ପୋଷ୍ଟ କରାଯିବା ଦିନାଙ୍କ:
23 OCT 2022 5:47PM by PIB Bhubaneswar
ରାଜକୋଟର ଲୋକମାନେ, ଆପଣ ସମସ୍ତେ କିପରି ଅଛନ୍ତି,
ଆନନ୍ଦ ହି ଆନନ୍ଦ !
ଏବେ ତ ଆପଣ ନବରାତ୍ରୀର ଜବରଦସ୍ତ ଉତ୍ସବ ପାଳନ କରିଛନ୍ତି। ଦୁଇ ବର୍ଷ ପରେ ଏହି ସୁଯୋଗ ମିଳିଛି ନା, ଦୀପାବଳୀର ପ୍ରସ୍ତୁତି କିପରି ଚାଲିଛି ? ଆଜି ତ ଆପଣମାନଙ୍କର ଦୀପାବଳୀ ମୋତେ ଏବେଠାରୁ ଦେଖାଗଲାଣି । ଆଜି ତ ରାଜକୋଟ ରଙ୍ଗ ଜମେଇ ଦେଲା । କେହି କ’ଣ କଳ୍ପନା କରି ପାରିବେ ଯେ ଏବେ ମାତ୍ର ନବରାତ୍ରୀ ଯାଇଛି, ବିଜୟାଦଶମୀ ଯାଇଛି, ଗରୱା ଖେଳ ଖେଳି ଥକି ଯାଇଥିବେ, ଧନତେରସର ଆସିବା ପଥକୁ ଚାହିଁ ରହିଛନ୍ତି, ଦୀପାବଳୀର ପ୍ରସ୍ତୁତି କରୁଥିବେ, ନୂତନ ବର୍ଷ ଆସିବାକୁ ଯାଉଛି, ଛୋଟ- ବଡ଼ ବ୍ୟବସାୟୀମାନଙ୍କର କେତେ ସବୁ କାମ ରହିଥିବ ଆଉ ପୁଣି ମଧ୍ୟ ଆଜି ରାଜକୋଟ ଯେଉଁ ଭବ୍ୟ କାର୍ଯ୍ୟକ୍ରମ କରିଛି, ମୁଁ ରାଜକୋଟକୁ ଶତ-ଶତ ପ୍ରଣାମ କରୁଛି।
ଆପଣ ଏଠାରେ ଦୀପାବଳୀ ଅର୍ଥାତ କରାଯାଇଥିବା କାମ ଗୁଡ଼ିକର ହିସାବ କିତାବ କରିବେ। ଆଉ ନୂତନ ବର୍ଷ ଅର୍ଥାତ ନୂତନ ସଂକଳ୍ପର ଶୁଭାରମ୍ଭ ହେବ ଆଉ ଦୃଢ଼ ନିଶ୍ଚୟ କରି ଆଗକୁ ବଢ଼ିବାର ପ୍ରବୃତି । ଏବେ ରାଜକୋଟ ସମେତ ସମଗ୍ର ସୌରାଷ୍ଟ୍ରର ବିକାଶ ପାଇଁ ଆଜି ଅନେକ ପ୍ରକଳ୍ପ ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ହେଲା, ସେଗୁଡ଼ିକୁ ଦୀପାବଳୀର ଉପହାର ସଦୃଶ ମୁଁ ଆପଣଙ୍କ ଚରଣରେ ରଖୁଛି । ଆଉ ଯେଉଁ ସବୁର ଶିଳାନ୍ୟାସ କରିଛେ, ସେହି ନୂତନ ସଂକଳ୍ପକୁ ଏକ ପ୍ରକାରରେ ତାହାର ଶିଳାନ୍ୟାସ କରି ଦେଇଛୁ । ଯୋଗାଯୋଗ, ଶିଳ୍ପ, ପାଣି, ଲୋକମାନଙ୍କର ସୁବିଧା ସହିତ ଜଡ଼ିତ ଅନେକ ଏଭଳି ପ୍ରକଳ୍ପ ଯାହା ରାଜକୋଟକୁ ଅନେକ ଗୁଣ ଶକ୍ତିଶାଳୀ କରିବ। ଏଠାକାର ନାଗରିକମାନଙ୍କୁ ସେମାନଙ୍କ ଜୀବନକୁ ସହଜ ଓ ସରଳ କରିବାରେ କାର୍ଯ୍ୟରେ ଆସିବ।
ବିଶ୍ୱର ଉତମ ଟେକ୍ନୋଲୋଜି ଦ୍ୱାରା ଦେଶର ଛଅଟି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟର ନୂତନ ଅଭିଯାନ ଆରମ୍ଭ କରାଯାଇଛି। ସେଥିରୁ ଗୋଟିଏ ଭାବେ ରାଜକୋଟକୁ ପସନ୍ଦ କରାଯାଇଛି। ଆଉ 1144 ଘର, ନୂତନ ଟେକ୍ନୋଲୋଜି, ନୂତନ ପଦ୍ଧତି, ନୂତନ ଗତି ଏବଂ କରୋନା ସଂକଟକାଳରେ ମଧ୍ୟ ଏହି ଉତମ କାର୍ଯ୍ୟ କରିବା ପାଇଁ ଟେକ୍ନୋଲୋଜି ହେଉ ଆଉ ତା ସହିତ ସୁଶାସନ ହେଉ, ପ୍ରତିବଦ୍ଧତା ହେଉ, ଲୋକମାନଙ୍କ ଆବଶ୍ୟକତାର ଚିନ୍ତା ହେଉ, ସେତେବେଳେ ଏତେ ଭଲ କାର୍ଯ୍ୟ ହୋଇଥାଏ । ଆଉ ସେଥିପାଇଁ ଭାରତ ସରକାରଙ୍କ ମନ୍ତ୍ରୀ ଭାଇ ହରଦୀପ ସିଂହ ପୁରୀ ଏବଂ ଗୁଜରାଟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ, ଭୂପେନ୍ଦ୍ର ଭାଇ ଏହି ସମସ୍ତଙ୍କୁ ଓ ରାଜକୋଟକୁ ଲକ୍ଷ ଲକ୍ଷ ଅଭିନନ୍ଦନ।
ଆଜି ମୁଁ ବିଶେଷ କରି ଏହି ନୂତନ କୌଶଳରେ ନିର୍ମିତ ଏହି ସୁନ୍ଦର ଘର ପାଇଁ ଏହି ଘରଗୁଡିକର ମାଲିକ ହୋଇଥିବା ମାଆ- ଭଉଣୀମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି। ଆଉ ଦିୱାଲୀରେ ଏହି ଘର ତିଆରି ହୋଇଛି, ସେତେବେଳେ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ, ଏହା ଆମେ ସବୁ ମିଳିମିଶି ପରମାତ୍ମାଙ୍କୁ ପ୍ରାର୍ଥନା କରିବା । ଏଠାରେ ମୁଁ ଯେତେବେଳେ ଚାବି ଦେଉଥିଲି, ସେତେବେଳେ ସମସ୍ତଙ୍କୁ ପଚାରୁଥିଲି ଯେ, ଘର କିଭଳି ହୋଇଛି? ସେମାନଙ୍କର ଚେହେରା କହି ଦେଉଥିଲା ଯେ, ସେମାନେ କେତେ ଖୁସି ଅଛନ୍ତି, ଏହି ଘର ଗୁଡିକୁ ଦେଖି, ନହେଲେ ତ ସରକାରୀ ଘରକୁ କେହି ଗଣନା ହିଁ କରୁ ନ ଥିଲେ। କିନ୍ତୁ ଏବେ ତ ଏଭଳି ସରକାର ଅଛନ୍ତି, ଯାହାଙ୍କୁ ପ୍ରତି ପାଦରେ ଲୋକ ଗଣୁଛନ୍ତି।
ବିଗତ 21 ବର୍ଷରେ ଆମେ ଏକା ସାଙ୍ଗରେ ମିଳିମିଶି ଅନେକ ସ୍ୱପ୍ନ ଦେଖିଛୁ, ଅନେକ ପଦକ୍ଷେପ ଉଠାଇଛୁ, ଅନେକ ସିଦ୍ଧାନ୍ତ ଗୁଡ଼ିକର ଶୀଖରକୁ ହାସଲ କରିଛୁ। ଆଉ ମୋ ପାଇଁ ତ ରାଜକୋଟ, ଏହା ମୋର ପ୍ରଥମ ପାଠଶାଳା ଥିଲା। ଯେପରି ମହାତ୍ମା ଗାନ୍ଧିଙ୍କର ସୌଭାଗ୍ୟ ଥିଲା, ଯେ ସେ ପୋରବନ୍ଦରରେ ଜନ୍ମ ହେଲେ ଆଉ ରାଜକୋଟରେ ପାଠଶାଳା ମିଳିଲା । ସେମିତି ହିଁ ମୋର ସୌଭାଗ୍ୟ ଥିଲା ଯେ ସେଠାରେ ଉତର ଗୁଜରାଟରେ ମୁଁ ଜନ୍ମ ହେଲି ଆଉ ରାଜକୋଟରେ ସତାକରଣ ଏବଂ ରାଜନୀତିର ପ୍ରଥମ ପାଠଶାଳା ଆପଣଙ୍କ ଚରଣରୁ ଆରମ୍ଭ ହେଲା । ଏହି ରାଜକୋଟର ଧରଣୀର ଶକ୍ତିକୁ ଦେଖନ୍ତୁ, ସେ ପ୍ରଥମ ପାଠଶାଳାରେ ଗାନ୍ଧିଜୀଙ୍କୁ ଆଶୀର୍ବାଦ ଦେଲା, ଆଉ ଆଜି ଗାନ୍ଧିଜୀ ଆମ୍ଭମାନଙ୍କ ପାଇଁ ପ୍ରେରଣାର ଶକ୍ତି ହୋଇଗଲେ । ଆଉ ଆପଣ ମୋତେ ଆଶୀର୍ବାଦ ଦେଲେ, ଯେ ଆଜି ଦୁଇ ଦୁଇ ଦଶକ ସମ୍ପୂର୍ଣ୍ଣ ହୋଇଗଲା, ଦାୟିତ୍ୱ ବଢ଼ି ଚାଲିଛି, ବଢ଼ି ଚାଲିଛି, ଆଉ ଏହା ହେଉଛି ଆପଣଙ୍କ ରାକୋଟର ଆଶୀର୍ବାଦର ଶକ୍ତି ।
ଆମର ବଜୁଭାଇ ସିଟ୍ ଖାଲି କଲେ, ଆଉ ମୋତେ ରାଜକୋଟକୁ ପଠାଇଲେ ଆଉ ଆପଣମାନେ ମୋତେ ଆପଣାଇ ନେଲେ ଆଉ ଏହିଠାରେ ଆପଣମାନଙ୍କ ଆଶୀର୍ବାଦରୁ ଯାତ୍ରା ଆରମ୍ଭ ହେଲା ଆଉ ଏହି ଯାତ୍ରା ଆଜି ଗୁଜରାଟ ଏବଂ ଦେଶର ବିକାଶକୁ ନୂତନ ଶୀଖର ଆଡ଼କୁ ନେଇଯିବାର ସୁଯୋଗ ସୃଷ୍ଟି କରିଛି । ରାଜକୋଟର ଏହି ଋଣକୁ ମୁଁ କେବେ ହେଲେ ମଧ୍ୟ ସୁଝି ପାରିବି ନାହିଁ। ମୁଁ ହେଉଛି ଆପଣମାନଙ୍କ ନିକଟରେ ଋଣୀ। ଆଉ ଆଜି ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଛି, ତେବେ ସମ୍ପୂର୍ଣ୍ଣ ସେବାଭାବର ସହିତ, ସମର୍ପଣ ଭାବର ସହିତ, ମୁଣ୍ଡ ନୁଆଁଇ ଆପଣମାନଙ୍କ ଚରଣରେ ଏହି ବିକାଶର କାର୍ଯ୍ୟଗୁଡ଼ିକୁ ଉପହାର ସ୍ୱରୂପ ପ୍ରଦାନ କରୁଛି ଭାଇମାନେ।
ଜଣେ ବିଦ୍ୟାର୍ଥୀ ଭାବେ ମୁଁ ଆପଣମାନଙ୍କ ଠାରୁ ବହୁତ କିଛି ଶିକ୍ଷା କରିଛି । ବହୁତ କିଛି ବୁଝିଛି ଆଉ ରାଜକୋଟ ଯାହା ଶିଖାଇଛି, ତାହା ଆଜି ଦେଶର କାର୍ଯ୍ୟରେ ଆସୁଛି ଭାଇମାନେ। ଆଜି ଯେତେବେଳେ ଗୁଜରାଟର ଜହୋ- ଜଲାଲୀର ଚର୍ଚ୍ଚା ହେଉଛି, ଗୁଜରାଟର ଆଇନ କାନୁନ ବିଷୟରେ ଚର୍ଚ୍ଚା ହେଉଛି, ସାରା ଦେଶର କ୍ରୀଡ଼ାବିତ ଗୁଜରାଟରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାକୁ ଆସିଥିଲେ ଆଉ ସେହି ସମୟରେ ନବରାତ୍ରୀର ପର୍ବ ଚାଲୁଥିଲା। ଅଧିକାଂଶ ଖେଳାଳୀ, କେତେଜଣ ମୋ ସହିତ ଫୋନ ଯୋଗେ କଥା ହୋଇଥିଲେ ଆଉ ବହୁତ ଜଣ ସାମାଜିକ ଗଣମାଧ୍ୟମରେ ଗୁଜରାଟରେ ସେମାନଙ୍କର ଅନୁଭବ, ସେଥିରେ ମଧ୍ୟ ରାତି- ରାତିରେ ଭଉଣୀମାନେ- ଝିଅମାନେ ସୁନା ଗହଣା ପିନ୍ଧି କେଉଁଠାକୁ ମଧ୍ୟ ଯାଉଥିବେ, କୌଣସି ଭୟ ନ ଥିବ, ଚିନ୍ତା ନ ଥିବ। ଏହିସବୁ ଗୁଜରାଟରେ ଦେଖି, ରାଜକୋଟରେ ଦେଖି ସାରା ଦେଶରୁ ଆସିଥିବା ଲୋକମାନେ ମୁହଁରେ ଆଙ୍ଗୁଳି ରଖିଦେଲେ ଅର୍ଥାତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଆଇନ କାନୁନର ବ୍ୟବସ୍ଥାକୁ ପ୍ରାଥମିକତା ଦେବା ହେଉଛି ଏହାର ପରିଣାମ। ଆମର ଏଠାରେ ପରିସ୍ଥିତି ଥିଲା, ଆଉ ଆମର ରାଜକୋଟରେ ତ ଜଣାଅଛି, ସମଗ୍ର ସୌରାଷ୍ଟ୍ରରେ ଯେଉଁ ସମୟରେ ଜନସଂଘର ସମୟ ହୋଇଥିଲା, ମୁଁ ତ ରାଜନୀତିରେ ସେତେବେଳେ ନ ଥିଲି, ଜନସଂଘର ସମୟରେ ଆମର ଚିମନଭାଇ ଶୁକ୍ଳ ଏବଂ ସୂର୍ଯ୍ୟକାନ୍ତ ଭାଇ ଆଚାର୍ଯ୍ୟ, ଏହାଙ୍କର ଯୋଡ଼ି ଗୁଣ୍ଡା ବିରୋଧୀ ସମିତି ଗଠନ କରିଥିଲେ ଆଉ ଗୁଣ୍ଡା ମୁକ୍ତ ଅଭିଯାନ ଚାଲୁ କରିଥିଲେ। ରାଜକୋଟ ଆଉ ସମ୍ପୂର୍ଣ୍ଣ ସୌରାଷ୍ଟ୍ରରେ ଏହି ଗୁଣ୍ଡା ବିରୋଧୀ ତତ୍ୱ ସାମ୍ନାରେ ଜନସଂଘ ସେହି ସମୟରେ ଲଢ଼େଇ କରିଥିଲେ।
ଆଜି ଭାଜପାର ସରକାର ଗଠନ ହେବା ପରେ ଆଇନ କାନୁନ, ସୁଖ-ଶାନ୍ତି ସହଜ ହୋଇଗଲା। ଅପରାଧୀ, ମାଫିଆ, ଆତଙ୍କୀ, କବ୍ଜା କରିବାବାଲା ଦଳ ହୁଅନ୍ତୁ, ଏସବୁ ଗୁଣ୍ଡା ତତ୍ୱରୁ ମୁକ୍ତି ଆଉ ତାହାର ଆନନ୍ଦ ସମାଜର ପ୍ରତ୍ୟେକ ବର୍ଗଙ୍କୁ ହେଉଛି। ଶାନ୍ତି, ସଦଭାବନା, ଏକତା ପ୍ରତ୍ୟେକ ବାପା- ମାଆଙ୍କ ମନରେ ସନ୍ତାନମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗ୍ୟାରେଂଟି ହୋଇ ଯାଇଛି। ଆଉ ସେଥିପାଇଁ ହାଡଭଙ୍ଗା ପରିଶ୍ରମ ଆଉ ଏସବୁ ଯେତେବେଳେ ମୁଁ ଦେଖୁଛି ସେତେବେଳେ ମୋତେ କେତେ ଗର୍ବ ଅନୁଭବ ହେଉଛି, କେତେ ଆନନ୍ଦ ଅନୁଭବ ହେଉଛି ଭାଇମାନେ।
ମୋର ସ୍ମରଣ ଅଛି ଯେ ଆମେ ଏହି ପ୍ରକାରର ପ୍ରଗତି ନିରନ୍ତର କରି ଆସିଛୁ । ପ୍ରତ୍ୟେକ ସମୟରେ ନୂତନ ପ୍ରକଳ୍ପ ଏବଂ ଗତ ଦଶକରେ ଆମେ ନିରନ୍ତର ପ୍ରୟାସ କରିଛୁ ଯେ ଆମର ଗୁଜରାଟ ଅଧିକରୁ ଅଧିକ ସକ୍ଷମ ହେଉ, ଅଧିକରୁ ଅଧିକ ସମର୍ଥ ହେଉ । ଏଥିପାଇଁ ଯେଉଁ ପରିବେଶର ଆବଶ୍ୟକତା ରହିଛି, ବାତାବରଣ ଦରକାର, ତାହାକୁ ସର୍ବଦା ପ୍ରୋତ୍ସାହିତ କରି ଚାଲିଲୁ। ଆଉ ସେହି କାରଣରୁ ସରକାରଙ୍କର ପ୍ରଯତ୍ନର ପରିଣାମ ସ୍ୱରୂପ ଆଜି ଗୁଜରାଟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ବିକଶିତ ଭାରତ ପାଇଁ ବିକଶିତ ଗୁଜରାଟର ଏହି ମନ୍ତ୍ରକୁ ନେଇ ଆମେ ଚାଲୁଥିଲୁ, ସମୃଦ୍ଧ ଭାରତ ପାଇଁ ସମୃଦ୍ଧ ଗୁଜରାଟ ଏହି ଲକ୍ଷ୍ୟ ନେଇ ଚାଲୁଥିଲୁ। ଆଉ ଏଥିପାଇଁ ଜୀବନ୍ତ (ଭାଇବ୍ରେଂଟ) ଗୁଜରାଟର ଅଭିଯାନ ଆମେ ଚଳାଇଲୁ। ସାରା ଦୁନିଆର ଲୋକମାନଙ୍କୁ ପୁଞ୍ଜିନିବେଶ ପାଇଁ ଡାକିଲୁ, ଆମେ କୃଷି ମହୋତ୍ସବ କଲୁ । ଗୋଟିଏ- ଗୋଟିଏ ମାସ ଧରି ଟାଣ ଖରାରେ କୃଷି ମହୋତ୍ସବ କରିଥିଲୁ, ଯେଉଁ ରାଜ୍ୟରେ କୃଷିର କୌଣସି ନାମ ଶୁଭୁ ନ ଥିଲା, ମରୁଡ଼ିର ସମୟ ଚାଲୁଥିଲା, ଆଜି ସେହି ରାଜ୍ୟ ପେଟ ଭରି ଶସ୍ୟ ଉତ୍ପାଦନ କରି ପାରିବ, ସେହି ରାଜ୍ୟ 9 ପ୍ରତିଶତ- 10 ପ୍ରତିଶତର କୃଷି ବିକାଶ ଦ୍ୱାରା ହିନ୍ଦୁସ୍ତାନର ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛି । ଆମର ଏଠାରେ ଗରିବ କଲ୍ୟାଣ ମେଳା ହୋଇଥାଏ, ଗାଁର ଗରିବଙ୍କୁ ସଶକ୍ତ କରିବା ପାଇଁ ଆମର ଏଠାରେ କାର୍ଯ୍ୟ ହୋଇଥାଏ, ଆମେ ଦେଖିଛୁ ଯେତେବେଳେ ଗରିବ ସଶକ୍ତ ହୋଇଥାଏ, ଯେତେବେଳେ ମଧ୍ୟମବର୍ଗର ଲୋକ ଶକ୍ତିଶାଳୀ ହୋଇଥାନ୍ତି ଆଉ ଯେତେବେଳେ ସେମାନଙ୍କୁ ସଶକ୍ତ କରାଯାଏ, ସେତେବେଳେ ସମଗ୍ର ସମାଜ ଗତି କରିବାକୁ ଲାଗିଥାଏ, ସମଗ୍ର ବିସ୍ତାର ହିଁ ଆଗକୁ ବଢ଼ିଥାଏ ଭାଇମାନେ। ଆଉ ସେଥିରେ ମଧ୍ୟ ଯଦି ମୁଣ୍ଡ ଉପରେ ଛାତ ଖଣ୍ଡିଏ ମିଳିଯାଏ, ନିଜର ଘର ଖଣ୍ଡିଏ ମିଳିଯାଏ, ସେତେବେଳେ ସମ୍ମାନର ସହିତ ବଂଚିବା ଆରମ୍ଭ ହୋଇଥାଏ । କେହି ମଧ୍ୟ ହୁଅନ୍ତୁ, କେମିତି ମଧ୍ୟ ମଧ୍ୟମବର୍ଗୀୟ ପରିବାର ହୋଇ ଥାଆନ୍ତୁ, କିନ୍ତୁ ତାଙ୍କ ମନରେ ଗୋଟିଏ ଇଚ୍ଛା ରହିଥାଏ ଯେ ମୋର ନିଜର ଘର ଖଣ୍ଡିଏ ରହିଥାଉ ।
ଏହି ନିଜର ଘର ଖଣ୍ଡିଏ ତିଆରି କରିବା ପାଇଁ ଆମର ଏହି ସରକାର ମଧ୍ୟମବର୍ଗଙ୍କ ପାଇଁ, ଗରିବଙ୍କ ପାଇଁ ଅନେକ ଯୋଜନା ନେଇକରି ଆସିଛନ୍ତି। କେବଳ ଏତିକି ହିଁ ନୁହେଁ, ଘର ଏଭଳି ହେବା ଦରକାର ଯେଉଁଥିରେ ଜୀବନ ଜୀଇଁବାର ମଜା ଆସୁଥିବା ଦରକାର, ଶୌଚାଳୟ ଥାଉ, ବିଜୁଳି ଥାଉ, ପାଣି ଥାଉ, ଗ୍ୟାସ ଥାଉ, ଇଂଟରନେଟ ଯୋଗାଯୋଗ ସୁବିଧା ରହିଥାଉ, ଅପ୍ଟିକାଲ ଫାଇବର ନେଟୱର୍କ ରହିଥାଉ, ଏହି ସବୁ ଜିନିଷ, ସମ୍ପୂର୍ଣ୍ଣ ଭାବେ ଆଧୁନିକ ଯୁଗର ଜୀବନର ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ହେଉଛି ପ୍ରୟାସ ।
ସାଧାରଣ ମଣିଷଙ୍କ ଜୀବନରେ ଅନ୍ୟ କୌଣସି ଚିନ୍ତା ହେଉ, ବ୍ୟକ୍ତି କେତେ ମଧ୍ୟ ଗରିବୀ ଅବସ୍ଥାରୁ ବାହାରକୁ ବାହାରି ଆସିଥାଉ, ପରିଶ୍ରମ କରିଥାଉ, ମଧ୍ୟମ ବର୍ଗରେ ଗଣା ଯାଇଥାଆନ୍ତୁ, କିନ୍ତୁ ପରିବାରରେ ଯଦି ଏକ ରୋଗ ଆସିଗଲା, ତେବେ ସେ ପୁଣିଥରେ ଦାରିଦ୍ର୍ୟର ଚକ୍ରବ୍ୟୁହରେ ଫସି ଯାଇଥାଏ । ଗରିବଙ୍କ ଘରେ ରୋଗ ଆସିଗଲେ କାଙ୍ଗାଳ ହେବାର ପରିସ୍ଥିତି ଆସିଯାଏ, ଭିକ ମାଗିବା ଭଳି ପରିସ୍ଥିତି ଆସି ଯାଇଥାଏ। କିନ୍ତୁ ଯଦି ଆମ ସମାଜକୁ ଆରୋଗ୍ୟ ମଧ୍ୟରେ ସୁରକ୍ଷା ମିଳିବ, ତେବେ ସେହି ଗରିବ ଚିନ୍ତାରୁ ମୁକ୍ତି ପାଇ ଯାଇଥାଏ, ଆଉ ଏହି ଭାବନାକୁ ଧ୍ୟାନରେ ରଖି ଆମେ ଆୟୂଷ୍ମାନ ଭାରତ ଯୋଜନା, ପିଏମଜୟ ଆଉ ଏବେ ତ ପିଏମଜୟମାଁ ଏହି ଯୋଜନା ଦ୍ୱାରା ପାଂଚ ଲକ୍ଷ ଟଙ୍କା ଦିଆଯାଉଛି ଆଉ ଏହି ଯୋଜନା ଦ୍ୱାରା କୋଟି- କୋଟି ଟଙ୍କାର ଲାଭ ମିଳି ପାରୁଛି ଭାଇମାନେ।
ଭାଇ ଓ ଭଉଣୀମାନେ,
ଗରିବୀ ହଟାଓର ନାରା ତ ବହୁତ ଚାଲିଲା । ରୋଟୀ- କପଡ଼ାର ନାରା ମଧ୍ୟ ବହୁତ ଚାଲିଲା। ଆଉ ଏତେ ପରିମାଣରେ ଭ୍ରମିତ ଥିଲେ ଯେ କହିବା ତ, ଅଧା ରୁଟି ଖାଇବା, କିନ୍ତୁ ଅମୁକ ସମୁକ ଆଣିବା। ଏଭଳି ସବୁ ଚାଲୁଥିଲା, ଆମେ କହି ଦେଲୁ ଏହି ସବୁ ସ୍ଲୋଗାନ, ନାରା ଠିକ୍ ଅଛି, ମୋତେ ତ, ଆପଣ ମାନଙ୍କର ଜୀବନ ବଦଳାଇବାର ଅଛି। ଅଧା ରୁଟି ଖାଇବା ନାହିଁ, ସମ୍ପୁର୍ଣ୍ଣ ରୁଟି ଖାଇବାର ଅଛି । ଆଉ କୌଣସି ଭୋକିଲା ଲୋକ ଘରକୁ ଆସିବ ତେବେ ତାକୁ ମଧ୍ୟ ଖୁଆଇବାର ଶକ୍ତି ଆସୁ, ଏଭଳି ମୋର ଆପଣମାନଙ୍କ ଜୀବନ ପ୍ରସ୍ତୁତ କରିବାର ଅଛି। ଏହି ଲୋକମାନେ ରାଜନୀତିକୁ ଆସି ସେମାନଙ୍କର ମହଲ ତିଆରି କଲେ, କିନ୍ତୁ ଗରିବଙ୍କର ନୂଆଁଣିଆ ଚାଳଘର ଅବା ଝୋପଡିର ଚିନ୍ତା କେବେ ମନକୁ ଆସିଲା ନାହିଁ। ମୁଁ ଗରିବ ମାନଙ୍କ ପାଇଁ ପକ୍କା ଘର ନିର୍ମାଣ କରିବା ଲାଗି ସାରା ଦେଶରେ ଅଭିଯାନ ଚଳାଇଲି।
ଏକ ଶକ୍ତି ଦେଶରେ ସେମାନଙ୍କ ପାଇଁ କାର୍ଯ୍ୟ କରିଛି । ଆଉ ଆଜି ଯେତେବେଳେ ଗୁଜରାଟ ଆଉ ସେଥିରେ ଆମର ରାଜକୋଟ ଯେତେ ଗୁଡିଏ ଉଦ୍ୟୋଗ ଭାବେ ସୁନାମ ଅର୍ଜନ କରିଛିି। ମୋର ମନେ ଅଛି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ବହୁତ ବର୍ଷ ପୂର୍ବେ ଥରେ ଭାଷଣ ଦେଇଥିଲି। ମୁଁ କହିଥିଲି, ମୁଁ ଦେଖୁଛି ମୋରବୀ, ରାଜକୋଟ, ଜାମନଗର ଏହି ସମ୍ପୂର୍ଣ୍ଣ ଅଂଚଳ ତାହା ମିନି ଜାପାନ ଭଳି ଆଗକୁ ବଢିବ, ଏପରି ମୁଁ ବର୍ଷ- ବର୍ଷ ପୂର୍ବେ କହିଥିଲି। ସେତେବେଳେ ଲୋକ ମୋର ଚୁଟି ଟାଣି ନେଇ ଥିଲେ, ଥଟ୍ଟା ମଜାରେ ଉଡାଇ ଦେଇଥିଲେ। ଆପଣମାନେ କୁହନ୍ତୁ ଭାଇମାନେ ମୋର ଭବିଷ୍ୟବାଣୀ ସତ ହେଲା ନା ନାହିଁ। ଆଜି ରାଜକୋଟ ଇଞ୍ଜିନୟରିଂ ଉଦ୍ୟୋଗର କେନ୍ଦ୍ର ପାଲଟିଛି ନା ପାଲଟି ନାହିଁ। ମୁଁ ସେହି ସମୟରେ ଦେଖି ପାରୁଥିଲି, ମୋରବୀ, ରାଜକୋଟ, ଜାମନଗର ସମ୍ପୂର୍ଣ୍ଣ ଅଂଚଳର ଶକ୍ତି ସମଗ୍ର ଗୁଜରାଟକୁ ଉପରକୁ ନେବାର ଶକ୍ତି ଏହି ଭୂମିରେ ଅଛି।
ଭାଇ ଓ ଭଉଣୀମାନେ,
ଘର ଦେବାର ଯୋଜନା ହେଉ, ସେଥିପାଇଁ ପ୍ରଗତି କରିବାର କଥା ହେଉ, ଆଉ ବିଗତ ଆଠ ବର୍ଷରେ ଗାଁରେ, ଶହରରେ ତିନି କୋଟିରୁ ଅଧିକ ପକ୍କା ଘର ନିର୍ମାଣ କରିବାର କାର୍ଯ୍ୟ କରାଯାଇଛି। ଆଉ ସେଥିରେ ଆମର ଗୁଜରାଟରେ ଦଶ ଲକ୍ଷ ପକ୍କା ଘର ଓ ସେଥିରୁ ସାତ ଲକ୍ଷ ତ, ନିର୍ମାଣ କରି ଦେଇ ସାରିଛୁ । ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଉଛି ଯେ, ଗୁଜରାଟକୁ ଆଗକୁ ବଢ଼ାଇବା ପାଇଁ ଏହି କାର୍ଯ୍ୟ ତାଙ୍କ ନେତୃତ୍ୱରେ ହୋଇଛି। ତାଙ୍କୁ ମୁଁ ପ୍ରଶଂସା କରୁଛି, ଗରିବମାନଙ୍କର ହିଁ ନୁହେଁ, ବରଂ ମଧ୍ୟମବର୍ଗଙ୍କ ପାଇଁ ମଧ୍ୟ ସେତିକି ଚିନ୍ତା କରାଯାଇଛି। ରେରା ଆଇନ ପ୍ରସ୍ତୁତ କରି ମଧ୍ୟମବର୍ଗଙ୍କ ସ୍ୱପ୍ନକୁ ଆମେ ସୁରକ୍ଷିତ କରିଛୁ।
ଆମେ ଗୁଜରାଟରେ ମଧ୍ୟମବର୍ଗଙ୍କଙ୍କୁ 11 ହଜାର କୋଟିର ସାହାଯ୍ୟ କରି ସେମାନଙ୍କୁ ନିଜର ଘର ନିର୍ମାଣ କରିବାର ବ୍ୟବସ୍ଥା କରିଛୁ । କେବଳ ଏତିକି ହିଁ ନୁହେଁ, ଏବେ ତ ଗୁଜରାଟକୁ ବାହାରର ଶ୍ରମିକ ଆଣିବାକୁ ପଡ଼ୁଛି, କାମ ଏତେ ପରିମାଣରେ ବଢ଼ି ଯାଇଛି। ଏହି ଶ୍ରମିକମାନଙ୍କ ଜୀବନରେ କୌଣସି ଅସୁବିଧା ନ ଆସୁ, ସେମାନଙ୍କୁ ମଧ୍ୟ ଭଲ ଘର ମିଳୁ, ଏଥିପାଇଁ ମଧ୍ୟ ଯୋଜନା ନେଇ ଆଗକୁ ବଢ଼ିୁଛୁ ଭାଇମାନେ ।
ପୂର୍ବର ସରକାରମାନେ ଘର ତିଆରି କଲେ, ସେଭଳି ଘର ନୁହେଁ, ଆମେ କୃପା କରୁଛୁ, ଏଭଳି କଥା ନୁହେଁ, ଆପଣ ଆତ୍ମନିର୍ଭର ହୁଅନ୍ତୁ, ସାମର୍ଥ୍ୟବାନ ହୁଅନ୍ତୁ, ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଅନେକ ନୂତନ ପଦକ୍ଷେପ ନେଇ ଆମେ କାର୍ଯ୍ୟ କରୁଛୁ। ଏଭଳି ଅନେକ ଜିନିଷକୁ ନେଇ ଯେତେବେଳେ ଆମେ ଚାଲିଥାଉ, ଆଉ ଆଜି ଯେତେବେଳେ ରାଜକୋଟ ଆସିଛି, ସେତେବେଳେ ସମାଜ ଜୀବନକୁ ଶକ୍ତିଶାଳୀ କରିବା ପାଇଁ ଆମର ନିରନ୍ତର ପ୍ରୟାସ, ସ୍ୱାଧୀନ ଭାରତର ସ୍ୱପ୍ନ ପୂରଣ କରିବାର ପ୍ରୟାସ, ରାଜକୋଟର ଏହି ଲାଇଟ ହାଉସ ପ୍ରକଳ୍ପ ହେଉଛି, ତାହାର ଏକ ପ୍ରୟାସ ଭାଇମାନେ।
ଆଜି ରାଜକୋଟରେ ଦେଶ ପାଇଁ ଏକ ମଡେଲ ଭାବେ କାର୍ଯ୍ୟ ହୋଇଛି। ଇଂଜିନିୟରିଂ ପଢ଼ୁଥିବା ବିଦ୍ୟାର୍ଥୀ, ବିଶ୍ୱବିଦ୍ୟାଳୟର ଲୋକମାନଙ୍କୁ, ରିୟଲ ଇଷ୍ଟେଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଲାଇଟ ହାଉସ ପ୍ରକଳ୍ପରୁ ସମସ୍ତଙ୍କୁ ଲାଭ ମିଳିବାକୁ ଯାଉଛି। ଆଉ ଏଥିରୁ ଯେଉଁ ମଡେଲ ପ୍ରସ୍ତୁତ ହେବ, ଲକ୍ଷ- ଲକ୍ଷ ଗରିବଙ୍କ ପାଇଁ, ମଧ୍ୟମବର୍ଗଙ୍କ ପାଇଁ, ନୂତନ ଘର ନିର୍ମାଣ କରାଯିବ। ରାଜକୋଟର ଆଧୁନିକ କୌଶଳ ଦ୍ୱାରା ଦ୍ରୁତ ଗତିରେ ପ୍ରଗତି ହେଉ, ଭିତିଭୂମିର ପ୍ରଗତି ହେଉ ଆଉ ସମଗ୍ର ସୌରାଷ୍ଟ୍ରକୁ ଯୋଡ଼ିବାର ବ୍ୟବସ୍ଥା ହେଉ, ତାହାର ମଧ୍ୟ ଚିନ୍ତା କରୁଛୁ, ଆଉ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଆମେ କାର୍ଯ୍ୟ କରୁଛୁ, ଭାଇ ଓ ଭଉଣୀମାନେ।
ଆଧୁନିକ କୌଶଳ ଦ୍ୱାରା ଭାରତରେ ଆତ୍ମନିର୍ଭରଶୀଳତା ଆସୁ, ଏହି ନୂଆ ବ୍ୟବସ୍ଥାକୁ ଦେଖି ଆପଣମାନେ ମଧ୍ୟ ଚାଲନ୍ତୁ, ସେଥିପାଇଁ ଆମେ ଏତେ କଷ୍ଟ ଉଠାଇଛୁ ଆଉ ତାହାକୁ ଆମ ପୂରଣ କରୁଛୁ। ଏଥିପାଇଁ ଯୁବକମାନଙ୍କର ପ୍ରଶିକ୍ଷଣ ହେଉ, ଯୁବକମାନେ ନୂଆ- ନୂଆ ଷ୍ଟାର୍ଟ-ଅପ୍ସ ନେଇ ଆସନ୍ତୁ, ସେମାନଙ୍କୁ ଆମେ ପ୍ରୋତ୍ସାହିତ କରୁଛୁ।
ସାଥୀଗଣ,
ସହରୀ ଜୀବନରେ ସଡ଼କ ରହୁ, ବଜାର ରହୁ, ମଲ ରହୁ, ପ୍ଲାଜା ରହୁ, ତା’ଆଖପାଖରେ ହିଁ ବିକାଶ ହେଉ, ତାହା ସମ୍ପୂର୍ଣ୍ଣ ନୁହେଁ । ସହରୀ ଜୀବନର ଏକ ବହୁତ ବଡ଼ ଦାୟିତ୍ୱ ରହିଛି, ଆଉ ସେହି ଦାୟିତ୍ୱ ତୁଲାଇବା ପାଇଁ ଏକ ବଡ଼ ଅବସର ମଧ୍ୟ ରହିଛି ଆଉ ବିକାଶ ପାଇଁ ନୂତନ ପଦକ୍ଷେପ ମଧ୍ୟ ଅଛି। କେବଳ ଏତିକି ନୁହେଁ, ଆମର ଏଠାରେ ଫୁଟପାଥରେ ରାସ୍ତା କଡରେ ବସି ଜିନିଷ ବିକୁଥିବା ଲୋକ ହୁଅନ୍ତୁ, ପନି ପରିବା ବିକୁଥିବା ଲୋକ ହୁଅନ୍ତୁ, ସେମାନଙ୍କର ମଧ୍ୟ ଚିନ୍ତା ଆମେ କରିଛୁ। ସେମାନଙ୍କୁ ବ୍ୟାଙ୍କରୁ କୌଣସି ମଧ୍ୟ ଗ୍ୟାରେଂଟି ବିନା ଅର୍ଥ ମିଳୁ ତାହାର ଚିନ୍ତା କରିଛୁ। ସେମାନଙ୍କୁ ସ୍ୱନିଧି ଯୋଜନା ଦ୍ୱାରା ସହଜରେ ଋଣ ମିଳୁ, ତାହାର ମଧ୍ୟ ଚିନ୍ତା କରିଛୁ।
ଭାଇ ଓ ଭଉଣୀମାନେ,
ଆଜି ଆପଣମାନେ ଦେଖି ପାରୁଥିବେ ଯେ ଡିଜିଟାଲ ଇଣ୍ଡିଆ କେତେ ବଡ଼ ଶକ୍ତି ହେବାକୁ ଯାଉଛି। ବିଶ୍ୱରେ ଶସ୍ତାରୁ ଅତି ଶସ୍ତା ଇଂଟରନେଟ ଆମେ ନେଇକରି ଆସିଲୁ, ଆଉ ମୋର ରାସ୍ତା କଡ଼ରେ ବିକୁଥିବା ଲୋକମାନେ ମଧ୍ୟ ଡିଜିଟାଲ ମାଧ୍ୟମରେ ଅର୍ଥ ପାଇ ପାରୁଛନ୍ତି । ଏଭଳି ଅନେକ କିଛି ଗୁଜରାଟରେ ଆମେ ଦେଖି ପାରୁଛୁ ଆଉ ଗୁଜରାଟକୁ ତାହାର ଲାଭ ମିଳୁଛି ଭାଇମାନେ । କେବଳ ଏତିକି ନୁହେଁ ତାହାର ପ୍ରଭାବ ମଧ୍ୟ ଅଧିକ ଦେଖିବାକୁ ମିଳୁଛି।
ଲଘୁ ଉଦ୍ୟୋଗ, ଏମଏସଏମଇ ରାଜକୋଟର ମୋର ଇଂଜିନିୟରିଂ ଉଦ୍ୟୋଗ ବିକାଶ ଦିଗରେ ଏକ ବହୁତ ବଡ଼ କାର୍ଯ୍ୟ କରିଛି। ଏଠାରେ ଯେଉଁ ପମ୍ପ ନିର୍ମାଣ ହେଉଛି, ମେସିନର ଯନ୍ତ୍ରାଂଶ ତିଆରି ହେଉଛି, ଆଜି ବୋଧହୁଏ ଦେଶର କୌଣସି ଏଭଳି କୋଣ ନାହିଁ, ଯେଉଁଠାରେ ରାଜକୋଟରୁ ତିଆରି ହୋଇଥିବା ଏହି ସମସ୍ତ ଜିନିଷ ଦେଶର କୋଣ-ଅନୁକୋଣରେ ପହଂଚି ନ ଥିବ । ନିଜର ଫାଲକନ ପମ୍ପ, ଫିଲ ମାର୍ଶାଲ, ଏଞ୍ଜେଲ ପମ୍ପ, ରୋଟେକ ଇଂଜିନିୟରିଂ, ଜଳଗଙ୍ଗା ପମ୍ପ, ସିଲଭର ପମ୍ପ, ରୋଟେକ ପମ୍ପ, ସିଦ୍ଧି ଇଂଜିନିୟର, ଗୁଜରାଟ ଫୋରଜିନ, ଟପଲ୍ୟାଣ୍ଡ, କେତେ ହିଁ ନାମ ଆଉ ଏହିସବୁ ବ୍ରାଣ୍ଡ ହିନ୍ଦୁସ୍ତାନର କୋଣ ଅନୁକୋଣରେ ପହଂଚିଛି। ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି। ଏହି ଶକ୍ତି ରାଜକୋଟ ପ୍ରସ୍ତୁତ କରିଛି।
ଆଜି ଭାରତରେ ଯେଉଁ ଅଟୋମୋବାଇଲ ଉଦ୍ୟୋଗ ବୃଦ୍ଧି ପାଇଛି, ଯାହା ଗୁଜରାଟରେ ବୃଦ୍ଧି ହୋଇଛି, ତାହାର ଯନ୍ତ୍ରାଂଶ ନିର୍ମାଣ କରିବାର କାର୍ଯ୍ୟ ଏହି ମୋର ରାଜକୋଟରେ ହୋଇଥାଏ ଆଉ ଗାଡ଼ିମାନଙ୍କ ପାଇଁ ବିଶ୍ୱରେ ପହଂଚିଥାଏ । ଯେଉଁ ଗାଡ଼ି ଗୁଜରାଟରେ ତିଆରି ହୁଏ, ଜାପାନ ଆମଦାନୀ କରେ ଆଉ ତାହାର ସମସ୍ତ ଯନ୍ତ୍ରାଂଶ ମୋର ଏହି ରାଜକୋଟର କାରିଗରମାନେ ତିଆରି କରୁଛନ୍ତି, ଏହାଠାରୁ ବଡ଼ ଗର୍ବ କ’ଣ ଅଛି ଭାଇ। ଗୋଟିଏ ସମୟ ଥିଲା, ଗୁଜରାଟ ସାଇକେଲ ମଧ୍ୟ ତିଆରି କରୁ ନ ଥିଲା ଆଉ ମୋର ଶବ୍ଦ ଲେଖିକରି ରଖନ୍ତୁ ଯେ ଏହି ଗୁଜରାଟରେ ବିମାନ ମଧ୍ୟ ତିଆରି ହେବ ଆଉ ରାଜକୋଟରେ ବିମାନର ଯନ୍ତ୍ରାଂଶ ମଧ୍ୟ ତିଆରି ହେବା ଆରମ୍ଭ ହୋଇଯିବ, ସେହି ଦିନ ଆଉ ଦୂରରେ ନାହିଁ ଭାଇମାନେ।
ଦୁଇ ଦଶକ ପୂର୍ବେ ରାଜକୋଟ ଚମତ୍କାର କରିଛି, ଭାଇ ଓ ଭଉଣୀମାନେ। ଦୁଇ ଦଶକରେ ଏକ ନୂତନ ଇତିହାସ ଲେଖି ଦେଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟୟନ କରିବାର କାର୍ଯ୍ୟ ଏହି ମୋର ରାଜକୋଟ କରିଛି। ରାଜକୋଟର ଇଂଜିନିୟରିଂ ସେଥିପାଇଁ ପାଂଚ ହଜାର କୋଟି ଟଙ୍କାର ରପ୍ତାନୀ ଆପଣମାନେ ବିଚାର କରନ୍ତୁ, ମାତ୍ର ରାଜକୋଟରୁ ଇଂଜିନିୟରିଂର ପାଂଚ ହଜାର କୋଟି ଟଙ୍କାର ରପ୍ତାନୀ ହେଉଛି, ଏହା ହେଉଛି ରାଜକୋଟର ଶକ୍ତି, ଯାହା ଏଠାକାର ଯୁବକମାନଙ୍କର ଭବିଷ୍ୟତକୁ ଆଗକୁ ନେଇ ଯାଉଛି ଭାଇମାନେ। ଆଉ ସେଥିପାଇଁ ଲୋକମାନଙ୍କୁ ଅନେକ ରୋଜଗାର ମଧ୍ୟ ମିଳି ପାରୁଛି, ଲୋକଙ୍କ ଜୀବନରେ ଏକ ଇକୋ ସିଷ୍ଟମ ପ୍ରସ୍ତୁତ ହୋଇ ଯାଉଛି।
ଆମର ମୋରବୀ ମଧ୍ୟ ଚମତ୍କାର କରୁଛି। ମୋରବୀର ସିରେମିକ ଟାଇଲ୍ସ ଆଜି ସାରା ଦୁନିଆରେ ପ୍ରସିଦ୍ଧ ହୋଇ ଯାଇଛି। ଆଉ ସମଗ୍ର ଦୁନିଆରେ ଯେଉଁ ସିରେମିକର କାମ ହେଉଛି ତାହାର 13 ପ୍ରତିଶତ କେବଳ ମୋରବୀରେ ହେଉଛି। ଆଉ ଏଥିପାଇଁ ମୋରବୀ ଟାଉନ ଅଫ୍ ଏକ୍ସପୋର୍ଟ ଏକ୍ସିଲେନ୍ସି ରୂପେ ଗଣା ଯାଉଛି ଭାଇମାନେ। କାନ୍ଥ ହେଉ, ଘରର ଚଟାଣ ହେଉ, ଗାଧୁଆଘର ହେଉ, ଶୌଚାଳୟ ହେଉ, ମୋରବୀ ବିନା ସବୁକିଛି ଅଧୁରା ଭାଇମାନେ। ମୋରବୀ ବିନା ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ଏହି ଶକ୍ତି, ଯେତେବେଳେ ମୋର ମୋରବୀକୁ ବନ୍ୟା ଆସିଲା, ମାଛ ମାନଙ୍କର ଯାହା ଅବସ୍ଥା ହେଲା, ସେତେବେଳେ କେହି କଳ୍ପନା ମଧ୍ୟ କରି ନ ଥିଲେ ଯେ ମୋରବୀ ଠିଆ ହୋଇ ପାରିବ, କିନ୍ତୁ ଆଜି ମୋରବୀ ଅନ୍ୟମାନଙ୍କୁ ଠିଆ କରାଇ ପାରୁଛି ଭାଇମାନେ।
ମୋର ମନେ ଅଛି ସେହି ସମୟରେ ମୋରବୀ ଟେକ୍ ଅଫ୍ ସ୍ତରରେ ଥିଲା, ମୋର ବିଶ୍ୱାସ ହେଲା ଯେ ଯଦି ସେଠାରେ ଗ୍ୟାସ ସଠିକ ମାତ୍ରାରେ ପହଂଚି ପାରିବ, ତେବେ ମୋରବୀ ଚମତ୍କାର କରିବ, ଆଉ ଆମେ ଇଣ୍ଡଷ୍ଟ୍ରିଆଲ ଗ୍ୟାସ ପାଇପ ପକାଇ ଦେଲୁ, ଆଉ ମୋରବୀକୁ ନୂତନ ଶକ୍ତି ଦେଲୁ। ଆଜି ମୋରବୀରେ 15 ହଜାର କୋଟି ଟଙ୍କାର ସିରେମିକ ପାର୍କ ପାଇଁ ନିବେଶ ଏହା ହେଉଛି ବହୁତ ବଡ଼ ଘଟଣା । ବିଗତ 20-22 ବର୍ଷରେ ଗୁଜରାଟରେ ଯେଉଁ ଉଦ୍ୟୋଗରେ ବୃଦ୍ଧି ହୋଇଛି, ଭିନ୍ନ ଭିନ୍ନ କ୍ଷେତ୍ରରେ ହୋଇଛି, ସେହି କାରଣରୁ ମଧ୍ୟ ଅନେକ ପ୍ରକାରର ଲାଭ, ଔଦ୍ୟୋଗିକ ନୀତି ଆଉ ଏବେ ଭୂପେନ୍ଦ୍ର ଭାଇଙ୍କ ସରକାର ଯେଉଁ ନୂତନ ଔଦ୍ୟୋଗିକ ନୀତି ପ୍ରସ୍ତୁତ କରିଛନ୍ତି, ତାହାର ଲାଭ ମଧ୍ୟ ଆଗାମୀ ଦିନମାନଙ୍କରେ ନୂତନ ପିଢ଼ୀଙ୍କୁ ମିଳିବାକୁ ଯାଉଛି।
ଭାଇ ଓ ଭଉଣୀମାନେ,
ପାରମ୍ପରିକ ଉଦ୍ୟୋଗ ଏବଂ ତାହା ପରେ ଅନେକ ସମ୍ଭାବନା ଆମର ରାଜକୋଟରେ ରହିଛି, ସୌରାଷ୍ଟ୍ରରେ ରହିଛି, ଗୁଜରାଟରେ ରହିଛି ଭାଇମାନେ । ଆଉ ଏଥିପାଇଁ ଆଜି ଯେତେବେଳେ ଏତେ ବଡ଼ ଯୋଜନା ସବୁ ଆପଣମାନଙ୍କ ଚରଣ ତଳେ ରଖିବାକୁ ଆସିଛି, ସେତେବେଳେ ଅତ୍ୟନ୍ତ ଗର୍ବ ଏବଂ ଆତ୍ମସନ୍ତୋଷ ଲାଭ କରୁଛି। ଆପଣମାନେ ଏତେ ସ୍ୱାଗତ- ସମ୍ମାନ ଦେଲେ, ସେଥିପାଇଁ ମୁଁ ପୁଣି ଥରେ ରାଜକୋଟ ନିକଟରେ କୃତଜ୍ଞ । ଆଉ ମୁଁ ସଦା ସର୍ବଦା କହିବି ଯେ ମୁଁ ସବୁବେଳେ- ସଦା ସର୍ବଦା ରାଜକୋଟର ଋଣୀ ରହିବି ଆଉ ରାଜକୋଟର ସେବା କରିବାର କୌଣସି ସୁଯୋଗ ହାତରୁ ଯିବାକୁ ଦେବି ନାହିଁ। ଏହି ବିଶ୍ୱାସର ସହିତ ପୁଣ ଥରେ ଆପଣ ସମସ୍ତଙ୍କୁ ଅନେକ- ଅନେକ ଅଭିନନ୍ଦନ, ଅନେକ- ଅନେକ ଶୁଭକାମନା।
ଧନ୍ୟବାଦ!
*****
AH