ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଜଙ୍ଗଲ ପ୍ରବେଶ ସ୍ଥାନରେ ଫାସ୍‍ଟ୍ୟାଗ ଆଧାରିତ ଦେୟ ସକ୍ଷମ କରିଛି ଏନଏଚଏଆଇ

Posted On: 14 APR 2023 4:39PM by PIB Bhubaneshwar

ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରୁଥିବା ଯାନଗୁଡିକ ପାଇଁ ବାଧାରହିତ ଏବଂ ଦକ୍ଷ ପ୍ରବେଶ ପ୍ରକ୍ରିୟାକୁ ସୁଗମ କରିବା ପାଇଁ, ଇଣ୍ଡିଆନ୍ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍ (ଆଇଏଚଏମସିଏଲ୍‍) ଏକ କମ୍ପାନୀ ଯାହାକି ଏନଏଚଏଆଇ ଦ୍ୱାରା ଗଠନ ହୋଇଛି ତାହା ଇଲେକ୍ଟ୍ରୋନିକ୍ ଟୋଲିଂ କରିବା ପାଇଁ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଥିବା ନାଗାର୍ଜୁନସାଗର-ଶ୍ରୀସାଇଲମ୍ ଟାଇଗର ରିଜର୍ଭ ସହ ଏକ ବୁଝାମଣା ପତ୍ର (ଏମଓୟୁ) କରିଛି ଜଙ୍ଗଲ ପ୍ରବେଶ ପଏଣ୍ଟରେ ଫାସଟ୍ୟାଗ ଆଧାରିତ ଦେୟ ବ୍ୟବସ୍ଥା ଯୋଗାଇବା ଏବଂ ଟାଇଗର ରିଜର୍ଭର ବିଭିନ୍ନ ପ୍ରବେଶ ପଏଣ୍ଟରେ ଫାସଟ୍ୟାଗ ମାଧ୍ୟମରେ ଇକୋସିଷ୍ଟମ୍ ମ୍ୟାନେଜମେଣ୍ଟଣ୍ଟ କୋର୍ଡିନେସନ୍ (ଇଏମ୍‍ସି) ଫି ସଂଗ୍ରହକୁ ବୃଦ୍ଧି କରିବ

ଟୋଲ ପ୍ଲାଜାରେ ସ୍ୱୟଂଚାଳିତ ଟୋଲ ଦେୟକୁ ସକ୍ଷମ କରିବା ପାଇଁ ଫାସଟ୍ୟାଗ ସିଷ୍ଟମ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫ୍‍ଆଇଡି) ଜ୍ଞାନକୌଶଳକୁ ନିୟୋଜିତ କରିଥାଏ ଏବଂ ସମସ୍ତ ଚକିଆ ଯାନ ଏବଂ ଯାନବାହନ ଉପରେ ଫାସଟ୍ୟାଗ୍‍ର ଅନୁବନ୍ଧିତ ଭାରତରେ ବାଧ୍ୟତାମୂଳକ କରାଯାଇଛି ଜଙ୍ଗଲ ପ୍ରବେଶ ପଏଣ୍ଟଣ୍ଟଗୁଡିକରେ ଫାସଟ୍ୟାଗ - ଆଧାରିତ ଦେୟ ସକ୍ଷମ କରି, ପରିଦର୍ଶକମାନେ ଲମ୍ବା ଧାଡି ଏବଂ ବିଳମ୍ବକୁ ଏଡାଇ ପାରିବେ, ଯାହା ସେମାନଙ୍କୁ ବିନା ବାଧାରେ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବନ୍ୟଜନ୍ତୁକୁ ଉପଭୋଗ କରିବାରେ ସୁବିଧା ଯୋଗାଇବ

ଆଇଏଚଏମସିଏଲ୍‍ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ଏହି ସହଭାଗିତା ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଜଙ୍ଗଲ ପ୍ରବେଶ ପଏଣ୍ଟରେ ଯାନବାହାନରୁ ବାହାରୁଥିବା ଧୂଆଁକୁ ରୋକିବା ଦ୍ୱାରା ପ୍ରାକୃତିକ ସମ୍ପଦ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିବ

HS



(Release ID: 1916662) Visitor Counter : 85


Read this release in: English , Urdu , Hindi , Telugu