ରେଳ ମନ୍ତ୍ରଣାଳୟ

ଓଡ଼ିଶାରେ ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ


ଓଡ଼ିଶାର ସମସ୍ତ ବ୍ରଡ୍‌ ଗେଜ୍‌ ନେଟୱର୍କ (୨,୮୨୨ କିଲୋମିଟର)ରେ ହେଲା ୧୦୦ ପ୍ରତିଶତ ବିଦ୍ୟୁତିକରଣ

ବିଦ୍ୟୁତିକରଣ ଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ଅଢ଼େଇ ଗୁଣା ହ୍ରାସ ପାଇବ

Posted On: 22 MAR 2023 4:26PM by PIB Bhubaneshwar

୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି । ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍‌ ଗେଜ୍‌ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍‌ କିଲୋମିଟର ବ୍ରଡ୍‌ ଗେଜ୍‌ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି । ଏହାଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ, ହଲେଜ୍‌ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ। ଆହୁରି, ରେଳବାଇର ୧୦୦% ବିଦ୍ୟୁତିକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍‌ ଗେଜ୍‌ ନେଟୱର୍କକୁ ବିଦ୍ୟୁତିକରଣ ସହିତ ମଞ୍ଜୁରି ଦିଆଯିବ ।

ଓଡ଼ିଶା ରାଜ୍ୟର ରେଳ ନେଟୱର୍କ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ପରିଚାଳନା ଅଧୀନରେ ଆସିଥାଏ। ଓଡ଼ିଶାରେ ଥିବା କେତେକ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ହେଲା : ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଭଦ୍ରକ, ରାଉରକେଲା ଓ ଝାରସୁଗୁଡ଼ା। ଓଡ଼ିଶାରୁ ଦେଶର ଅନ୍ୟ ପ୍ରାନ୍ତକୁ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରିବା କ୍ଷେତ୍ରରେ ରେଳ ନେଟୱର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଓଡ଼ିଶାର ପ୍ରଥମ ରେଳଲାଇନ କଟକ-ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ୧୮୯୭ ମସିହାରେ ନିର୍ମାଣ କରାଯାଇଥିଲା।

ଓଡ଼ିଶାର କେତେକ ପ୍ରସିଦ୍ଧ ଟ୍ରେନଗୁଡ଼ିକ ହେଲା : ହାଓଡ଼ା-ପୁରୀ ଏକ୍ସପ୍ରେସ, କୋଣାର୍କ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ, ହୀରାକୁଦ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଭାରତର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଏସବୁ ଟ୍ରେନ ସୁବିଧାଜନକ ଯାତ୍ରୀ ସୁବିଧା ଯୋଗାଇ ଦେଇଥାନ୍ତି।

 

*****

P.S.



(Release ID: 1909635) Visitor Counter : 105