ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀ ୨୫ ଫେବୃଆରୀ, ୨୦୨୩ରେ ‘କୁଶଳୀକରଣ ଏବଂ ଶିକ୍ଷା ମାଧ୍ୟମରେ ଯୁବ ଶକ୍ତିର ଉପଯୋଗ’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ
ବଜେଟ୍ ଘୋଷଣା ଗୁଡିକର କାର୍ଯ୍ୟନ୍ୱୟନ ପାଇଁ ବିଭିନ୍ନ ବିଚାରକୁ ଜାଣିବା ନିମନ୍ତେ ସରକାରଙ୍କ ଦ୍ୱାରା ଆୟୋଜିତ କରା ଯାଉଥିବା ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ଏକ ଅଂଶ ବିଶେଷ
ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରର ବଜେଟ୍ ଘୋଷଣା ଗୁଡିକ ସମ୍ପର୍କରେ, କାର୍ଯ୍ୟକାରିତା ଉପରେ ପରାମର୍ଶ ଏବଂ ଆଗକୁ ଯିବା ପାଇଁ ରାସ୍ତା ବିଷୟରେ ଆଲୋଚନା ନିମନ୍ତେ ୱେବିନାରରେ ୬ ଟି ବ୍ରେକଆଉଟ୍ ଅଧିବେଶନ ରହିବ
Posted On:
24 FEB 2023 8:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଫେବୃଆରୀ, ୨୦୨୩ ରେ ଦିନ ୧୦ ଟା ସମୟରେ ‘କୁଶଳୀକରଣ ଏବଂ ଶିକ୍ଷା ମାଧ୍ୟମରେ ଯୁବ ଶକ୍ତିର ଉପଯୋଗ’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ । ଏହା କେନ୍ଦ୍ର ବଜେଟରେ ଘୋଷିତ ପଦକ୍ଷେପ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟନ୍ୱୟନ ପାଇଁ ବିଚାର ଏବଂ ପରାମର୍ଶ ଗୁଡିକର ଅନୁସନ୍ଧାନ ନିମନ୍ତେ ସରକାରଙ୍କ ଦ୍ୱାରା ଆୟୋଜିତ କରା ଯାଉଥିବା ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାର ଗୁଡିକର ଏକ ଅଂଶ ବିଶେଷ । କେନ୍ଦ୍ର ବଜେଟ୍ ସାତଟି ପ୍ରାଥମିକତା ଗ୍ରହଣ କରେ, ଯାହା ପରସ୍ପରର ପୂରକ ହୋଇଥାଏ ଏବଂ ଅମୃତ କାଳ ମାଧ୍ୟମରେ ଆମକୁ ମାର୍ଗଦର୍ଶନ କରୁଥିବା ‘ସପ୍ତଋଷି’ ଭାବରେ କାର୍ଯ୍ୟ କରିଥାଏ । ସମାବେଶୀ ବିକାଶ ହେଉଛି ସରକାରଙ୍କ ପ୍ରାଥମିକତା ଗୁଡିକ ମଧ୍ୟରୁ ଗୋଟିଏ, ଯେଉଁଥିରେ ଶିକ୍ଷା ଏବଂ ଦକ୍ଷତା ବିକାଶ ଅନ୍ତର୍ଭୁକ୍ତ ଅଟେ ।
ୱେବିନାରରେ ଉଭୟ ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରୁଥିବା ୬ ଟି ବ୍ରେକଆଉଟ୍ ଅଧିବେଶନ ରହିବ । କେନ୍ଦ୍ର ସରକାରଙ୍କ ସଂପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀ ଏବଂ ସଚିବ ମାନଙ୍କ ବ୍ୟତୀତ, ରାଜ୍ୟ ସରକାର ମାନଙ୍କର ଶିକ୍ଷା ଓ ଦକ୍ଷତା ବିଭାଗରୁ ଆସିଥିବା କିଛି ହିତାଧିକାରୀ, ଶିଳ୍ପ ପ୍ରତିନିଧି, ଛାତ୍ର, ସ୍କୁଲ୍ ଏବଂ ବିଶ୍ୱ ବିଦ୍ୟାଳୟର ଶିକ୍ଷକ, ଶିକ୍ଷା ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ, ଦକ୍ଷତା ବିକାଶ ସଂସ୍ଥା, କ୍ଷେତ୍ର ଦକ୍ଷତା ପରିଷଦ, ଆଇଟିଆଇ, ଫିକ୍କି, ସିଆଇଆଇ, ନାସକମ୍ ଇତ୍ୟାଦି ଭଳି ସଂସ୍ଥା ଏହି ୱେବିନାର ଗୁଡିକରେ ଅଂଶଗ୍ରହଣ କରିବେ ଏବଂ ବଜେଟ୍ ଘୋଷଣା ଗୁଡିକର ଉନ୍ନତ କାର୍ଯ୍ୟନ୍ୱୟନ ପାଇଁ ପରାମର୍ଶ ମାଧ୍ୟମରେ ସହଯୋଗ କରିବେ ।
ବ୍ରେକଆଉଟ୍ ଅଧିବେଶନର ବିଷୟବସ୍ତୁ ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦, ସ୍କିଲ ଇଣ୍ଡିଆ ଡିଜିଟାଲ ପ୍ଲାଟଫର୍ମ, ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର, ଜାତୀୟ ଶିକ୍ଷାନବୀଶ ପ୍ରୋତ୍ସାହନ ଯୋଜନା ଏବଂ ଶିଶୁ ଏବଂ କିଶୋର ମାନଙ୍କ ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀ ଏବଂ ଶିକ୍ଷକ ତାଲିମ ଅନ୍ତର୍ଭୁକ୍ତ ଅଟେ ।
ଇଭେଣ୍ଟ ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ୍ କରନ୍ତୁ : https://www.youtube.com/watch?v=k-Gh0Klm-1s
SSP
(Release ID: 1902187)
Visitor Counter : 128