ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ୍ କମର୍ସ ଜୀନା ରାଏମୋଣ୍ଡୋଙ୍କ ସହିତ ଦ୍ୱିପାକ୍ଷିକ ବୈଠକ


ବର୍ତ୍ତମାନ କୌଶଳ ଓ ଦକ୍ଷତା ଡ଼ିଗ୍ରୀ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି - ଧର୍ମେନ୍ଦ୍ର ପ୍ରଧାନ

ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଦିଗରେ ବୈଠକରେ ଆଲୋଚନା

ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାରତର ତ୍ୱରିତ ବିକାଶ ପାଇଁ ଥିବା ଦୂରଦୃଷ୍ଟିକୁ ପ୍ରସଂଶା

ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ସହ ଭବିଷ୍ୟତ ପାଇଁ ପ୍ରତିଭାଶାଳୀ ମାନବ ସମ୍ବଳ ପ୍ରସ୍ତୁତ କରାଯିବ

Posted On: 09 MAR 2023 6:23PM by PIB Bhubaneshwar

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ସହିତ ଭାରତ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଶ୍ରୀ ପ୍ରଧାନ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ଜୀବନବ୍ୟାପୀ ଶିକ୍ଷା ଗ୍ରହଣରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା, ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ  ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା ହୋଇଥିଲା I



ଏହି ବୈଠକରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ବର୍ତ୍ତମାନ କୌଶଳ ଓ ଦକ୍ଷତା ଡ଼ିଗ୍ରୀ ଠାରୁ ବି ଅଧିକ ଗୁରୁତ୍ୱ ବହନ କରୁଛି I ଭାରତର ଥିବା ମାନବ ସମ୍ବଳ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଉଭା ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକତା ସୁଯୋଗ ଉଭୟ ରାଷ୍ଟ୍ରର ବିକାଶ ପାଇଁ ସହାୟକ ହେବ I  ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଭାରତର ତ୍ୱରିତ ବିକାଶ ପାଇଁ ଥିବା ଦୂରଦୃଷ୍ଟିକୁ  ପ୍ରଶଂସା କରିଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି I
 


ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମକୁ ଅଧିକ କ୍ରିୟାଶୀଳ କରିବା ସହ ଭବିଷ୍ୟତ ପାଇଁ ଏକ ପ୍ରତିଭାଶାଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହମତି ପ୍ରକାଶ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି I
 


ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କୁ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ସହିତ କାଶ୍ମୀର ଶାଲ୍ ପ୍ରଦାନ କରିଥିଲେ ।

RoM



(Release ID: 1905421) Visitor Counter : 89


Read this release in: English , Urdu , Marathi , Hindi