ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
iffi banner

୫୩ତମ ଆଏଫଏଫଆଇରେ ‘ଭାରତୀୟ ସ୍ବାଧୀନତା ସଂଗ୍ରାମ ଏବଂ ଚଳଚ୍ଚିତ୍ର’ ସମ୍ପର୍କିତ ମଲ୍‌ଟିମିଡିଆ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର


ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ସିବିସି ଦ୍ବାରା ଏହି ପ୍ରଦର୍ଶନୀ ସ୍ବାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ ଲୋକମାନଙ୍କ ନିକଟରେ ପହଞ୍ଚାଉଛି

‘‘କଦମ୍ କଦମ୍ ବଢ଼ାଏ ଯା …. ’’

ଆପଣ ଆଜାଦ୍ ହିନ୍ଦ ଫୌଜ ସହିତ ପଦଯାତ୍ରା କରିବାକୁ ଚାହୁଁଛନ୍ତି କି, ଭାରତୀୟ ସ୍ବାଧୀନତା ଆନ୍ଦୋଳନର ସେହି ଗୌରବମୟ ଦିନକୁ ମନେ ପକାଇବାକୁ ଚାହୁଁଛନ୍ତି  ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାକୁ ଚାହୁଁଛନ୍ତି କି ? ତେବେ ପରିଦର୍ଶନ କରନ୍ତୁ ‘ଇଣ୍ଡିଆନ୍ ଫ୍ରିଡମ୍ ମୁଭମେଣ୍ଟ ଆଣ୍ଡ ସିନେମା’ ର ଅଲ୍‌ଟ୍ରା ଡିଜିଟାଲ୍ ପ୍ରଦର୍ଶନୀ ଯାହାକି ଉନ୍ନତ ବାସ୍ତବତା ପରି ଭର୍ଚୁଆଲ୍ ଅନୁଭବ ପ୍ରଦାନ କରିଥାଏ, ଯେଉଁଠାରେ ପରିଦର୍ଶକମାନେ ଆଜାଦ୍ ହିନ୍ଦ ଫୌଜ୍ ସହିତ ଭର୍ଚୁଆଲ୍ ଭାବରେ ପଦଯାତ୍ରା କରିପାରିବେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ । ଆସନ୍ତାକାଲି 53ତମ ଇଣ୍ଟରନାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫଏଫଆଇ) ପରିସରରେ ଅନୁଷ୍ଠିତ ହେବ। ‘ଆଜାଦୀ କା ଅମୃତ ମହୋତ୍ସବ’ କୁ ସ୍ମରଣୀୟ କରିବା ପାଇଁ ଏହି ପ୍ରଦର୍ଶନୀ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଗୋଆର ପଞ୍ଜିମଠାରେ ୨୧-୨୫ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆୟୋଜିତ କରାଯାଇଛି।

ଏହି ପ୍ରଦର୍ଶନୀରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ବିରଳ ଫୁଟେଜକୁ ପ୍ରଦର୍ଶିତ କରାଯିବ ଯଦ୍ଦ୍ବାରା ସର୍ବସାଧାରଣ ସ୍ବାଧୀନତା ସଂଗ୍ରାମୀମାନଙ୍କର ଅବଦାନ ବିଷୟରେ ଜାଣିପାରିବେ ଓ ଯୁବପିଢ଼ିମାନେ ଏହା ଦ୍ବାରା ଅନୁପ୍ରାଣିତ ହୋଇପାରିବେ।

ଏହି ପ୍ରଦର୍ଶନୀରେ ଏକ ଫ୍ଲିପ୍ ବୁକ୍ ଓ ପ୍ୟାନେଲ୍ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମର ଯାତ୍ରାକୁ ବର୍ଣ୍ଣନା କରାଯାଇଛି । ଏହା ସହିତ ଏହି ଫିଲ୍ମରେ ସ୍ବାଧୀନତା ସଂଗ୍ରାମର ନାୟକ ମାନଙ୍କୁ ପ୍ରଦର୍ଶିତ କରାଯାଇଛି। ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରେରଣାଦାୟକ ଭାଷଣର ଅଡିଓ ତଥା ଗୀତ ଦର୍ଶାଯାଇଛି ଯାହାକି ଆନ୍ଦୋଳନର ସ୍ବର ହୋଇଥିବା ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ମରଣୀୟ ଆଲୋଚନାକୁ ମଧ୍ୟ ଏହି ପ୍ରଦର୍ଶନୀରେ ସାମିଲ୍ କରାଯାଇଛି। ସେହିପରି ଏକ ଥିଏଟର ରୁମକୁ ନିର୍ମାଣ କରାଯାଇଛି ଯେଉଁଠାରେ ଜଣେ ବ୍ୟକ୍ତି 1857 ର ପ୍ରଥମ ସ୍ବାଧୀନତା ସଂଗ୍ରାମର 360 ଡିଗ୍ରୀ ଅନୁଭବ ପାଇପାରିବେ।

ସେହିପରି, ପରମ ବୀର ଚକ୍ର ପୁରସ୍କାର ବିଜେତାଙ୍କ ନିମନ୍ତେ ପ୍ରସ୍ତୁତ ଏକ ଫିଲ୍ମକୁ ପ୍ରଦର୍ଶନୀରେ ସାମିଲ୍ କରାଯାଇଥିଲା ଯଦ୍ଦ୍ବାରା ଯୁବ ପିଢ଼ିମାନେ ଅନୁପ୍ରାଣିତ ହୋଇପାରିବେ। ସ୍ବାଧୀନତା ସଂଗ୍ରାମ ସମ୍ପର୍କିତ ଅନେକ ଭାରତୀୟ ସିନେମା ଏଥିରେ ପ୍ରଦର୍ଶିତ କରାଯାଇଛି । ଏହା ସହିତ ଜାଲିଆନାୱାଲା ବାଗ୍  ସମ୍ପର୍କିତ ଏକ ପୃଥକ କ୍ରିଏଟିଭ୍ ପ୍ରଦର୍ଶିତ କରାଯାଇଛି । ‘ଆଜାଦି କ୍ବେଷ୍ଟ’ ଗେମର ଏକ ସେକ୍ସନ ରହିଛି ଯେଉଁଠାରେ ପରିଦର୍ଶକମାନେ ଗେମ ଖେଳିପାରିବେ ଓ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ସେମାନଙ୍କର ଜ୍ଞାନକୁ ବୃଦ୍ଧି କରିପାରିବେ। ଡିସକଭରି ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ କରାଯାଇଥିବା ମୁଭି ଜର୍ଣ୍ଣି ଅଫ୍‌ ଇଣ୍ଡିଆ ଓ ନେଟ୍‌ଫ୍ଲିକ୍‌ସର ଆନିମେସନ ସିରିଜ୍ ଓ ଡିଡି ଦ୍ବାରା ନିକଟରେ ପ୍ରସ୍ତୁତ ହେଇଥିବା ସିରିଜ୍ କୁ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି ।

******

BS /PS

iffi reel

(Release ID: 1877577) Visitor Counter : 244