ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂତନ ପ୍ରତିରକ୍ଷା ସଚିବ ଭାବେ ଶ୍ରୀ ଗିରିଧର ଅରମାନେଙ୍କ ଦାୟିତ୍ୱ ଗ୍ରହଣ

Posted On: 01 NOV 2022 1:00PM by PIB Bhubaneshwar

ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୮୮ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଶ୍ରୀ ଗିରିଧର ଅରମାନେ ୦୧ ନଭେମ୍ବର ୨୦୨୨ରେ ପ୍ରତିରକ୍ଷା ସଚିବ ପଦବୀ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ, ଶ୍ରୀ ଅରମାନେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସହିଦ ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେଶକୁ ସୁରକ୍ଷା ଦେବା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ଯୋଦ୍ଧା ମାନଙ୍କୁ ସେ ସମ୍ମାନ ପ୍ରଦର୍ଶନ କରିଥିଲେ ।

ଶ୍ରୀ ଅରମାନେ ଜାତୀୟ ଯୁଦ୍ଧ ସ୍ମାରକୀକୁ ନିଜର ଗସ୍ତ ସମୟରେ ଏହା କହିଥିଲେ ଯେ, “ଆମେ ଏହି ବୀର ମାନଙ୍କ ଠାରୁ ପ୍ରେରଣା ପାଇଛୁ ଏବଂ ଭାରତକୁ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଦେଶ ଭାବେ ନିର୍ମାଣ କରିବା ନିମନ୍ତେ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା କରୁଛୁ ।

ଆଇଏଏସ୍ ଭାବରେ ତାଙ୍କର ୩୨ ବର୍ଷର କାର୍ଯ୍ୟକାଳ ଭିତରେ, ଶ୍ରୀ ଅରମାନେ କେନ୍ଦ୍ର ସରକାରଙ୍କର ତଥା ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାରଙ୍କର ବିଭିନ୍ନ ମହତ୍ୱପୂର୍ଣ୍ଣ ବିଭାଗ ଗୁଡିକରେ ଦାୟିତ୍ୱରେ ଥିଲେ । ଏବେର କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ, ଶ୍ରୀ ଅରମାନେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଥିଲେ ।

ଏହା ପୂର୍ବରୁ , ସେ କ୍ୟାବିନେଟ୍ ସେକ୍ରେଟାରିଏଟ୍‌ରେ ଅତିରିକ୍ତ ସଚିବ ଥିଲେ । କ୍ୟାବିନେଟ୍ ସେକ୍ରେଟାରିଏଟ୍ ବ୍ୟତୀତ, ଶ୍ରୀ ଅରମାନେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଅନୁସନ୍ଧାନ ବିଭାଗର କାର୍ଯ୍ୟ ଦେଖୁଥିଲେ ଏବଂ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣରେ ନିରୀକ୍ଷଣ ପ୍ରଭାରୀ କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ ।

ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାରଙ୍କ ଅଧୀନରେ, ଶ୍ରୀ ଅରମାନେ ସହରୀ ବିକାଶ ବିଭାଗରେ ମୁଖ୍ୟ ସଚିବ ଭାବରେ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ଅର୍ଥ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସଚିବ (ଅର୍ଥ ବିଭାଗ) ଭାବେ କାର୍ଯ୍ୟ କରିଥିଲେ । ସେ ଚିତ୍ତୁର ଏବଂ ଖମ୍ମମ୍ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଡିଏମ୍‌ର ପଦବୀ ମଧ୍ୟ ସମ୍ଭାଳିଥିଲେ ।

ଶ୍ରୀ ଅରମାନେ ହାଇଦ୍ରାବାଦ ସ୍ଥିତ ଜବାହରଲାଲ୍ ନେହରୁ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ବି ଟେକ୍ ଏବଂ ଆଇଆଇଟି ମାଡ୍ରାସ୍‌ରୁ ଏମ୍ ଟେକ୍ କରିଛନ୍ତି । ସେ ୱାରଙ୍ଗଲ୍ ସ୍ଥିତ କାକତୀୟ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍‌ଏ ମଧ୍ୟ କରିଛନ୍ତି । 

*********

SSP



(Release ID: 1872660) Visitor Counter : 122