କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି : ଡକ୍ଟର ମନସୁଖ ମାଣ୍ଡଭିୟ

ଭବିଷ୍ୟତ ପାଇଁ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍ ପ୍ରସ୍ତୁତ କରିବା ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ : କେନ୍ଦ୍ର ବିଶ୍ୱ ସ୍ୱାସ୍ଥ୍ୟ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2022 7:45PM by PIB Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ସେ କହିଛନ୍ତି ଯେ, ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଏବଂ ଆଗକୁ ସମ୍ପାଦନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକର ଆୟୋଜନ କରାଯାଇଛି ।

ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ  କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ ରହିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ସହନଶୀଳତା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କହିଥିଲେ ଯେ ଏକ ଆର୍ଥିକ ମଧ୍ୟସ୍ଥତା ପାଣ୍ଠି ଗଠନ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ରହିଥିବା ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ଦିଗକୁ ଗ୍ରହଣ କରିବା ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ସମାବେଶୀ, ସକ୍ରିୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ନିର୍ମାଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଡକ୍ଟର ମାଣ୍ଡଭିୟ  କହିଥିଲେ ।

ସାରା ବିଶ୍ୱରେ ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବିତ ଗ୍ଲୋବାଲ ଫେଡରେଟେଡ୍‌ ପବ୍ଲିକ୍‌ ଟ୍ରଷ୍ଟ ଡିରେକ୍ଟୋରୀରେ ଯୋଗଦାନ କରିବା ପାଇଁ ସେ ସମସ୍ତ ଜି20 ସଦସ୍ୟମାନଙ୍କୁ ଡକ୍ଟର ମାଣ୍ଡଭିୟ ଆହ୍ୱାନ କରିଥିଲେ।

******

P.S.


(ରିଲିଜ ଆଡି: 1871368) ପରିଦର୍ଶକ କାଉଣ୍ଟର : 174
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Tamil , Telugu