ଜାହାଜ ଚଳାଚଳ ମନ୍ତ୍ରଣାଳୟ

ନେସନାଲ ଲଜିଷ୍ଟିକ ପୋର୍ଟାଲ (ମରିନ)ର ସାଗର ସେତୁ ମୋବାଇଲ ଆପ୍‌କୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ


ମୋବାଇଲ ଆପ୍‌ ସହଜ ଆକ୍ସେସ ଯୋଗାଇ ଦେଉଥିବାରୁ ଏହି ଆପ୍‌ ସଂରକ୍ଷକମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବ : ଶ୍ରୀ ସୋନୱାଲ

ସାଗର ସେତୁ ଆପ୍‌ ରିଅଲ ଟାଇମ୍‌ ଅନୁଧ୍ୟାନ, ମଞ୍ଜୁରି ଓ କାରବାରକୁ ସୁଗମ ଓ ସକ୍ଷମ କରିବ

Posted On: 31 MAR 2023 4:57PM by PIB Bhubaneshwar

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଆଜି ନେସନାଲ ଲଜିଷ୍ଟିକ୍ସ ପୋର୍ଟାଲ (ମରିନ)ର ଆପ୍‌ ଭର୍ସନକୁ ଉନ୍ମୋଚନ କରିଛନ୍ତି । ‘ସାଗର ସେତୁ’ ନାମକ ଏହି ଆପ୍‌ ଉନ୍ମୋଚନ ସମୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟଶୋ ନାୟକ, ମନ୍ତ୍ରଣାଳୟର ସଚିବ ଶ୍ରୀ ସୁଧାଂଶୁ ପନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

ଏହି ଆପ୍‌ରେ ଲଗଇନ ମଡ୍ୟୁଲ, ସର୍ଭିସ କାଟାଲଗ, କମ୍‌ ଆପ୍ଲିକେସନ ଫର୍ମାଟ, ଲେଟର ଅପ୍‌ କ୍ରେଡିଟ୍‌, ବ୍ୟାଙ୍କ ଗ୍ୟାରେଣ୍ଟି, ପ୍ରମାଣପତ୍ର ହାସଲ ଏବଂ ଟ୍ରାକ୍‌ ଓ ଟ୍ରେସ ଭଳି ବିଭିନ୍ନ ସୁବିଧା ରହିଛି । ସାଧାରଣତଃ ରପ୍ତାନିକାରୀ, ଆମଦାନୀକାରୀ ଏବଂ ସୀମାଶୁଳ୍କ ମଧ୍ୟସ୍ଥଙ୍କ ନିକଟରେ ପହଞ୍ଚି ପାରୁନଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରିଅଲଟାଇମ୍‌ ସୂଚନା ଏହି ଆପ୍‌ ଦ୍ୱାରା ମିଳିପାରିବ । ଜାହାଜ ସଂକ୍ରାନ୍ତ ସୂଚନା, ଗେଟ୍‌, କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଏବଂ ଫିଙ୍ଗରଟିପ୍‌ରେ କାରବାର ସମେତ ବିଭିନ୍ନ ସୁବିଧା ଏହି ଆପ୍‌ ଜରିଆରେ ମିଳିପାରିବ । ସାଗର ସେତୁ ଆପ୍‌ ଜରିଆରେ କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଶୁଳ୍କ, ଶିପିଂ ଲାଇନ ଶୁଳ୍କ, କାରବାର ଶୁଳ୍କ ଆଦି ରପ୍ତାନି ଓ ଆମଦାନୀ ପ୍ରକ୍ରିୟାର ମଞ୍ଜୁରି ପାଇଁ ଆବଶ୍ୟକ ଅର୍ଥ ନେଣଦେଣ ଡିଜିଟାଲ ମାଧ୍ୟମରେ କରାଯାଇପାରିବ ।

ସାଗର ସେତୁ ଆପକୁ ଉନ୍ମୋଚନ କରି ଶ୍ରୀ ସୋନୱାଲ କହିଛନ୍ତି ଯେ ଏହା ହାତରେ ଥିବା ଏକ ଡିଭାଇସ ଜରିଆରେ ରକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସହଜରେ ଯୋଗାଇ ଦେବ । ମୋବାଇଲ ଆପ୍‌ ଜରିଆରେ ଡେଟା ମୋବିଲିଟୀ ସୁବିଧା ମିଳିବ ଯାହାଦ୍ୱାରା ବନ୍ଦର ଓ ମନ୍ତ୍ରଣାଳୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ଆଙ୍ଗୁଠି ଟିପରେ ମଞ୍ଜୁରି ଓ ଅନୁଧ୍ୟାନର ସବୁ କାର୍ଯ୍ୟ ନିୟନ୍ତ୍ରିତ ହୋଇପାରିବ ।

ବ୍ୟବସାୟୀଙ୍କ ପାଇଁ ଲାଭ

ମଞ୍ଜୁରି ଓ ଅନୁପାଳନ ପାଇଁ କାରବାର ସମୟ ହ୍ରାସ ପାଇବା ସହିତ ସୁବିଧାରେ ସୁଧାର ଆସିବ ।

ଅପରେସନ ଓ ଟ୍ରାକିଂକୁ ଭଲ ଭାବେ ଅନୁଧ୍ୟାନ କରିହେବ ।

ସେବା ପ୍ରଦାନକାରୀଙ୍କୁ ଲାଭ

ରେକର୍ଡ ଓ କାରବାର ନିରୀକ୍ଷଣ କରିବାରେ ସହାୟତା ମିଳିବ

ସେବା ଅନୁରୋଧର ବିଜ୍ଞପ୍ତି ପାଇବା ସୁବିଧା ମିଳିବ ।

ସୂଚନାଯୋଗ୍ୟ ଯେ ଗୋଟିଏ ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମ ସୁବିଧା ଦେବା ଲାଗି ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨୦୨୩ରେ ନେସନାଲ ଲଜିଷ୍ଟିକ ପୋର୍ଟାଲ ମରିନ୍‌ ଶୁଭାରମ୍ଭ କରାଯାଇଥିଲା । ଏହାର ମାତ୍ର ୨ ମାସ ମଧ୍ୟରେ ସାଗର ସେତୁ ଆପ୍‌ ଶୁଭାରମ୍ଭ କରାଯିବା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କାରବାର ସୁଗମ ହେବା ସହିତ ଦେଶର ଅର୍ଥବ୍ୟବସ୍ଥା ସମୃଦ୍ଧ ହେବ ।

*****

P.S.



(Release ID: 1912692) Visitor Counter : 114


Read this release in: English , Urdu , Hindi , Tamil , Telugu