ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଏପିଜେ ଅବଦୁଲ କଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି -3 ର ସଫଳ ଉତ୍‌କ୍ଷେପଣ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2022 8:41PM by PIB Bhubaneswar

23 ନଭେମ୍ବର, 2022ରେ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -3 ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଏକ ପ୍ରଶିକ୍ଷଣ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା। ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ଅଧୀନରେ ନିୟମିତ ୟୁଜର ଟ୍ରେନିଂ ଉତ୍‌କ୍ଷେପଣର ଏକ ଅଂଶବିଶେଷ ସ୍ବରୂପ ଏହି ସଫଳ ଟେଷ୍ଟ କରାଯାଇଥିଲା। କ୍ଷେପଣାସ୍ତ୍ର ଉତକ୍ଷେପଣକୁ ପୂର୍ବ ନିର୍ଦ୍ଧାରିତ ରେଞ୍ଜରେ କରାଯାଇଥିଲା ଓ ପ୍ରଣାଳୀର ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡକୁ ପ୍ରମାଣସିଦ୍ଧ ହୋଇଥିଲା।

BS


(ରିଲିଜ ଆଡି: 1878394) ପରିଦର୍ଶକ କାଉଣ୍ଟର : 242
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali