ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମହାରାଷ୍ଟ୍ର, ମୁମ୍ବାଇର ଗୁନ୍ଦଭଲି ମେଟ୍ରୋ ଷ୍ଟେସନରୁ ମୋଗ୍ରା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ମେଟ୍ରୋ ରେଳ ଯାତ୍ରା


ମୁମ୍ବାଇ ୧ ମୋବାଇଲ ଆପ୍ ଓ ନ୍ୟାସନାଲ କମନ ମୋବିଲିଟି କାର୍ଡ ଶୁଭାରମ୍ଭ କଲେ

Posted On: 19 JAN 2023 8:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁନ୍ଦଭଲି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ମୋଗ୍ରା ପର୍ଯ୍ୟନ୍ତ ମେଟ୍ରୋ ରେଳରେ ଯାତ୍ରା କରିଛନ୍ତି । ଏହି ଅବସରରେ ସେ ମୁମ୍ବାଇ ୧ ମୋବାଇଲ ଆପ୍ ଓ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧)ର ଶୁଭାରମ୍ଭ କରିବା ସହ ମେଟ୍ରୋ ଫଟୋ ପ୍ରଦର୍ଶନୀ ଓ ୩ଡି ମଡେଲ ବୁଲି ଦେଖିଛନ୍ତି । ମେଟ୍ରୋ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ନିତିଦିନିଆ ଯାତ୍ରୀ ଓ ମେଟ୍ରୋ ନିର୍ମାଣରେ ସାମିଲ ଶ୍ରମଜୀବିମାନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀସ ପ୍ରମୁଖ ଉପସ୍ଥିତ ଥିଲେ ।        

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

 

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ମେଟ୍ରୋ ଯାତ୍ରା କରୁଛନ୍ତି ।’’

 

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଓ ୭କୁ ଲୋକାର୍ପିତ କରିବା ସହ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ପୁନଃବିକାଶ ଓ ସାତଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ୨୦ଟି ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦୱାଖାନା ଉଦଘାଟନ କରିବା ସହ ମୁମ୍ବାଇରେ ପ୍ରାୟ ୪୦୦ କିଲୋମିଟର ରାସ୍ତାକୁ କଂକ୍ରିଟ କରିବା ପାଇଁ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ମୁମ୍ବାଇ ୧ ମୋବାଇଲ ଆପ୍ ଓ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧)ର ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ଯାତ୍ରାକୁ ସହଜ କରିବ । ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାରରେ କାର୍ଡ ଦେଖାଇ ସହଜରେ ପ୍ରବେଶ କରିବା ସାଙ୍ଗକୁ ୟୁପିଆଇ ମାଧ୍ୟମରେ ଟିକେଟ କିଣିବା ପାଇଁ ଡିଜିଟାଲ ପଇଠ କରାଯାଇପାରିବ । ପ୍ରାରମ୍ଭିକ ଭାବେ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧) ମେଟ୍ରୋ କରିଡରରେ ବ୍ୟବହାର କରାଯିବ, ପରେ ଏହାକୁ ସ୍ଥାନୀୟ ଟ୍ରେନ ଏବଂ ବସ ଭଳି ସାର୍ବଜନୀନ ପରିବହନରେ ବ୍ୟବହାର କରାଯାଇପାରିବ । ଯାତ୍ରୀମାନେ ବିଭିନ୍ନ ପ୍ରକାର କାର୍ଡ କିମ୍ବା ନଗଦ ଟଙ୍କା ଧରି ଯିବାଆସିବା କରିବା ଆବଶ୍ୟକ ନାହିଁ । ଏନସିଏମସି କାର୍ଡ ଦ୍ୱାରା ତ୍ୱରିତ, ସମ୍ପର୍କହୀନ, ଡିଜିଟାଲ ନେଣଦେଣ ହୋଇପାରିବ, ଯାହା ସୁଖଦ ଅନୁଭୂତି ପ୍ରଦାନ କରିବ ।

 

SR



(Release ID: 1892784) Visitor Counter : 172