କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ


ନିଲାମ ସିଧାସଳଖ ଭାବେ ବାରଟି ରାଜ୍ୟକୁ ଲାଭ ଦେବ

ଖଣି କ୍ଷେତ୍ରର ସଂସ୍କାର ଅର୍ଥନୈତିକ ଅଭିବୃଦ୍ଧିକୁ ସଠିକ୍ ଗତି ପ୍ରଦାନ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ

ଏହି ବର୍ଷ ୯୦୦ ନିୟୁତ ଟନ୍ କୋଇଲା ଉତ୍ପାଦନ ହେବାର ସମ୍ଭାବନା - ଶ୍ରୀ ପ୍ରହଲାଦ ଯୋଶୀ

Posted On: 03 NOV 2022 6:23PM by PIB Bhubaneshwar

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି କୋଇଲା ଉତ୍ପାଦନ ଏବଂ ଗ୍ୟାସିଫିକେସନ୍ ପ୍ରକଳ୍ପରେ ଅଧିକ ବିନିଯୋଗ ଆବଶ୍ୟକ କରୁଛି । ସର୍ବଭାରତୀୟ ସ୍ତରରେ ଶକ୍ତି ମୂଲ୍ୟ ବିଶେଷ ଭାବରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଉଛି । ଆଜି ଏଠାରେ କୋଇଲା ମନ୍ତ୍ରଣାଳୟର ଷଷ୍ଠ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କରି ଅର୍ଥମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ପୁଞ୍ଜି ବିନିଯୋଗ ସ୍ଥାନ ଅଟେ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କର ନୀତିରେ ସ୍ଥିରତା ଏବଂ ସ୍ୱଚ୍ଛ ପ୍ରକ୍ରିୟା ଯୋଗୁଁ ବିଦ୍ୟୁତ୍‍ କ୍ଷେତ୍ର ପାଇଁ କୋଇଲା ଆମଦାନୀ ୪୧% ହ୍ରାସ ପାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜି ୧୪୧ ଟି କୋଇଲା ଖଣି ନିଲାମରୁ ବାରଟି ରାଜ୍ୟ ସିଧାସଳଖ ଲାଭବାନ ହେବେ । କୋଇଲା କ୍ଷେତ୍ରକୁ ମୁକ୍ତ କରିବା ପାଇଁ ସମ୍ପ୍ରତି କୋଇଲା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରି ସୀତାରମଣ କହିଛନ୍ତି ଯେ ଖଣି କ୍ଷେତ୍ର ସଂସ୍କାର ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ସଠିକ୍ ଭାବେ ଗତି ଦେଉଛି । କୋଇଲା ଗ୍ୟାସିଫିକେସନ୍ ଏବଂ ବ୍ୟବସାୟିକ ଖନନକୁ ପ୍ରୋତ୍ସାହନ ପାଇଁ ଅର୍ଥ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି ।