ଇସ୍ପାତ ମନ୍ତ୍ରଣାଳୟ

ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ସେଲ ଓ ଏଏଆଇ ମଧ୍ୟରେ ବୁଝାମଣା

Posted On: 28 OCT 2022 6:59PM by PIB Bhubaneshwar

ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି । ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ଉଡାଣ ପରିଚାଳନା ପାଇଁ ନିଜ ବିମାନ ବନ୍ଦର ବ୍ୟବହାର କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲେ । ଏବେ ରାଉରକେଲାରୁ ବାଣିଜ୍ୟିକ ଉଡାଣ ଆରମ୍ଭ କରିବା ପାଇଁ ସେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଜରିଆରେ ଏଏଆଇ ସହିତ ଓ ଏଣ୍ଡ ଏମ ରାଜିନାମାରେ ସ୍ୱାକ୍ଷର କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନ ବନ୍ଦରର ଉନ୍ନୟନ ପାଇଁ ବିତ୍ତୀୟ ସହାୟତା ପ୍ରଦାନ କରିଛନ୍ତି । ଓଡିଶା ସରକାର ଅନ୍ୟ ସ୍ଥାନୀୟ କ୍ଲିୟରାନ୍ସ ପ୍ରାପ୍ତିରେ ସହାୟତା ପ୍ରଦାନ କରିବା ସହ ସୁରକ୍ଷା, ଫାୟାର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ । ସେଲ- ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏଏଆଇ, ବିମାନ ବନ୍ଦର ପରିଚାଳନା ଓ ପ୍ରବନ୍ଧନ କରିବ ।

ଏହି ବିମାନ ବନ୍ଦର ଔଦ୍ୟୋଗିକ ସହର ରାଉରକେଲା ଓ ଆଖପାଖର ସମସ୍ତ ବିମାନ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଆଗାମୀ ହକି ବିଶ୍ୱ କପ ପରିପ୍ରେକ୍ଷୀରେ ବିମାନ ସେବା ଆରମ୍ଭ ହେବା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଜାନୁୟାରୀ ୨୦୨୩ରେ ଖେଳାଯିବାକୁ ବିଶ୍ୱକପ ହକିରେ ସମୁଦାୟ ୪୪ଟିରୁ ୨୦ଟି ମ୍ୟାଚ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି । ଏହି ବିଶ୍ୱସ୍ତରର କାର୍ଯ୍ୟକ୍ରମ ଦେଖିବାକୁ ରାଉରକେଲାକୁ ବହୁ ସଂଖ୍ୟାରେ ଲୋକ ଆସିବେ । ସେଥିପାଇଁ ଯାତାୟତ ଆବଶ୍ୟକତା ପୂରଣ ପାଇଁ ବିମାନ ସଂଯୋଗୀକରଣ ଏକ ପ୍ରମୁଖ ଭୂମିକା ରହିଛଇ ।  

ଦେଶର ସର୍ବବୃହତ ଷ୍ଟିଲ କମ୍ପାନୀ, ସେଲ ଓ ମହାରତ୍ନ କମ୍ପାନୀ, ସିପିଏସଇ ଉତ୍ପାଦନ ୟୁନିଟ ନିଜ ଆଖପାଖ ଅଞ୍ଚଳର ବିକାଶରେ ସକ୍ରିୟ ଭୂମିକା ନିର୍ବାହ କରୁଛି । ଆଞ୍ଚଳିକ ଅର୍ଥନୈତିକ ଗତିବିଧିକୁ ଆଗେଇ ନେବା ପାଇଁ ଏହା ଏକ ଜନହିତକର କାର୍ଯ୍ୟକ୍ରମ । 

 

SR



(Release ID: 1871723) Visitor Counter : 148


Read this release in: English , Urdu , Hindi , Kannada