ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶର ଐତିହ୍ୟ ସଂରକ୍ଷଣ ପାଇଁ ହେଉଥିବା ମହତ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 25 MAR 2023 11:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶର ଐତିହ୍ୟ ସଂରକ୍ଷଣ ଲାଗି ହେଉଥିବା ମହତ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଦେଶର ଐତିହ୍ୟ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆମେ ପ୍ରତିବଦ୍ଧ ।

ଶ୍ରୀ ମୋଦୀ ଜାତୀୟ କଳା କେନ୍ଦ୍ରର ଏକ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତରରେ ଏହା କହିଛନ୍ତି । ଏହି ଟ୍ୱିଟ ଶୃଙ୍ଖଳରେ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଇଜିଏନସିଏ ପରିସରରେ ବୈଦିକ ଐତିହ୍ୟ ପୋର୍ଟାଲ ଓ କଳା ବୈଭବ (ଭର୍ଚୁଆଲ ସଂଗ୍ରହାଳୟ) ଉଦଘାଟନ କରିଛନ୍ତି ।

ଆଇଜିଏନସିଏ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି, ବୈଦିକ ଐତିହ୍ୟ ପୋର୍ଟାଲ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଛି । ଏଥିରେ ୧୮ହଜାରରୁ ଅଧିକ ବୈଦିକ ମନ୍ତ୍ରର ଅଡିଓ ଭିଜୁଆଲ ଉପଲବ୍ଧ ରହିଛି ।

କେନ୍ଦ୍ରରେ ହୋଇଥିବା ଏହି ବିକାଶ ସମ୍ପର୍କରେ ଆଇଜିଏନସିଏ ଦିଲ୍ଲୀ ପକ୍ଷରୁ ଏକ ଟ୍ୱିଟ ଶୃଙ୍ଖଳାର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭଲ ପ୍ରୟାସ! ଦେଶର ଐତିହ୍ୟ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ।”   

SR



(Release ID: 1910697) Visitor Counter : 92