ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଭୁବନେଶ୍ୱରରେ ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ


ସଦସ୍ୟମାନେ ଭାରତ ବନାମ ୱେଲ୍ସ ହକି ବିଶ୍ୱ କପ ମ୍ୟାଚ ମଧ୍ୟ ଦେଖିବେ

Posted On: 06 JAN 2023 7:22PM by PIB Bhubaneshwar

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ । ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ । 

ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ । ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି । 

ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ ବବି ଜର୍ଜ କହିଛନ୍ତି, “ମୁଁ ଭୁବନେଶ୍ୱରର ଏମଓସିରେ ଭାଗ ନେବାକୁ ଉତ୍ସୁକ । ଏମଓସି ସଦସ୍ୟ ଭାବେ ଆମେ କ୍ରୀଡାବିତମାନଙ୍କ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ସେମାନଙ୍କ ଅଂଶଗ୍ରହଣକୁ ଅନୁମୋଦନ ଦେଇଥାଉ । ଯଦିଓ ପ୍ରଥମ ଥର ପାଇଁ ଏମଓସି ସଦସ୍ୟ ଭାବେ ଆମେ ସମସ୍ତେ ଖେଳାଳିମାନଙ୍କୁ ପଡିଆରେ ଖେଳୁଥିବା ଦେଖିବୁ । ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନ ନିକଟରୁ ପରଖିବା ସହ ସେମାନଙ୍କ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ମିଳିବ ।“

ସାଧାରଣତଃ ସାରା ଭାରତରୁ ଏମଓସି ସଦସ୍ୟମାନେ ‘ଟପ୍ସ’ ସମ୍ବନ୍ଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥାନ୍ତି । କୋଭିଡ-19 ପ୍ରଭାବ ଅଧିକ ଥିବା ବେଳେ କ୍ରୀଡାବିତମାନଙ୍କ ବିଳମ୍ବ ନକରାଇବା ପାଇଁ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା । ଲକଡାଉନ ପରେ ଏହି ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମାସର ଗୋଟିଏ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ବୈଠକ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହେଉଛି । 

 

SR/BS



(Release ID: 1889463) Visitor Counter : 112


Read this release in: English , Urdu , Hindi , Kannada