ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ
କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଉଦ୍ଘାଟନ କଲେ ‘ରିପୋର୍ଟ ଫିସ ଡିଜିଜ’ ଆପ୍ କେନ୍ଦ୍ରୀୟ ମଂଚରେ ରହିଥିବା ଏହି ଆପ୍ ମାଛଚାଷୀ, କ୍ଷେତ୍ରସ୍ତରୀୟ ଅଧିକାରୀ ଓ ମତ୍ସ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ସଂଯୋଗ କରି ସମନ୍ୱିତ କରିବ
ଏହି ଆପ୍ ପ୍ରୟୋଗ କରି ଚାଷୀମାନେ ସିଧାସଳଖ ମତ୍ସ୍ୟ ଅଧିକାରୀ ଓ ବିଜ୍ଞାନୀଙ୍କ ସହ ଯୋଗାଯୋଗ ରକ୍ଷା କରିପାରିବେ
ମତ୍ସ୍ୟ ବିଭାଗ ପିଏମ୍ଏମଏସୱାଇ ଯୋଜନା ଅଧୀନରେ ଏନଏସ୍ପିଏଏଡିର ଦ୍ୱିତୀୟ ପର୍ଯ୍ୟାୟ ତ୍ୱରାନ୍ୱିତ କରିବା ପାଇଁ ତିନିବର୍ଷ ନିମନ୍ତେ ୩୩. ୭୮ କୋଟି ଟଙ୍କା ଆବଣ୍ଟନ କରିଛି
प्रविष्टि तिथि:
28 JUN 2023 5:28PM by PIB Bhubaneshwar
କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଆଜି (୨୮.୦୬.୨୦୨୩) ନୂଆଦିଲ୍ଲୀଠାରେ ଆଣ୍ଡ୍ରଏଡ୍ଭିତ୍ତିକ ମୋବାଇଲ ଆପ୍ ‘ରିପୋର୍ଟ ଫିସ ଡିଜିଜ୍’ର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍ ମୁରୁଗାନ, ମତ୍ସ୍ୟ ବିଭାଗ ସଚିବ ଶ୍ରୀ ଜେ.ଏନ ସ୍ୱାଇଁ, ଏମ୍.ଓ.ଏଫ.ଏ.ଏଚ.ଆଣ୍ଡ ଡି ଡକ୍ଟର ଅଭିଲକ୍ଷ୍ୟ ଲିଖି, ଏମ୍.ଓ.ଏଫ.ଏ.ଏଚ.ଆଣ୍ଡ ଡିର ଓ ଏସ୍ଡି ଡିଏଆରଇ ଆଣ୍ଡ ଡିଜି, ଆଇସିଏଆର, ନୂଆଦିଲ୍ଲୀ ସଚିବ ଡକ୍ଟର ହିମାଂଶୁ ପାଠକଙ୍କ ଉପସ୍ଥିତିରେ ଏହି ଆପ୍ ଉଦ୍ଘାଟିତ ହୋଇଛି । ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିକୁ ଆଖି ଆଗରେ ରଖି ‘ରିପୋର୍ଟ ଫିସ୍ ଡିଜିଜ୍’ ଆପ୍କୁ ଆଇସିଏଆର ନ୍ୟାସନାଲ ବ୍ୟୁରେ ଅଫ ଫିସ ଜେନେଟିକ୍ ରିସୋର୍ସ (ଏନବିଏଫଜିଆର) ଲକ୍ଷ୍ନୌ ବିକଶିତ କରିଥିବାବେଳେ ଜାତୀୟ ଜଳଜୀବ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଏହି ଆପ୍ର ଶୁଭାରମ୍ଭ ହୋଇଛି ।

ପୃଷ୍ଠଭୂମି -ପିଏମ୍ଏମ୍ଏସୱାଇ ଯୋଜନା ଅଧୀନରେ ଏନଏସ୍ପିଏଏଡିର ଦ୍ୱିତୀୟ ପର୍ଯ୍ୟାୟ ତ୍ୱରାନ୍ୱିତ କରିବାକୁ ମତ୍ସ୍ୟବିଭାଗ ତିନିବର୍ଷ ପାଇଁ ୩୩. ୭୮କୋଟି ଟଙ୍କା ବ୍ୟୟବରାଦ କରିଛି ।
ଏହି ଆପ୍ ସହ ଏନ୍.ଓ.ଏମ୍.ଏ.ଏସ୍.ଆଇ.ଆର.ଡି ଏହାର ସ୍ୱଚ୍ଛ ଖବର ପ୍ରଦାନ ଯୋଗୁଁ ଜାତୀୟ ଓ ଆନ୍ତର୍ଜାତିକ ଆଇନଗତ ବାଧ୍ୟତାଗୁଡିକ ପୂରଣ କରିପାରିବ । ଏହି ଆପ୍ ଏକ କେନ୍ଦ୍ରୀୟ ମଞ୍ଚ ହୋଇଥିବାରୁ ମତ୍ସ୍ୟ ଚାଷୀ, କ୍ଷେତ୍ରୀୟ ଅଧିକାରୀ, ମତ୍ସ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଅନାୟାସରେ ଏକତ୍ରିତ କରିପାରିବ । ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଯାହା ଆଗରୁ ପଦାକୁ ଆସିନାହିଁ ବା ଦୈବାତ୍ କୌଣସି କାରଣରୁ ଅସମାଧିତ ରହିଛି, ସେହି ସମସ୍ୟା ଗୁଡିକର ଖୁବ୍ କମ୍ ସମୟ ମଧ୍ୟରେ ଦକ୍ଷତାର ସହ ସମାଧାନ ହୋଇପାରିବ ।

ସୁବିଧା -ଏହି ଆପ୍ର ବ୍ୟବହାର କରୁଥିବା ଚାଷୀମାନେ ସିଧାସଳଖ ଜିଲ୍ଳା ମତ୍ସ୍ୟ ଅଧିକାରୀ ଓ ବିଜ୍ଞାନୀମାନଙ୍କୁ ଯୋଗାଯୋଗ କରିପାରିବେ । ଚାଷୀ ଓ ଅନ୍ୟାନ୍ୟ ଅର୍ଥ ଖଟାଇଥିବା ବ୍ୟକ୍ତିଗଣ ଏହି ଆପ୍ ଜରିଆରେ ମାଛ, ଚିଙ୍ଗୁଡି, ଗେଣ୍ଡା ଜାତୀୟ ପ୍ରାଣୀମାନଙ୍କ ବିଭିନ୍ନ ରୋଗ ସମ୍ପର୍କରେ ବୈଜ୍ଞାନିକ ଓ ବୈଷୟିକ ସହାୟତା ଆମର ବିଜ୍ଞାନୀ ଓ ବିଶେଷଜ୍ଞଙ୍କଠାରୁ ଲୋଡି ପାରିବେ । ସଅଳ ସତର୍କତା ପଦ୍ଧତି ଓ ବୈଜ୍ଞାନିକ ପରାମର୍ଶ ଚାଷୀମାନଙ୍କୁ ଯୋଗାଇବା ଦ୍ୱାରା ସେମାନଙ୍କ ରୋଗଜନିତ କ୍ଷତି ହ୍ରାସ ପାଇବ ।
****
SM/SLP
(रिलीज़ आईडी: 1936096)
आगंतुक पटल : 150