କୋଇଲା ମନ୍ତ୍ରଣାଳୟ

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ

Posted On: 02 NOV 2022 2:57PM by PIB Bhubaneshwar

କୋଇଲା ମନ୍ତ୍ରଣାଳୟ ନଭେମ୍ବର ୩, ୨୦୨୨ରୁ କୋଇଲା ବିକ୍ରି ପାଇଁ କୋଇଲା ଖଣି ନିଲାମୀର ଷଷ୍ଠ ପର୍ଯ୍ୟାୟ ଆରମ୍ଭ କରିବେ । ଲିଗନାଇଟ ସହ କୋଇଲା ଖଣିଗୁଡିକରେ ସିଏମଏସପି ଓ ଏମଏମଡିଆର ସମ୍ପୂର୍ଣ୍ଣ ଭାବେ ସନ୍ଧାନ କରାଯାଇଛି ତଥା ଆଂଶିକ ଭାବେ ସନ୍ଧାନ କରାଯାଇଥିବା କୋକିଂ, ନନ-କୋକିଂ ଆଦିର ମିଶ୍ରଣ ରହିଛି ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ପରବର୍ତ୍ତୀ ପର୍ଯ୍ୟାୟ ନିଲାମୀ ଆରମ୍ଭ କରିବେ । କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ର କୋଇଲା, ଖଣି ଓ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନବେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । 

ନଭେମ୍ବର ୩, ୨୦୨୨ରୁ ଟେଣ୍ଡର ଦସ୍ତାବେଜ ବିକ୍ରୟ ଆରମ୍ଭ ହେବ । ଖଣିର ବିବରଣୀ, ନିଲାମୀ ସର୍ତ୍ତ, ସମୟସୀମା ଆଧି ଏମଏସଟିସି ଅକ୍ସନ ପ୍ଲାଟଫର୍ମରେ ମିଳିପାରିବ । ଏହି ନିଲାମୀ ପ୍ରତିଶତ ରାଜସ୍ୱ ଭାଗିଦାରୀକୁ ଭିତ୍ତି କରି ଅନଲାଇନ ମାଧ୍ୟମରେ ଦୁଇ ସ୍ତରର ସ୍ୱଚ୍ଛ ପ୍ରକ୍ରିୟାରେ ହେବ ।   

SR



(Release ID: 1873159) Visitor Counter : 110


Read this release in: English , Urdu , Hindi , Telugu