ସଂସ୍କୃତି ମନ୍ତ୍ରଣାଳୟ

ଡିସେମ୍ବର ପହିଲାରେ ଭାରତ ଜି ୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଉପଲକ୍ଷେ ସାରା ଦେଶର ୧୦୦ରୁ ଅଧିକ କିର୍ତ୍ତୀରାଜି ହେଲା ଆଲୋକିତ


୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଐତିହାସିକ କିର୍ତ୍ତୀରାଜିଗୁଡ଼ିକୁ ଜି୨୦ ଲୋଗୋ ଆଲୋକରେ କରାଗଲା ଉଦଭାସିତ

କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଉଦୟଗିରି ଗୁମ୍ଫା ଓ ରାଜାରାଣୀ ମନ୍ଦିରରେ ଚମକିଲା ଜି୨୦ ଲୋଗୋ

Posted On: 05 DEC 2022 5:46PM by PIB Bhubaneshwar

ଡିସେମ୍ବର ପହିଲା ଠାରୁ ଭାରତ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିଛି । ଏହି ଉପଲକ୍ଷେ ୧ରୁ ୭ ଡିସେମ୍ବର ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦେଶର ୧୦୦ରୁ ଅଧିକ ଐତିହାସିକ କିର୍ତ୍ତୀରାଜିଗୁଡ଼ିକୁ ଜି୨୦ ଲୋଗୋରେ ଆଲୋକିତ କରାଯାଇଥିଲା।

ଦେଶବ୍ୟାପୀ ବିଭିନ୍ନ କୀର୍ତ୍ତିରାଜିଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀର ହୁମାୟୁଁ ସମାଧିସୌଧ, ଲାଲକିଲ୍ଲା, ପୁରାନା କିଲା, କୁତବମୀନାର, ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗ, ଜାମ୍ମୁ ଓ କାଶ୍ମୀରର ଶଙ୍କରାଚାର୍ଯ୍ୟ ମନ୍ଦିର, ତେଲଙ୍ଗାନାର ରାମାପ୍ପା ମନ୍ଦିର, ରାଜସ୍ଥାନର ନାଗଡ଼ା ମନ୍ଦିର, କର୍ଣ୍ଣାଟକ ହମ୍ପିସ୍ଥିତ ଶ୍ରୀ ବୀରୂପାକ୍ଷ ମନ୍ଦିର, ବିହାରର ପ୍ରାଚୀନ ନାଳନ୍ଦା ବିହାରକୁ ମଧ୍ୟ ଆଲୋକିତ କରାଯାଇଥିଲା।

ଏହି ଅବସରରେ ଓଡ଼ିଶାର ପୁରୀସ୍ଥିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ବରସ୍ଥିତ ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଉପରେ ଥିବା ପ୍ରାଚୀନ ଗୁମ୍ଫା, ପ୍ରାଚୀନ କିର୍ତ୍ତିରାଜି ଓ ଐତିହ୍ୟ କୀର୍ତ୍ତିକୁ ଜି-୨୦ ଲୋଗୋରେ ଉଦଭାସିତ କରାଯାଇଥିଲା।

ଆଲୋକିତ ହୋଇଥିବା କିର୍ତ୍ତୀରାଜିଗୁଡ଼ିକର ଫଟୋ ଦେଖିବା ଲାଗି ନିମ୍ନ ଲିଙ୍କରେ କ୍ଲିକ୍‌ କରନ୍ତୁ

https://wetransfer.com/downloads/5dd0d21069f68c870d0dcf406f7176b420221203154111/d3bbb0de1338b34880206d99a7f2ef8e20221203154129/8a45e2?trk=TRN_TDL_01&utm_campaign=TRN_TDL_01&utm_medium=email&utm_source=sendgrid

 

ଆଲୋକିତ ହୋଇଥିବା କିର୍ତ୍ତୀରାଜିଗୁଡ଼ିକୁ ଦେଖିବା ଲାଗି ଏଠାରେ କ୍ଲିକ୍‌ କରନ୍ତୁ

*****

P.S.



(Release ID: 1881060) Visitor Counter : 199