ୱାରା ଭିତରେ ସହଜ ହେବ । ସୂଚନା ବାଣ୍ଟିବା ଦ୍ୱାରା ବିଶ୍ୱାସ ବଢ଼ିବ ଏବଂ ଏଜେନ୍ସିଗୁଡ଼ିକର ପ୍ରୋଟକଲ ଏବଂ ରିସୋର୍ସ ଅନ୍ତର ମଧ୍ୟ କମ୍ ହେବ ।

ରାଷ୍ଟ୍ରର ମହତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷିତ କରିବା ପାଇଁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଉଦ୍ୟୋଗ ଏବଂ ଶିକ୍ଷା ଜଗତର ସକ୍ରିୟ ସମର୍ଥନ ଦ୍ୱାରା ରିଅଲ ଟାଇମ ସାଇବର ଥ୍ରେଟ୍ ଇଣ୍ଟେଲିଜେନ୍ସ ବୁଝାମଣା କରିବାର ସମୟର ଆବଶ୍ୟକତା ହେବ ।

ସାଇବର ଘଟଣାଗୁଡ଼ିକର ରିପୋଟିଂ ଏବଂ ତାହା ଉପରେ କାର୍ଯ୍ୟ କରୁଥିବା ସମସ୍ତ ଦେଶଗୁଡ଼ିକ ସାଇବର ଏଜେନ୍ସିଗୁଡ଼ିକ ମଧ୍ୟରେ ତାଳମେଳ ରହିବା ଆବଶ୍ୟକ ।

ଶାନ୍ତିପୂର୍ଣ୍ଣ, ସୁରକ୍ଷିତ, ପ୍ରତିରୋଧ ଓ ଓପନ ଇନଫର୍ମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି ବାତାବରଣର ନିର୍ମାଣ ପାଇଁ ସଂଯୁକ୍ତ ପ୍ରୟାସଗୁଡ଼ିକ ଦ୍ୱାରା ସୀମା ବାହାରେ ଥିବା ସାଇବର ଅପରାଧର ଢାଞ୍ଚାରେ ସହଯୋଗ ଆଜି ଅତ୍ୟନ୍ତ ଆବଶ୍ୟକ ଅଟେ ।

ସୂଚନା ଏବଂ ଯୋଗାଯୋଗ ଟେକ୍ନୋଲୋଜିର ଅପରାଧିକ ପ୍ରୟୋଗ ଉପରେ ୟୁନାଇଟେଡ୍ ନେସନ କନଭେନସନ ଅନୁରୂପ ଦ୍ରୁତ ଗତିରେ ସାକ୍ଷୀଗୁଡ଼ିକର ସଂରକ୍ଷଣ, ଯାଞ୍ଚ ଏବଂ ସଂଯୋଗ ହେବା ଅନିବାର୍ଯ୍ୟ ଅଟେ ।

ଇମାର୍ଜିଂ ଟେକ୍ନୋଲୋଜି କାରଣରୁ ଉଦୀୟମାନ ବିପଦରୁ ମୁକାବିଲା ପାଇଁ କମ୍ପ୍ୟୁଟର ଇମର୍ଜେନ୍ସି ରିସୋର୍ସ ଟିମ (ସିଇଆରଟି)କୁ ସୁଦୃଢ଼ କରିବାକୁ ହେବ।

ପ୍ରଭାବୀ ପ୍ରେଡିକ୍ଟିଭ-ପ୍ରିଭେଣ୍ଟିଭ-ପ୍ରୋଟେକ୍ଟିଭ ଏଣ୍ଡ ରିକଭରୀ ଆକ୍ସନ କାରଣରୁ ଏକ ୨୪ ଗୁଣନ ୭ ସାଇବର ସିକ୍ୟୁରିରୀ ମେକାନିଜିମ ହେବା ଆବଶ୍ୟକ ।

ସାଇବର ଥ୍ରେଟ୍ ଲେଡସ୍କେପର ସ୍ୱରୂପ ଜାତୀୟ ସୀମା ଅତିକ୍ରମ ପର୍ଯ୍ୟନ୍ତ ନିଷ୍ଫଳ କରାଯାଇଛି, ଯେଉଁ କାରଣରୁ ସାଇବର ଅପରାଧ ଦ୍ୱାରା ପ୍ରଭାବୀ ଭାବରେ ଲଢ଼ିବା ପାଇଁ ରାଷ୍ଟ୍ର, ସଂଗଠନ ଏବଂ ଷ୍ଟେକ ହୋଲ୍ଡରଗୁଡ଼ିକ ଦ୍ୱାରା ସହଯୋଗ ଏବଂ ସୂଚନାର ଆଦନ ପ୍ରଦାନ କରିବା ଆବଶ୍ୟକ ହୋଇପଡ଼ିଛି ।

ରିସ୍ପୋଁସିବଲ ଉପଯୋଗ ସୁନିଶ୍ଚିତ କରିବା ପାଇଁ ‘ଟ୍ରାନ୍ସପରେଣ୍ଟ ଏବଂ ଆକାଉଣ୍ଟେବଲ ଏଆଇ ଏବଂ ଇମାର୍ଜିଂ ଟେକ୍ନୋଲୋଜି ଗଭର୍ଣ୍ଣାନ୍ସ ଫ୍ରେମୱର୍କ’ର ନିର୍ମାଣ କରିବାର ସମୟ ଆସିଯାଇଛି ।

ଡିଜିଟାଲ କରେନ୍ସିରୁ କମ୍ ସାଇବର ଅପରାଧାର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ‘ଡେଡିକେଟେଡ୍ କମନ ଚାନେଲ’ର ଆବଶ୍ୟକତା ଅଛି, ଯାହାକି ଏମିତି ଆର୍ଥିକ ଅନିୟମିତତାକୁ ରୋକାଯାଇ ପାରିବ ।

ଏନଏଫଟି ପ୍ଲାଟଫର୍ମଗୁଡ଼ିକର ତୃତୀୟ ଦଳ ଯାଞ୍ଚ କରିବା ଦ୍ୱାରା ବିଶ୍ୱାସ ବଢ଼ିବ ଏବଂ ଅପରାଧିକ ଗତିବିଧିଗୁଡ଼ିକ ଉପରେ ରୋଗ ଲାଗିବ ।

ଶେଷରେ, ମୁଁ ପୁଣିଥରେ ଏହି କଥା ଉପରେ ଜୋର ଦେବାକୁ ଚାହିଁବି ଯେ କୌଣସି ମଧ୍ୟ ଦେଶ କିମ୍ବା ସଂଗଠନ, ଏକୁଟିଆ ସାଇବର ବିପଦର ମୁକାବିଲା କରିପାରିବ ନାହିଁ- ଏଥିପାଇଁ ଏକ ସଂଯୁକ୍ତ ମୋର୍ଚ୍ଚାର ଆବଶ୍ୟକତା ରହିଛି ।

ଆମର ଭବିଷ୍ୟତ ଆମକୁ ଏହି ସୁଯୋଗ ଦେଇଛି ଯେ ଆମେ ସମ୍ବେଦନଶୀଳତାର ସହିତ ଟେକ୍ନୋଲୋଜିର ଉପଯୋଗ କରିବା ଏବଂ ସାର୍ବଜନିକ ସୁରକ୍ଷା ତଥା ସଂରକ୍ଷଣ ସୁନିଶ୍ଚିତ କରିବାର ନିଜର ପ୍ରତିବଦ୍ଧତା ଉପରେ ଅଟଳ ରହିବା । ହୁଏତ, ଏହି କାର୍ଯ୍ୟ ଏକୁଟିଆ ସରକାରଙ୍କ ଦ୍ୱାରା ସମ୍ଭାଳି ହୋଇପାରିବ ନାହିଁ ।

ଆମର ଲକ୍ଷ୍ୟ ‘ସାଇବର ସଫଳତା ବିଶ୍ୱ’ର ନିର୍ମାଣ କରିବାକୁ ପଡ଼ିବ । ନା କେବଳ ସାଇବର ବିଫଳତା ବିଶ୍ୱର ।

ସମସ୍ତେ ମିଶି, ଆମେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଡିଜିଟାଲ ଭବିଷ୍ୟତ ସୁନିଶ୍ଚିତ କରିବାକୁ ଯାଇ ଏହି ଟେକ୍ନୋଲୋଜିର କ୍ଷମତାର ଉପଯୋଗ କରିପାରିବା ।

ଆସନ୍ତୁ, ଆମେ ସହଯୋଗ କରିବାକୁ, ଆମର ବିଚାରଧାରା ବାଣ୍ଟିବାକୁ ଏବଂ ଅନ୍ତର୍ଜାତୀୟ ଭାଗିଦାରୀ କରିବାକୁ ଏହି ସୁଯୋଗର ଲାଭ ଉଠାଇବା ।

ଧନ୍ୟବାଦ!

 

NS/MB


(Release ID: 1939613) Visitor Counter : 172