ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଏଲିଫାଣ୍ଟ ହ୍ୱିସ୍ପରର୍ସ ଦଳକୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର
ଭାରତୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କର ନୂତନ ପୀଢି ସେମାନଙ୍କ କାହାଣୀ ସହିତ ବିଶ୍ୱକୁ ନିୟନ୍ତ୍ରଣ କରିବାକୁ ବାହାରିଛନ୍ତି: ଶ୍ରୀ ଠାକୁର
ଏହି ଡକ୍ୟୁମେଣ୍ଟାରି ହେଉଛି ସ୍ୱତନ୍ତ୍ର ଯାହା ମଣିଷ ଏବଂ ପ୍ରକୃତି ମଧ୍ୟରେ ସୂକ୍ଷ୍ମ ସନ୍ତୁଳନକୁ ଚିତ୍ରଣ କରେ: ଶ୍ରୀ ଠାକୁର
ପୋଷ୍ଟ କରାଯିବା ଦିନାଙ୍କ:
30 MAR 2023 7:44PM by PIB Bhubaneshwar
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ତାଙ୍କ ବାସଭବନରେ ଏଲିଫାଣ୍ଟ ହ୍ୱିସ୍ପରର୍ସ ପଛରେ ଥିବା ଓସ୍କାର ବିଜେତା ଦଳଙ୍କୁ ଭେଟିଥିଲେ । ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର ସୁଶ୍ରୀ କାର୍ତ୍ତିକ୍ ଗୋନସାଲଭସ୍, ନିର୍ମାତା ଶ୍ରୀମତୀ ଗୁନିତ୍ ମୁଙ୍ଗା ଏବଂ ନେଟଫ୍ଲିକ୍ସର ସୁଶ୍ରୀ ମୋନିକାଙ୍କୁ ମନ୍ତ୍ରୀ ଭେଟିଛନ୍ତି ।
ପାରସ୍ପରିକ ଆଲୋଚନା ସମୟରେ ଶ୍ରୀ ଠାକୁର କହିଛନ୍ତି ଯେ ଭାରତର କାହାଣୀ କହିବାର ଶକ୍ତି ଅଦ୍ୱିତୀୟ! ଓସ୍କାର ଜିତିବାରେ ଏହିପରି ଏକ କାହାଣୀରେ ସେ ନିଜର ଆନନ୍ଦ ବ୍ୟକ୍ତ କରି କହିଥିଲେ ଯେ ଏଲିଫାଣ୍ଟ ହ୍ୱିସ୍ପରର୍ସ ଏକ ହୃଦୟସ୍ପର୍ଶୀ, ସାମାଜିକ ପ୍ରାସଙ୍ଗିକ ଏବଂ ସିନେମାଟୋଗ୍ରାଫିକ୍ ଉତ୍କୃଷ୍ଟତାରେ ପରିପୂର୍ଣ୍ଣ! ଗୁନିତ୍ ଏବଂ କାର୍ତ୍ତିକ୍ଙ୍କୁ ଭେଟି ମୁଁ ଏହି ମନ୍ତ୍ରମୁଗ୍ଧ କରିଦେବାଭଳି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାବେଳେ ସେମାନଙ୍କ ଚମତ୍କାର ଯାତ୍ରା ବିଷୟରେ ଜାଣି ଖୁସି ହେଲି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଡକ୍ୟୁମେଣ୍ଟାରୀରେ ଆମର ସାମାଜିକ ଦାୟିତ୍ୱ, ପ୍ରଭାବ ଏବଂ ପ୍ରକୃତି ସହିତ ମଷିଣ ବାଣ୍ଟୁଥିବା ସୂଷ୍ମ ସନ୍ତୁଳନର ସଂରକ୍ଷଣ ପ୍ରୟାସକୁ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ପ୍ରକୃତରେ ପ୍ରଶଂସା ଯୋଗ୍ୟ ।
ମନ୍ତ୍ରୀ ଭାରତର କାହାଣୀ ପରମ୍ପରାକୁ ଅନୁଶୀଳନ କରି କହିଥିଲେ ଯେ ଭାରତ କାହାଣୀକାରମାନଙ୍କର ଏକ ଦେଶ, ପ୍ରତିଦିନ ଏକ ଲକ୍ଷ କାହାଣୀ ଜନ୍ମ ହୁଏ ଏବଂ କେତେକ ପୀଢି ପାଇଁ ଏହା ଦୋହରା ଯାଇଥାଏ ।
ଘରୋଇ ବିଷୟବସ୍ତୁର ଗୁଣବତ୍ତା ତଥା ବିଶ୍ୱ ବ୍ୟାପୀ ଏହାର ବୃଦ୍ଧି ପାଉଥିବା ଦର୍ଶକଙ୍କ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମର ସ୍ଥାନୀୟ ବିଷୟବସ୍ତୁ ବିଶ୍ୱବ୍ୟାପୀ ଚାଲିଛି; ଏହାକୁ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ଭାଷାନ୍ତର ଏବଂ ଉପଭୋଗ କରାଯାଏ । ଭାରତ କାହାଣୀରେ ପରିପୂର୍ଣ୍ଣ ଏବଂ ଚଳଚ୍ଚିତ୍ର ର୍ନିମାତାମାନଙ୍କର ଏକ ନୂତନ ପୀଢି ସେଗୁଡିକୁ ଧରିବା ପାଇଁ ଦୌଡୁଛନ୍ତି!
ସେ ଭାରତୀୟ ଚଳଚ୍ଚିତ୍ର ର୍ନିମାତାଙ୍କ ସଫଳତା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆମ ଚଳଚ୍ଚିତ୍ର ର୍ନିମାତାମାନଙ୍କୁ ଦିଆଯାଇଥିବା ସଫଳତା ଏବଂ ସ୍ୱୀକୃତି ସେମାନଙ୍କୁ ଆମ ସମାଜରେ ଏହି ସୁନ୍ଦର କାହାଣୀଗୁଡିକ ବର୍ଣ୍ଣନା କରିବା ଏବଂ ସିନେମା ମାଧ୍ୟମରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଉତ୍ସାହିତ କରିଥାଏ ।
ମନ୍ତ୍ରୀ ତାଙ୍କ ପାରସ୍ପରିକ ଆଲୋଚନା ମାଧ୍ୟମରେ ବ୍ୟାପକ ଚଳଚ୍ଚିତ୍ର ଭ୍ରାତୃତ୍ୱକୁ ଏକ ବାର୍ତ୍ତା ପ୍ରଦାନ କରିଥିଲେ ଏବଂ ନିର୍ମାଣ ପାଇଁ ପାଣ୍ଠି ଯୋଗାଣ, ପ୍ରିମିୟର ଏବଂ ଆନ୍ତର୍ଜାତୀୟ ଉତ୍ସବରେ ସ୍କ୍ରିନିଂ ପାଇଁ ମାଷ୍ଟରକ୍ଲାସ ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏକ ପ୍ଲାଟଫର୍ମ ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରତିଶୃତି ଦେଇଛନ୍ତି ।
ଶ୍ରୀ ଠାକୁର ଡକ୍ୟୁମେଣ୍ଟାରୀରେ ବନ୍ୟଜନ୍ତୁ ସଂରକ୍ଷଣକାରୀଙ୍କ ପ୍ରେରଣାଦାୟକ ଜୀବନ ବିଷୟରେ ମଧ୍ୟ କହିଥିଲେ ଏବଂ କହିଛନ୍ତି ଯେ ମୁଁ ଯେତେବେଳେ ତାମିଲନାଡୁ ଗସ୍ତ କରିବି, ସେତେବେଳେ ମୁଁ ବୋମାନ ଏବଂ ବେଲିଙ୍କୁ ଭେଟିବାକୁ ଆଶା କରିବି । ସେମାନଙ୍କର ଜୀବନ ଏବଂ ସଂରକ୍ଷଣ ପ୍ରୟାସ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅଟେ ।
ଚଳଚ୍ଚିତ୍ର ଏଲିଫାଣ୍ଟ ହ୍ୱିସପର୍ସ ନିକଟରେ ୯୫ ତମ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ରରେ ଜଣେ ବୃଦ୍ଧ ଦମ୍ପତି ବୋମାନ ଏବଂ ବେଲି ଏକ ଅନାଥ ଶିଶୁ ହାତୀର ଯତ୍ନ ନେଉଛନ୍ତି । ମୁଦୁମଲାଇ ଜାତୀୟ ଉଦ୍ୟାନରେ ସ୍ଥାପିତ ଏହି ଚଳଚ୍ଚିତ୍ରଟି ମଣିଷ ଏବଂ ହାତୀଛୁଆ ମଧ୍ୟରେ ଥିବା ପ୍ରେମ ବନ୍ଧନକୁ ଆଲୋକପାତ କରିଛି ଏବଂ ଏହି ବର୍ଗରେ ଏକାଡେମୀ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଅଟେ ।
ପୂର୍ବରୁ ଏହି ଟିମ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ପାରସ୍ପରିକ ଆଲୋଚନା ବିଷୟରେ ଟୁଇଟ୍ କରି କହିଛନ୍ତି ଯେ ଏଲିଫାଣ୍ଟ ହ୍ୱିସପର୍ସ ର ସିନେମାଟିକ୍ ଉଜ୍ଜ୍ୱଳତା ଏବଂ ସଫଳତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସା ମଧ୍ୟ ସାଉଁଟଛି । ଆଜି, ଏହା ସହିତ ଜଡିତ ସଫଳ ଦଳକୁ ଭେଟିବାର ସୁଯୋଗ ପାଇଲି ,ସେମାନେ ଭାରତକୁ ଗର୍ବିତ କରିଛନ୍ତି ।
HS
(ରିଲିଜ ଆଡି: 1912395)
ପରିଦର୍ଶକ କାଉଣ୍ଟର : 126