ଅର୍ଥ ମନ୍ତ୍ରଣାଳୟ
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ୪% ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
ବର୍ଦ୍ଧିତ ଡିଏ ଓ ଡିଆର ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ
Posted On:
24 MAR 2023 9:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ ମହଙ୍ଗା ସହାୟତା (ଡିଆର) ବୃଦ୍ଧିକୁ ମଞ୍ଜୁର କରାଯାଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜାନୁଆରୀ ପହିଲା ୨୦୨୩ ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନ ମୂଳ ଦରମା/ପେନସନରେ ଡିଏ/ଡିଆର ଦର ୩୮% ରହିଛି । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥିରେ ଅତିରିକ୍ତ ୪% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବୃଦ୍ଧି ଯୋଗୁ ସରକାରଙ୍କ ରାଜକୋଷ ଉପରେ ବାର୍ଷିକ ୧୨,୮୧୫.୬୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।
ଏହାଦ୍ୱାରା ପ୍ରାୟ ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯.୭୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସକୁ ଆଧାର କରି ଗ୍ରହଣ କରାଯାଇଥିବା ସୂତ୍ର ଅନୁଯାୟୀ ଡିଏ ଓ ଡିଆର ବୃଦ୍ଧି କରାଯାଇଛି ।
*****
P.S.
(Release ID: 1910542)
Visitor Counter : 155