ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଭୁବନେଶ୍ୱର ସମେତ ଦେଶର ୨୫ଟି ବିମାନ ବନ୍ଦରକୁ ୨୦୨୨ ରୁ ୨୦୨୫ ମଧ୍ୟରେ ଲିଜ୍ ସୂତ୍ରରେ ଦେବା ପାଇଁ ନିର୍ଦ୍ଧାରିତ କରିଛନ୍ତି ଭାରତୀୟ ବିମାନବନ୍ଦର ପ୍ରାଧିକରଣ

Posted On: 19 DEC 2022 2:30PM by PIB Bhubaneshwar

ନ୍ୟାସନାଲ ମନିଟାଇଜେସନ୍ ପାଇପଲାଇନ (ଏମ୍‌ଏନ୍‌ପି) ଅନୁଯାୟୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ୨୫ଟି ବିମାନ ବନ୍ଦର, ଯଥା - ଭୁବନେଶ୍ୱର, ବାରଣାସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଂଚିି, ଯୋଧପୁର, ଚେନ୍ନାଇ, ବିଜୟୱାଡା , ଭଦୋଦରା, ଭୋପାଳ, ତିରୁପତି, ହୁବଳି, ଇମ୍ଫାଲ, ଅଗରତାଲା, ଉଦୟପୁର, ଡେରାଡୁନ୍ ଏବଂ ରାଜମହେନ୍ଦ୍ରି ବିମାନ ବନ୍ଦରକୁ ୨୦୨୨ ରୁ ୨୦୨୫ ମଧ୍ୟରେ ଲିଜ୍ ଆକାରରେ ଦେବା ପାଇଁ ନିର୍ଦ୍ଧାରିତ କରିଛନ୍ତି ।

କାର୍ଯ୍ୟ, ପରିଚାଳନା ଏବଂ ବିକାଶ ପାଇଁ ଏଏଆଇ ଏହାର ଆଠଟି ବିମାନବନ୍ଦରକୁ ସରକାରୀ ଘରୋଇ ଭାଗୀଦାରୀତା (ପିପିପି) ଆଧାରରେ ଦୀର୍ଘକାଳୀନ ଭିତ୍ତିରେ ଲିଜ୍ ଆକାରରେ ଦେଇସାରିଛି । ରିହାତି ପାଉଥିବା ବିମାନ ବନ୍ଦର ସହିତ ବିମାନ ବନ୍ଦର ଗୁଡିକର ବିବରଣୀ ସମ୍ପର୍କରେ ନିମ୍ନରେ ପ୍ରଦାନ କରାଯାଇଛି :

 (୧) ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ - ମେସର୍ସ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଡିଆଇଏଏଲ୍‌)

(୨) ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇ - ମେସର୍ସ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଏମ୍‌ଆଇଏଏଲ୍‌)

(୩) ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦର, ଲକ୍ଷ୍ନୌ - ମେସର୍ସ ଲକ୍ଷ୍ନୌ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଏଲ୍‌ଆଇଏଏଲ୍‌)

(୪) ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର, ଅହମ୍ମଦାବାଦ - ମେସର୍ସ ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଏଆଇଏଏଲ୍‌)

(୫) ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର - ମେସର୍ସ ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଏମ୍‌ଏଆଇଏଏଲ୍‌)

(୬) ଜୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦର - ମେସର୍ସ ଜୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଜେଆଇଏଏଲ୍‌)

(୭) ଲୋକପ୍ରିୟ ଗୋପୀନାଥ ବରଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦର, ଗୌହାଟୀ - ମେସର୍ସ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଜିଆଇଏଏଲ୍‌)

(୮) ଥିରୁବନ୍ତପୁରମ୍ ଅନ୍ତର୍ଜାତୀୟ ବିମାନ ବନ୍ଦର – ମେସର୍ସ ଟିଆର୍‌ବି - କେରଳ ଅନ୍ତର୍ଜାତୀୟ ବିମାନ ବନ୍ଦର ଲିମିଟେଡ୍ (ଟିଆଇଏଏଲ୍‌)

ବେସରକାରୀ କ୍ଷେତ୍ରର ଦକ୍ଷତା ଏବଂ ବିନିଯୋଗକୁ ବ୍ୟବହାର କରି ସେଗୁଡିକର ଉତ୍ତମ ପରିଚାଳନା ପାଇଁ ଏଏଆଇ ବିମାନ ବନ୍ଦର ଗୁଡିକୁ ଜନସାଧାରଣଙ୍କ ସ୍ୱାର୍ଥରେ ଲିଜ୍ ଆକାରରେ ଦିଆ ଯାଇଥାଏ । ଯାତ୍ରୀମାନେ ସରକାରୀ ଘରୋଇ ଭାଗୀଦାରୀ ଅନୁଯାୟୀ ଲିଜ୍ ଆକାରରେ ବିମାନ ବନ୍ଦରର ସଂଚାଳନ, ପରିଚାଳନା ଏବଂ ବିକାଶ କରୁଥିବା ଘରୋଇ ଭାଗୀଦାର ମାନଙ୍କ ଦ୍ୱାରା ନିର୍ମିତ ବିମାନ ବନ୍ଦରର ଭିତ୍ତିଭୂମି ସଂରଚନା ଏବଂ ସୁବିଧା ଗୁଡିକର ଅନ୍ତିମ ଲାଭାର୍ଥୀ ଅଟନ୍ତି । ବିମାନ ବନ୍ଦର ଗୁଡିକ ଅର୍ଥନୈତିକ କାର୍ଯ୍ୟକଳାପ ଗୁଡିକର କେନ୍ଦ୍ର ଭାବରେ ଉଭା ହୋଇଛି ଏବଂ ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ ଏହାର ବହୁତ ପ୍ରଭାବ ରହିଛି । ଏଏଆଇ ଦ୍ୱାରା ଲିଜ୍ ଦିଆ ଯାଇଥିବା ବିମାନ ବନ୍ଦର ଗୁଡିକରୁ ପ୍ରାପ୍ତ ରାଜସ୍ୱ ମଧ୍ୟ ଦେଶର ବିମାନ ବନ୍ଦର ଭିତ୍ତିଭୂମି ବିକାଶରେ ଉପଯୋଗ ହୋଇଥାଏ ।

ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ୍ (ଡଃ) ଭି କେ ସିଂ (ଅବସରପ୍ରାପ୍ତ) ଏହି ସୂଚନା ଦେଇଛନ୍ତି ।

*****

SSP



(Release ID: 1884860) Visitor Counter : 167


Read this release in: English , Tamil , Urdu , Telugu