ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ୨୮ରେ ରାଜ୍ୟଗୁଡିକର ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Posted On: 26 OCT 2022 10:20AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮, ୨୦୨୨ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟଗୁଡିକର ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ । ହରିଆଣାର ସୁରଜକୁଣ୍ଡ ଠାରେ ଅକ୍ଟୋବର ୨୭ ଓ ୨୮, ୨୦୨୨ରେ ଏହି ଚିନ୍ତନ ଶିବିର ଆୟୋଜିତ ହେବ । ରାଜ୍ୟଗୁଡିକର ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମହାନିର୍ଦ୍ଦେଶକମାନେ ଏହି ଚିନ୍ତନ ଶିବିରରେ ଭାଗ ନେବେ ।

ଗୃହ ମନ୍ତ୍ରୀମାନଙ୍କର ଏହି ଚିନ୍ତନ ଶିବର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଘୋଷିତ ପଞ୍ଚ ପ୍ରାଣ ଅନୁରୂପ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକରେ ନୀତି ପ୍ରସ୍ତୁତିରେ ଜାତୀୟ ଦୃଷ୍ଟିଭଙ୍ଗୀ ସାମିଲ କରିବାକୁ ପ୍ରୟାସ କରାଯିବ । ସଂଘୀୟ ବ୍ୟବସ୍ଥା ଭାବନାକୁ ବଜାୟ ରଖି ଏହି ଶିବିର କେନ୍ଦ୍ର ଓ ରାଜ୍ୟ ସ୍ତରର ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ଯୋଜନା ତଥା ସମନ୍ୱୟ କ୍ଷେତ୍ରରେ ଅଧିକ ସହଯୋଗ ସୁନିଶ୍ଚିତ କରିବ ।

ଏହି ଶିବିରରେ ପୁଲିସ ବଳର ଆଧୁନିକୀକରଣ, ସାଇବର ଅପରାଧ ପ୍ରବନ୍ଧନ, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସୂଚନା ପ୍ରଯୁକ୍ତିର ଅଧିକ ବ୍ୟବହାର, ସ୍ଥଳ ସୀମା ପ୍ରବନ୍ଧନ, ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା, ନିଶାଦ୍ରବ୍ୟ ଚୋରାଚାଲାଣ ଭଳି ପ୍ରସଙ୍ଗଗୁଡିକ ସମ୍ପର୍କରେ ଆଲୋଚନା ହେବ ।

 

SR



(Release ID: 1870942) Visitor Counter : 117