ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଓଡିଶା ଉପକୂଳରେ ଡିଆରଡିଓ ଦ୍ୱାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର "ଅଗ୍ନି ପ୍ରାଇମ” ର ସଫଳ ଉଡାଣ-ପରୀକ୍ଷଣ

ପୋଷ୍ଟ କରାଯିବା ଦିନାଙ୍କ: 08 JUN 2023 12:03PM by PIB Bhubaneswar

ନୂତନ ପୀଢିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର "ଅଗ୍ନି ପ୍ରାଇମ୍‌” କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୦୭ ଜୁନ୍ ୨୦୨୩ ରେ ସଫତଳାର ସହ ଉଡାଣ-ପରୀକ୍ଷଣ କରାଯାଇଛି ଉଡ଼ାଣ ପରୀକ୍ଷଣ ସମୟରେ ସମସ୍ତ ଲକ୍ଷ୍ୟ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା

ଏହି କ୍ଷେପଣାସ୍ତ୍ରର ତିନିଟି ସଫଳ ବୈଧ ପରୀକ୍ଷଣ ପରେ ବ୍ୟବହାରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଥମ ପ୍ରି-ଇଣ୍ଡକ୍ସନ ରାତ୍ରୀକାଳୀନ ଉତ୍କ୍ଷେପଣ ଥିଲା ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ପରି ରେଞ୍ଜ୍ ଇନଷ୍ଟ୍ରୁମେନସନ୍ ସହିତ ଦୁଇଟି ଡାଉନ୍ ରେଞ୍ଜ୍ ଜାହାଜକୁ ବିଭିନ୍ନ ସ୍ଥାନରେ ଟର୍ମିନାଲ୍ ପଏଣ୍ଟରେ ଏହାର ସମଗ୍ର ଗତିପଥର ଉଡାଣ ତଥ୍ୟକୁ କ୍ୟାପଚର କରିବାକୁ ନିୟୋଜିତ କରାଯାଇଥିଲା

ଡିଆରଡିଓ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ସଫଳ ଉଡ଼ାଣ ପରୀକ୍ଷଣ ସମୟରେ ଉପସ୍ଥିତ ଥିଲେ, ଯାହାକି ସଶସ୍ତ୍ର ବାହିନୀରେ ଏହି କ୍ଷେପଣାସ୍ତ୍ରର ପ୍ରବେଶ ପାଇଁ ପଥ ପରିଷ୍କାର କରିଛି

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଏଭଳି ସଫଳତା ସହିତ ନୂତନ ପୀଢିର ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି ପ୍ରାଇମ୍ କପି-ବୁକ୍ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି

ପ୍ରତିରକ୍ଷା ଆରଆଣ୍ଡଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ଡିଆରଡିଓର ଲାବୋରେଟୋରୀ ଦଳ ଏବଂ ଉତ୍କ୍ଷେପଣ ପରୀକ୍ଷାରେ ସାମିଲ ବ୍ୟବହାରକାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି

HS


(ରିଲିଜ ଆଡି: 1930766) ପରିଦର୍ଶକ କାଉଣ୍ଟର : 270
ଏହି ରିଲିଜ ପଢନ୍ତୁ : English , हिन्दी , Punjabi , Urdu , Nepali , Marathi , Tamil