ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାଞ୍ଜିମରୁ ଭାସ୍କୋ କନେକ୍ଟିଭିଟି ଲୋକଙ୍କୁ ସହାୟତା କରିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ

Posted On: 05 MAR 2023 5:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଜଳପଥ- ୬୮ ନିର୍ମାଣକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ନିର୍ମାଣ ଦ୍ୱାରା ଗୋଆର ପାଞ୍ଜିମରୁ ଭାସ୍କୋ ମଧ୍ୟରେ ଦୂରତା ୯ କିଲୋମିଟର ପର୍ଯ୍ୟନ୍ତ କମିବ ଏବଂ ଯାତ୍ରା ସମୟ ମାତ୍ର ୨୦ ମିନିଟ ରହିବ । ପୂର୍ବରୁ ପାଞ୍ଜିମରୁ ଭାସ୍କୋ ଦୂରତା ପ୍ରାୟ ୩୨ କିଲୋମିଟର ଓ ଯାତ୍ରା ସମୟ ପ୍ରାୟ ୪୫ ମିନିଟ ଥିଲା ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ୱାଇ. ନାଏକଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗୋଆର ପାଞ୍ଜିମରୁ ଭାସ୍କୋ ସଂଯୋଗୀକରଣ ଲୋକଙ୍କୁ ସହାୟତା କରିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପାଞ୍ଜିମରୁ ଭାସ୍କୋ ମଧ୍ୟରେ ଏହି କନେକ୍ଟିଭିଟି ଦ୍ୱାରା ଲୋକଙ୍କୁ ସାହାଯ୍ୟ ମିଳିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ।

SR



(Release ID: 1904408) Visitor Counter : 113