ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅସତ୍ୟ ଓ ବାସ୍ତବତା


କୋଭିଡ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ଆଇସିଏମ୍‌ଆର୍ ଓ ସିଡିଏସ୍‌ସିଓ ଅଧିକାରୀ ସ୍ୱୀକାର କରିଥିବା କଥା ଯାହା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ତାହା ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତିକର

ଏହି ପ୍ରସଙ୍ଗରେ ଆଇସିଏମ୍‌ଆର ଓ ସିଡିଏସ୍‌ସିଓ ପକ୍ଷରୁ ଅତ୍ୟନ୍ତ ଆଗ୍ରହର ସହିତ ଟିକାର ଗୁଣମାନ ଓ ନିରାପତ୍ତା ସମ୍ପର୍କରେ ଲବ୍ଧ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱବ୍ୟାପୀ ଅବଗତ କରାଯାଇଛି

Posted On: 17 JAN 2023 2:48PM by PIB Bhubaneshwar

‘ଦି ଇକନମିକ୍ ଟାଇମ୍ସ’ରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୋଭିଡ-୧୯ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା କଥା ଆଇସିଏମ୍‌ଆର ଓ ସିଡିଏସ୍‌ସିଓ ଅଧିକାରୀଙ୍କ ସୂତ୍ର ଉଦ୍ଧାର କରି ପ୍ରକାଶିତ ହୋଇଛି । ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇ ସମ୍ପୃକ୍ତ ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତିକର । ଏଥିରେ କୌଣସି ସତ୍ୟତା ନାହିଁ । ଏହି ଖବର ମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ କରିବାକୁ ଅପଚେଷ୍ଟା କରାଯାଇଛି ।

ଏହି ସ୍ପଷ୍ଟୀକରଣରେ ଆହୁରି କୁହାଯାଇଛି ଯେ କୋଭିଡ୍ ଟିକାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଥିବା କଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଓ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ(ସିଡିଏସ୍‌ସିଓ)ର ଅଧିକାରୀ ସ୍ୱୀକାର କରିଥିବା ଯାହା ରିପୋର୍ଟରେ କୁହାଯାଇଛି  ତାହା ଅସତ୍ୟ । କୌଣସି ଅଧିକାରୀ ଏପରି କିଛି ତଥ୍ୟ ସମ୍ପୃକ୍ତ ସମ୍ବାଦପତ୍ରକୁ ଦେଇନାହାନ୍ତି । ସେହି ଖବର କାଗଜ ପୁଣି ଏକ ଆର୍‌ଟିଆଇ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଉଲ୍ଲେଖ କରିଛି ।

ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ଟିକାର ଗୁଣମାନ ଓ ନିରାପତା ସମ୍ପର୍କରେ ଲବ୍ଧ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରାଯାଇଛି । ଏ ସମ୍ପର୍କୀତ ତଥ୍ୟ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଅନ୍ୟାନ୍ୟ ବୈଶ୍ୱିକ ସଂସ୍ଥାକୁ ଦିଆଯାଇଛି ।

ଆରଟିଆଇର ଜବାବରେ ଆଇସିଏମ୍‌ଆର ଯେଉଁ ନଥି ଓ ଲିଙ୍କ୍‌ସ ପ୍ରଦାନ କରିଛି ତା’ଉପରେ କୌଣସି ମତାମତ ଦିଆଯାଇନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି । ସେହିଭଳି କୋଭିଡ ଟିକା ନେଲେ ଅନ୍ୟାନ୍ୟ ଟିକା ଭଳି ସାଧାରଣ ପ୍ରତିକ୍ରିୟା ଯଥା ଟିକାସ୍ଥାନ ସାମାନ୍ୟ ଦରଜ ହେବା, ସ୍ୱଳ୍ପ ଯନ୍ତ୍ରଣା, ମୁଣ୍ଡବ୍ୟଥା, ସାମୟିକ ଥକାପଣ, ଶୀତୁଆ ଲାଗିବା ଆଦି ପ୍ରତିକ୍ରିୟା ସୃଷ୍ଟି ହୁଏ ଏବଂ ଏହା ସାଧାରଣ କଥା । ତେବେ ସମ୍ପୃକ୍ତ ଖବରକାଗଜକୁ ଏହି ଟିକାର ବିଭିନ୍ନ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଥିବା ସମ୍ପର୍କରେ ଦୁଇସଂସ୍ଥା ପକ୍ଷରୁ କିଛି କୁହାଯାଇନାହିଁ ।

ବିଶ୍ୱସ୍ତରୀୟ ଗବେଷଣା କହୁଛି ଯେ କୋଭିଡ ଟିକା ନିରାପଦ ଏବଂ ଏହାର ଗୁୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି ।

 

*****

TKM/SLP

 

 



(Release ID: 1891859) Visitor Counter : 190