ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା : ରବି କ୍ଷେତ୍ରରେ ବିଗତ ବର୍ଷ ତୁଳନାରେ ୨୪.୧୩ ଲକ୍ଷ ହେକ୍ଟର ଚାଷ ବୃଦ୍ଧି ହୋଇଛି


ବରିଷ୍ଠ ଅଧିକାରୀମାନଙ୍କ ସହିତ ରବି ଫସଲର ସ୍ଥିତିର ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ; ଆଗାମୀ ଦିନରେ ରବି ଫସଲର କ୍ଷେତ୍ର ଫଳରେ ଦ୍ରୁତ ବେଗରେ ଆହୁରି ବୃଦ୍ଧି ହେବାର ଆଶା କରାଯାଉଛି: କୃଷି ମନ୍ତ୍ରୀ

ବିଗତ ବର୍ଷ ଏହି ସମୟରେ ୧୩୮.୩୫ ଲକ୍ଷ ହେକ୍ଟର ତୁଳନାରେ ଚଳିତ ବର୍ଷ ୧୫୨.୮୮ ଲକ୍ଷ ହେକ୍ଟର ଚାଷରେ ଗହମ କ୍ଷେତ୍ରଫଳରେ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି

ମୃତ୍ତିକାର ନମନୀୟତାର ଅନୁକୂଳ ସ୍ଥିତି, ଉତ୍ତମ ଜଳ ଭଣ୍ଡାରଣ ଏବଂ ଦେଶବ୍ୟାପୀ ସାରର ସହଜ ଉପଲବ୍ଧତା କାରଣରୁ ରବି ଋତୁରେ ଉତ୍ତମ ଫସଲ ହେବାର ଆଶା କରାଯାଉଛି: ଶ୍ରୀ ତୋମାର

Posted On: 26 NOV 2022 10:51PM by PIB Bhubaneshwar

କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଏହି ସୂଚନା ଦେଇ କହିଛନ୍ତି ଯେ ବିଗତ ବର୍ଷ ତୁଳନାରେ ଚଳିତ ରବି ଋତୁରେ ରବି ଫସଲର କ୍ଷେତ୍ରଫଳରେ ୨୪.୧୩ ଲକ୍ଷ ହେକ୍ଟର ବୃଦ୍ଧି ହୋଇଛି । ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ରବି ଫସଲର ସ୍ଥିତିର ସମୀକ୍ଷା କରି ଶ୍ରୀ ତୋମର ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ବିଗତ ବର୍ଷ ଏହି ସମୟରେ ଦେଶରେ ୧୩୮.୩୫ ଲକ୍ଷ ହେକ୍ଟରରେ ରବି ଫସଲ ହୋଇଥିବା ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୫୨.୮୮ ଲକ୍ଷ ହେକ୍ଟର କ୍ଷେତ୍ରରେ ଗହମ ଚାଷ କରାଯାଇଛି । କାରଣ ଗତ ବର୍ଷ ଦେଶର ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟ ତୁଳନାରେ ଗହମ କ୍ଷେତ୍ରୀୟ କଭରେଜ୍‌ରେ ଏହି ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଗହମ ପାଇଁ ବିଗତ ବର୍ଷ ତୁଳନାରେ କ୍ଷେତ୍ରଫଳରେ ୧୪.୫୩ ଲକ୍ଷ ହେକ୍ଟରର ବୃଦ୍ଧି ଘଟିଛି । ୨୦୨୨ ମସିହା ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରବି ଫସଲ ଅଧୀନରେ ରୁଆଁ ଯାଇଥିବା ମୋଟ କ୍ଷେତ୍ରଫଳ ୩୫୮.୫୯ ଲକ୍ଷ ହେକ୍ଟର (ଯାହା ସାଧାରଣ ରବି କ୍ଷେତ୍ରର ୫୭ ପ୍ରତିଶତ) ଥିଲା ଯଦ୍ୟପି ବିଗତ ବର୍ଷ ଏହି ସମୟରେ ଏହି ପରିମାଣ ୩୩୪.୪୬ ଲକ୍ଷ ହେକ୍ଟର ଥିଲା । ଏହିଭଳି ଭାବେ ରବି କ୍ଷେତ୍ରରେ ବିଗତ ବର୍ଷ ତୁଳନାରେ ୨୪.୧୩ ଲକ୍ଷ ହେକ୍ଟର ବୃଦ୍ଧି ଘଟିଥିବା ଜଣାପଡ଼ିଛି । (ଏହାର ହିସାବ ଟେବୁଲରେ ପ୍ରଦାନ କରାଯାଇଛି)

ଶ୍ରୀ ତୋମର ଆଶା ବ୍ୟକ୍ତ କରି କହିଛନ୍ତି ଯେ ମୃତ୍ତିକାର ନମନୀୟତାର ଅନୁକୂଳ ସ୍ଥିତି, ଉତ୍ତମ ଜଳ ଭଣ୍ଡାରଣ ଏବଂ ଦେଶବ୍ୟାପୀ ସାରର ସହଜ ଉପଲବ୍ଧତା ସହିତ ଆଗାମୀ ଦିନରେ ରବି ଫସଲର କ୍ଷେତ୍ରୀୟ କଭରେଜ୍‌ରେ ଆହୁରି ଦ୍ରୁତ ଚାଷ  ପରିଲକ୍ଷିତ ହେବ ଏବଂ ଏହା ଫଳରେ ଉତ୍ତମ ରବି ଫସଲ ହେବାର ଆଶା କରାଯାଉଛି ।

ସାରା ଦେଶରେ ୧୪୩ ଗୋଟି ମହତ୍ତ୍ୱପୂର୍ଣ୍ଣ ଜଳଭଣ୍ଡାରରେ ବର୍ତ୍ତମାନ ଜଳ ସଂଗ୍ରହଣ ୧୪୯.୪୯ ବିଲିୟନ୍ କ୍ୟୁବିକ୍ ମିଟର ( ନଭେମ୍ବର ୨୪, ୨୦୨୨କୁ ଶେଷ ହୋଇଥିବା ସପ୍ତାହ) ରହିଛି, ଯାହା ବିଗତ ବର୍ଷ ଏହି ସମୟ ତୁଳନାରେ ୧୦୬ ପ୍ରତିଶତ ଅଟେ ଏବଂ ବିଗତ ୧୦ ବର୍ଷର ଏହି ଅବଧିର ଅନୁପାତ ସଂଗ୍ରହଣର ୧୧୯ ପ୍ରତିଶତ । ଅଧିକାଂଶ ଜିଲ୍ଲାରେ ୧୫- ୨୧ ନଭେମ୍ବର, ୨୦୨୨ ପର୍ଯ୍ୟନ୍ତ ମୃତ୍ତିକାର ନମନୀୟତାର ସ୍ଥିତି ଏହି ଅବଧିରେ ବିଗତ ୭ ବର୍ଷର ପ୍ରତିଶତ ଅନୁସାରେ ଅଧିକ ଅଟେ । ରବି ଋତୁ ନିମନ୍ତେ ଅବଶ୍ୟକତା ଅନୁରୂପ ସମଗ୍ର ଦେଶରେ ସାର ମଧ୍ୟ ସହଜରେ ଉପଲବ୍ଧ କରାଯାଇଛି ।

 

*****

ss



(Release ID: 1879243) Visitor Counter : 139