ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ମନ କୀ ବାତର ୧୦୦ତମ ଅଧ୍ୟାୟ ଉପଲକ୍ଷେ ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟସ୍ଥଳୀରେ ହେଲା ପ୍ରୋଜେକ୍ସନ ମ୍ୟାପିଂ


ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀରେ ଲାଲକିଲ୍ଲା ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ପ୍ରୋଜେକ୍ସନ ମ୍ୟାପିଂ ଆୟୋଜନ କରାଗଲା

ପ୍ରୋଜେକ୍ସନ ମ୍ୟାପିଂରେ ଚମକିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

प्रविष्टि तिथि: 01 MAY 2023 9:13AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତର ୧୦୦ତମ ଅଧ୍ୟାୟ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ ଉତ୍ସବ ପାଳନ କରିବା ଲାଗି ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଦେଶର ୧୩ଟି ପ୍ରସିଦ୍ଧ ଐତିହ୍ୟ ସ୍ଥଳୀରେ ପ୍ରୋଜେକ୍ସନ ମ୍ୟାପିଂ ଶୋ’ର ଏକ ଶୃଙ୍ଖଳା ଆୟୋଜନ କରାଯାଇଥିଲା।

 

ଏହି ଶୋ’ରେ ସାଧାରଣ ଭାରତୀୟଙ୍କ ପ୍ରେରଣାଦାୟୀ କାହାଣୀ, ସାଂସ୍କୃତିକ ଐତିହ୍ୟ ଏବଂ ଦେଶର ପ୍ରଗତି ସମ୍ପର୍କରେ ଦର୍ଶାଯାଇଥିଲା।

୩ ଅକ୍ଟୋବର ୨୦୧୪ରେ ମନ କୀ ବାତ୍‌ର ପ୍ରସାରଣ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତ୍ୟେକ ମାସର ଅନ୍ତିମ ରବିବାର ଦିନ ୧୧ଟା ସମୟରେ ଆକାଶବାଣୀ ଓ ଦୂରଦର୍ଶନରୁ ଏହାର ସିଧା ପ୍ରସାରଣ କରାଯାଉଛି। ଏହି ଶୋ’ ପ୍ରଧାନମନ୍ତ୍ରୀଙ୍କ ‘‘ଶାସନ ପ୍ରତି ସମାବେଶୀ ଓ ଜନକୈନ୍ଦ୍ରିକ ଦୃଷ୍ଟିକୋଣର  ଇଚ୍ଛା ଓ ଦୃଢ଼ ସଂକଳ୍ପକୁ ଦର୍ଶାଉଛି ।

୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ବିଶେଷ ପ୍ରୋଜେକ୍ସନ ମ୍ୟାପିଂ କାର୍ଯ୍ୟକ୍ରମଟି ରାଷ୍ଟ୍ର ନିର୍ମାଣ ବିଷୟବସ୍ତୁ ଉପରେ ଆଧାରିତ ଓ ଜନକୈନ୍ଦ୍ରିକ ଥିଲା। ପ୍ରତ୍ୟେକ ସ୍ଥାନରେ ସେହି କ୍ଷେତ୍ରର ପରମ୍ପରା ଓ ଐତିହାସିକ ମୂଲ୍ୟବୋଧକୁ ଚିତ୍ର କରାଯାଇଥିଲା। ୧୩ଟି ସ୍ଥଳଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ଲାଲକିଲା ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ମଧ୍ୟପ୍ରଦେଶରେ ଗ୍ୱାଲିୟର ଦୁର୍ଗ, ଓଡ଼ିଶାରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ହାଇଦ୍ରାବାଦରେ ଗୋଲକୁଣ୍ଡା ଦୁର୍ଗ, ତାମିଲନାଡ଼ୁରେ ଭେଲୋର ଦୁର୍ଗ, ମୁମ୍ବାଇରେ ଗେଟୱେ ଅଫ୍‌ ଇଣ୍ଡିଆ, ଝାଡ଼ଖଣ୍ଡରେ ନବରତନ ଗଡ଼ ଦୁର୍ଗ, ଜମ୍ମୁ ଓ କଶ୍ମୀରର ଉଧମପୁରରେ ରାମନଗର ଦୁର୍ଗ, ଆସାମରେ ରଙ୍ଗ ଘର, ଲକ୍ଷ୍ନୌରେ ରେସିଡେନ୍ସୀ ଭବନ, ଗୁଜରାଟର ମୋଢ଼େରାରେ ସୂର୍ଯ୍ୟ ମନ୍ଦିର ଏବଂ ରାଜସ୍ଥାନରେ ଚିତୌରଗଡ଼ ଦୁର୍ଗ ସାମିଲ ରହିଛି ।

ପ୍ରୋଜେକ୍ସନ ମ୍ୟାପିଂକୁ ନିଃଶୁଳ୍କ କରାଯାଇଥିଲା। ଏହି ସ୍ଥାନରେ ସନ୍ଧ୍ୟା ସମୟରେ ଲୋକମାନଙ୍କୁ ସ୍ମରଣୀୟ ଅନୁଭବ ପ୍ରଦାନ କରିବା ଲାଗି ବିଭିନ୍ନ ଗତିବିଧି ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଦର୍ଶକମାନେ ମନ କୀ ବାତର ପୂର୍ବ ଅଧ୍ୟାୟଗୁଡ଼ିକୁ ଦେଇପାରିଥିଲେ ଏବଂ ନିଜର ବିଚାର, ବାର୍ତ୍ତା କାନ୍ଥରେ ଲେଖିବା ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଫଟୋ ବୁଥରେ ନିଜର ଫଟୋ ଉଠାଇପାରିଥିଲେ। ଏହି କାର୍ଯ୍ୟକ୍ରମ ବାସ୍ତବରେ ଭାରତର ବିବିଧତା, ସଂସ୍କୃତି ଓ ପ୍ରଗତିକୁ ପାଳନ କରିଥିଲା।

********

P.S.


(रिलीज़ आईडी: 1921007) आगंतुक पटल : 193
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Manipuri , Tamil , Telugu