ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 18 APR 2023 2:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଶଂସା କରିଛନ୍ତି ।

ଆଜି ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ ପାର୍କ ଉଦଘାଟନ ସମ୍ପର୍କରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

ଉତ୍ତର ପ୍ରଦେଶରେ ବୟନ ଶିଳ୍ପର ସମୃଦ୍ଧ ପରମ୍ପରା ସହ ବଡ ବିପଣୀ ଓ ବ୍ୟାପକ ଉପଭୋକ୍ତା ଆଧାର ରହିଛି । ଏଠାରେ ପରିଶ୍ରମୀ ବୁଣାକାର ଓ କୁଶଳୀ ଶ୍ରମ ଶକ୍ତି ଅଛନ୍ତି । ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା ଉତ୍ତର ପ୍ରଦେଶ ପାଇଁ ଲାଭଦାୟକ ହେବ ।

ଉତ୍ତର ପ୍ରଦେଶର ମୋର ସମସ୍ତ ଭାଇ ଓ ଭଉଣୀଙ୍କ ପାଇଁ ଆଜିର ଦିନର ଖୁବ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ପାର୍କ ଶୁଭାରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ।

ଏକ ହଜାର ଏକରରୁ ଅଧିକ ଜମିରେ ବ୍ୟାପ୍ତ ଏହି ପିଏମ ମିତ୍ର ପାର୍କ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ରୋଜଗାରର ଅନେକ ସୁଯୋଗ ସୃଷ୍ଟି କରିବ । ଦେଶର ଟେକ୍ସଟାଇଲ କ୍ଷେତ୍ର ମଧ୍ୟ ଏହାଦ୍ୱାରା ସୁଦୃଢ ହେବ ।

 

SR



(Release ID: 1919253) Visitor Counter : 93