ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
17 ଏପ୍ରିଲରୁ ଜି20 ସ୍ୱାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀର ଦ୍ବିତୀୟ ବୈଠକ ଗୋଆ ଠାରେ ଆରମ୍ଭ ହେବ
ସ୍ବାସ୍ଥ୍ୟ କାର୍ଯ୍ୟ ସମୂହର ଦ୍ବିତୀୟ ବୈଠକରେ ଜି20 ଦେଶ, ଆମନ୍ତ୍ରିତ ରାଜ୍ୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନର 180 ରୁ ଅଧିକ ଦେଶର ପ୍ରତିନିଧିମାନେ ଭାଗ ନେବେ
ପୋଷ୍ଟ କରାଯିବା ଦିନାଙ୍କ:
16 APR 2023 11:17PM by PIB Bhubaneshwar
ଭାରତର ଜି -20 ଅଧ୍ୟକ୍ଷତା ଅନ୍ତର୍ଗତ ଦ୍ୱିତୀୟ ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀ ବୈଠକ ଗୋଆରେ 17 ରୁ 19 ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହେବ। ଏହି ବୈଠକରେ 19 ଟି ଜି20 ସଦସ୍ୟ ଦେଶ, 10 ଟି ଆମନ୍ତ୍ରିତ ରାଜ୍ୟ ଏବଂ 22 ଟି ଆନ୍ତର୍ଜାତୀୟ ସଂଗଠନରୁ 180 ରୁ ଅଧିକ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ।
ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀର ଦ୍ବିତୀ ବୈଠକରେ ଜି20 ହେଲ୍ଥ ଟ୍ରାକ ଅନ୍ତର୍ଗତ ଚିହ୍ନିତ ନିମ୍ନଲିଖିତ ତିନିଟି ପ୍ରାଥମିକତା ଉପରେ ବିଷୟଗତ ଆଲୋଚନା ହେବ :
ପ୍ରାଥମିକତା I: ସ୍ବାସ୍ଥ୍ୟ ସମ୍ବନ୍ଧିତ ଜରୁରୀକାଳୀନ ସ୍ଥିତିର ନିୟନ୍ତ୍ରଣ, ପ୍ରସ୍ତୁତି ଏବଂ ପ୍ରତ୍ୟୁତ୍ତର (ଏକ ସ୍ବାସ୍ଥ୍ୟ ଓ ଏଏମଆର ଉପରେ ଫୋକସ୍ ସହିତ)
ପ୍ରାଥମିକତା II: ନିରାପଦ, ପ୍ରଭାବଶାଳୀ, ଗୁଣବତ୍ତା ଏବଂ ଚିକିତ୍ସା ସମ୍ବନ୍ଧିତ ସୁଲଭ ଉପାୟ (ଟିକା, ଚିକିତ୍ସା ଏବଂ ନିରାକରଣ) ପାଇଁ ପ୍ରବେଶ ଏବଂ ଉପଲବ୍ଧତା ଉପରେ ଧ୍ୟାନ ଦେବା ସହିତ ଫାର୍ମାସ୍ୟୁଟିକାଲ୍ ସେକ୍ଟରରେ ସହଯୋଗକୁ ମଜବୁତ କରିବା |
ପ୍ରାଥମିକତା III: ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜକୁ ସହାୟତା ଏବଂ ସ୍ୱାସ୍ଥ୍ୟ ସେବା ବିତରଣରେ ଉନ୍ନତି ଆଣିବା ପାଇଁ ଡିଜିଟାଲ୍ ହେଲ୍ଥ ଇନୋଭେସନ୍ସ ଏବଂ ସମାଧାନ।
‘ଅତିଥି ଦେବୋ ଭବ’ ର ଭାରତୀୟ ଦର୍ଶନ ଉପରେ ଆଧାରିତ ଭାରତର ସମୃଦ୍ଧ ବିବିଧତା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଗୋଆର ସଂସ୍କୃତିର ରଙ୍ଗରେ ଭରପୂର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରତିନିଧି ଗୋଆର ପ୍ରାକୃତିକ ସୁନ୍ଦରତା ଏବଂ ଉଦାର ଆତିଥ୍ୟର ଆନନ୍ଦ ନେବା ବ୍ୟତୀତ, ଗୋଆର ପାକ କଳାର ସଂସ୍କୃତିର ମଧ୍ୟ ଆନନ୍ଦ ନେବେ।
ଭାରତର ଜି20 ଅଧ୍ୟକ୍ଷତାରେ ହେଲ୍ଥ ଟ୍ରାକ୍ରେ ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀର ଚାରିଟି ବୈଠକ ଏବଂ ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ତରୀୟ ବୈଠକ ସାମିଲ୍ ହେବ। ଭାରତ ଜି20 ଆଲୋଚନାକୁ ସମୃଦ୍ଧ କରିବା ଜି20 ଆଲୋଚନାକୁ ସମୃଦ୍ଧ, ଏବଂ ସମର୍ଥନ କରିବାକୁ ଏଚଡବ୍ଲୁଜି ବୈଠକ ସହିତ ଭାରତ ଚାରୋଟି ପାର୍ଶ୍ୱ ଇଭେଣ୍ଟ ଆୟୋଜନ କରିବାକୁ ଯୋଜନା କରିଛି। 18 ରୁ 19 ଏପ୍ରିଲ, 2023 ରେ ଗୋଆରେ ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠୀର ଦ୍ବିତୀୟ ବୈଠକ ସମୟରେ ଡିଜିଟାଲ ସ୍ୱାସ୍ଥ୍ୟ ଉପରେ ଏକ ପାର୍ଶ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସଭାଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଏହା ଭାରତର ସମୃଦ୍ଧ ଏବଂ ବିବିଧ ସଂସ୍କୃତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।
ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି 1 ଡିସେମ୍ବର, 2022 ରେ ଭାରତ ଜି20 ର ଅଧ୍ୟକ୍ଷତା ଗ୍ରହଣ କରିଛି। ଇଣ୍ଡୋନେସିଆ, ଭାରତ ଏବଂ ବ୍ରାଜିଲକୁ ନେଇ ଜି-20 ଟ୍ରାଇର ଭାରତ ବର୍ତ୍ତମାନ ଏକ ଅଂଶ ଅଟେ ଯାହା ପ୍ରଥମ ଥର ପାଇଁ ତିନୋଟି ବିକାଶଶୀଳ ତଥା ଉଦୀୟମାନ ଅର୍ଥନୀତିକୁ ନେଇ ଗଠିତ ହୋଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହରାଇଛନ୍ତି ଯେ ଜି-20 ଇଣ୍ଡିଆ ଅଧ୍ୟକ୍ଷତା ସମାବେଶୀ, କାର୍ଯ୍ୟ ଭିତ୍ତିକ ଏବଂ ନିର୍ଣ୍ଣାୟକ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ହୋଇଥିବା ବିଷୟବସ୍ତୁ: 'ବସୁଧୈବ କୁଟୁମ୍ବକମ'ର ଭାରତର ଦର୍ଶନ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଉପରେ ଆଧାରିତ । ଏହା ସାରା ବିଶ୍ବରେ ଲୋକଙ୍କ ପାଇଁ ସାମୁହିକ ଭାବରେ ମହାମାରୀ ପରେ ବିଶ୍ବର ନିର୍ମାଣ ଦିଗରେ କାମ କରିବା ପାଇଁ ଏକ ସ୍ଲୋଗାନ ଅଟେ।
ଜି -20 ର ଅଧ୍ୟକ୍ଷ ଭାବରେ ଭାବରେ ଭାରତର ଉଦ୍ଦେଶ୍ୟ ସେହି ମହତ୍ତ୍ବପୂଣ୍ଣ କ୍ଷେତ୍ରକୁ ଆଲୋକିତ କରି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରାଥମିକତା ଏବଂ ଗତ ଅଧ୍ୟକ୍ଷତାରେ ପ୍ରମୁଖ ଉପଲବ୍ଧିକୁ ଜାରି ରଖିବା ତଥା ଦୃଢ଼ କରିବା ଅଟେ ଯାହା ମଜବୁତ କରିବାର ଆବଶ୍ୟକତା ରହିଛି। ଭାରତର ଲକ୍ଷ୍ୟ ସ୍ବାସ୍ଥ୍ୟ ସହଯୋଗ କ୍ଷେତ୍ରରେ ଥିବା ବିଭିନ୍ନ ବହୁ ପକ୍ଷୀୟ ମଞ୍ଚରେ ଆଲୋଚନାକୁ ସାମିଲ୍ କରିବା ଏବଂ ମିଳିତ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା।
BS
(ରିଲିଜ ଆଡି: 1917167)
ପରିଦର୍ଶକ କାଉଣ୍ଟର : 165