ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ରିଅଲ ଟାଇମ୍ ପର୍ଫମାନ୍ସ ମନିଟରିଂ ଡାସବୋର୍ଡ ‘ସାଗର ମନ୍ଥନ’କୁ ଉଦଘାଟନ କରିଛନ୍ତି ଶ୍ରୀ ସର୍ବାନନ୍ଦ ସୋନୋୱାଲ


ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ଡାସବୋର୍ଡ ସଠିକ ସମୟରେ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ଏବଂ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ ଉପରେ ନଜର ରଖିବା ଏବଂ ଟ୍ରାକ କରିବା ପାଇଁ ସଂଗଠନଗୁଡ଼ିକୁ ସକ୍ଷମ କରିବ

ସାଗର ମନ୍ଥନ ଡାସବୋର୍ଡର ଶୁଭାରମ୍ଭ ହେଉଛି ଆମ ପ୍ରଧାନମନ୍ତ୍ରୀଙ୍କର ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ଅନୁରୂପ ଏକ ସକାରାତ୍ମକ ପଦକ୍ଷେପ: ଶ୍ରୀ ସର୍ବାନନ୍ଦ ସୋନୋୱାଲ

Posted On: 24 MAR 2023 7:06AM by PIB Bhubaneshwar

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ତଥା ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଭର୍ଚୁଆଲ ଭାବେ ମନ୍ତ୍ରଣାଳୟର ଡିଜିଟାଲ ପ୍ଲାଟଫର୍ମ ରିଅଲ ଟାଇମ ପର୍ଫମାନ୍ସ ମନିଟରିଂ ଡାସବୋର୍ଡ ସାଗର ମନ୍ଥନର ଶୁଭାରମ୍ଭ କରିଛନ୍ତି - ଯେଉଁଥିରେ ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସହାୟକ କମ୍ପାନୀ ସହ ଜଡିତ ସମସ୍ତ ତଥ୍ୟ ରହିଛି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୱାଇ. ନାୟକ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ଏବଂ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରାଯାଇଥିଲା

ଏହି ଡାସବୋର୍ଡ ସୁ-ସମନ୍ୱିତ ରିଅଲ ଟାଇମ ସୂଚନାକୁ ଉନ୍ନତ କରି ବିଭିନ୍ନ ବିଭାଗର କାର୍ଯ୍ୟକୁ ରୂପାନ୍ତରଣ କରିବ ମନ୍ତ୍ରାଳୟର ସଚିବ ଶ୍ରୀ ସୁଧାଂଶୁ ପନ୍ତ, ଆଇଏଏସ୍‌ଙ୍କ ତତ୍ୱାବଧାନରେ ଦେଢ ମାସରୁ କମ୍ ସମୟ ମଧ୍ୟରେ ଏହି ପ୍ଲାଟଫର୍ମ ସଂପୂର୍ଣ୍ଣ ଭାବରେ ମନ୍ତ୍ରାଳୟ ଦ୍ୱାରା ବିକଶିତ ହୋଇଛି

ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ସାଗର ମନ୍ଥନ ଡାସବୋର୍ଡର ଶୁଭାରମ୍ଭ ଆମ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣର ଏକ ସକରାତ୍ମକ ବିକାଶ ସଂଗଠନର ସାମଗ୍ରିକ କାର୍ଯ୍ୟଦକ୍ଷତା ଉପରେ ଏହାର ମହତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି

ମନ୍ତ୍ରୀ କହିଛନ୍ତି ଯେ ପ୍ରଭାବଶାଳୀ ପ୍ରକଳ୍ପ ମନିଟରିଂ ପ୍ରକଳ୍ପର ଠିକ୍ ସମୟରେ ସମାପ୍ତି, ନିଷ୍ପତ୍ତି ଗ୍ରହଣ, ପ୍ରକଳ୍ପର ଦକ୍ଷତା ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିପାରିବ ଏହା ରିଅଲ ଟାଇମ୍‍ ପ୍ରୋଜେକ୍ଟ ଟ୍ରାକିଂ, ରିସ୍କ ମ୍ୟାନେଜମେଣ୍ଟ, ସମ୍ପଦ ଆବଣ୍ଟନ ଏବଂ ଅଗ୍ରଗତି ସୂଚନା ପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଛନ୍ତି

"ସାଗର ମନ୍ଥନ” ଡାସବୋର୍ଡର ବୈଶିଷ୍ଟ୍ୟଗୁଡିକ:

୧. ଡାଟା ଭିଜୁଆଲାଇଜେସନ୍

୨. ରିଅଲ ଟାଇମ୍‍ ମନିଟରିଂ

୩. ଉନ୍ନତ ଯୋଗାଯୋଗ

୪. ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ

୫. ଉତ୍ତରଦାୟିତ୍ୱ ବୃଦ୍ଧି

ଭବିଷ୍ୟତରେ, ଏହି ଡାସବୋର୍ଡକୁ ସିସିଟିଭି କ୍ୟାମେରାରୁ ଇନପୁଟ୍‌, ଡ୍ରୋନରୁ ଲାଇଭ୍ ଷ୍ଟ୍ରିମିଂ, ଏଆଇ ଆଧାରିତ ଆଲଗୋରିଦମ ସହିତ ବୋର୍ଡରେ ପ୍ରକୃତ ଅଗ୍ରଗତି ଡିଜିଟାଲ୍ ଟ୍ୱିନ ବୈଶିଷ୍ଟ୍ୟ ଏବଂ ଦକ୍ଷତା ବୃଦ୍ଧି ପାଇଁ ସମସ୍ତ ହିତାଧିକାରୀଙ୍କ ସହଜ ବ୍ୟବହାର ପାଇଁ ମୋବାଇଲ୍ ଆପ୍ ସହିତ ଏକୀକୃତ ହେବ

"ସାଗର ମନ୍ଥନ” ଡାସବୋର୍ଡର ଶୁଭାରମ୍ଭ ହେଉଛି ସାମୁଦ୍ରିକ ପରିବହନ କ୍ଷେତ୍ରରେ ଡିଜିଟାଲାଇଜେସନ୍ ଏବଂ ସ୍ୱଚ୍ଛତା ଦିଗରେ ବିକାଶ ଏବଂ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଭାରତରେ ଏହି କ୍ଷେତ୍ରର ଅଭିବୃଦ୍ଧିକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ

HS


(Release ID: 1910200) Visitor Counter : 175


Read this release in: English , Urdu , Hindi , Punjabi