ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ତାମିଲ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ବାରାଣାସୀରେ ଏକ ମାସବ୍ୟାପୀ ‘କାଶୀ ତାମିଲ ସଙ୍ଗମମ’ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 NOV 2022 5:04PM by PIB Bhubaneswar
‘କାଶୀ ତାମିଲ ସଙ୍ଗମମ୍’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶର ବାରାଣାସୀ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କାଶୀ ଠାରେ ତାମିଲ ମହାକବି ସ୍ୱର୍ଗତ ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପର୍କୀୟ ୯୬ ବର୍ଷୀୟ କେଭି କ୍ରୀଷ୍ଣନ ଏବଂ ପରିବାର ବର୍ଗଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣରେ ସୁବ୍ରମଣ୍ୟମଙ୍କ ବିଚାର ଅଧିକ ପ୍ରାସଙ୍ଗିକ ହୋଇଛି । ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ବିଚାରକୁ ରୂପ ଦେବାରେ କାଶୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହାକବି ଆଗାମୀ ପିଢିଙ୍କ ପାଇଁ ସବୁ ଦିନ ପାଇଁ ପ୍ରେରଣା ହୋଇ ରହିବେ । କାଶୀ ତାମିଲ ସଙ୍ଗମମ ; ଉଭୟ ଅଞ୍ଚଳର ସଂସ୍କୃତି ମଧ୍ୟରେ ଥିବା ଦାର୍ଶନିକ ଏକତା, ସମାନତାକୁ ପାଳନ କରିବାର ଉତ୍ସବ । ୧୦୦ ବର୍ଷ ପୂର୍ବେ ଏକତା, ସାଂସ୍କୃତିକ ଚେତନା ଏବଂ ଏକ ଭାରତର କଳ୍ପନା କରିଥିବା ମହାକବିଙ୍କ ବିଚାରକୁ ଆଜି ପ୍ରଧାନମନ୍ତ୍ରୀ ପୂରଣ କରୁଛନ୍ତି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ଠାରେ ଏକ ମ୍ୟାସ ବ୍ୟାପୀ କାର୍ଯ୍ୟକ୍ରମ ‘ତାମିଲ ସଙ୍ଗମମ’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୧୭ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାଶୀ ଓ ତାମିଲନାଡୁ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କର ପ୍ରତିଛବି ହନୁମାନ ଘାଟ ସ୍ଥିତ ଏଚଏଚ କାଞ୍ଚି କାମାକୋଟି ପିତାଧିପତି ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ମଠକୁ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବେଦ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ସଂସ୍କୃତ ଶିକ୍ଷା ବୋର୍ଡକୁ ନିୟମିତ ବୋର୍ଡ ସ୍କୁଲ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଶ୍ରୀ କାଞ୍ଚି କାମାକୋଟି ପୀଠ ତଥା ଅନ୍ୟ ବେଦ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନେ ଉଚ୍ଚଶିକ୍ଷା ଓ ରୋଜଗାର ସହ ଯୋଡ଼ିହେବେ ।

ROM
(ରିଲିଜ ଆଡି: 1877153)
ପରିଦର୍ଶକ କାଉଣ୍ଟର : 185