ନିର୍ବାଚନ ଆୟୋଗ
azadi ka amrit mahotsav

ଓଡ଼ିଶାର ଧାମନଗର ସମେତ ୬ ରାଜ୍ୟର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଉପନିର୍ବାଚନ


ଆସନ୍ତା ୩ ନଭେମ୍ବରରେ ଅନୁଷ୍ଠିତ ହେବ ମତଦାନ; ୬ ନଭେମ୍ବରରେ ଭୋଟ୍‌ ଗଣତି

Posted On: 03 OCT 2022 2:58PM by PIB Bhubaneshwar

ଓଡ଼ିଶାର ଧାମନଗର ସମେତ ୬ ରାଜ୍ୟର ୭ ବିଧାନସଭା ବିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଆୟୋଜନ ପାଇଁ ଭାରତର ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ବିଧାନସଭା ଆସନ ସଂଖ୍ୟା ୪୬-ଧାମନଗର (ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ) ବ୍ୟତୀତ ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ବିହାରର ମୋକାମା ଓ ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । 

ଉପନିର୍ବାଚନ ଆୟୋଜନ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ୭ ଅକ୍ଟୋବର, ୨୦୨୨ (ଶୁକ୍ରବାର) ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ୧୪ ଅକ୍ଟୋବର, ୨୦୨୨ (ଶୁକ୍ରବାର) ଧାର୍ଯ୍ୟ କରାଯାଇଛି । ୧୫ ଅକ୍ଟୋବର, ୨୦୨୨ (ଶନିବାର) ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ୧୭ ଅକ୍ଟୋବର, ୨୦୨୨ (ସୋମବାର)କୁ ଧାର୍ଯ୍ୟ କରାଯାଇଛି ।

ଆସନ୍ତା ୩ ନଭେମ୍ବର, ୨୦୨୨ (ଗୁରୁବାର) ମତଦାନ ଅନୁଷ୍ଠିତ ହେବ । ୬ ନଭେମ୍ବର, ୨୦୨୨ (ରବିବାର) ଭୋଟ୍‌ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ୮ ନଭେମ୍ବର, ୨୦୨୨ (ମଙ୍ଗଳବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

ମତଦାତା ସୂଚୀ

ଉପରୋକ୍ତ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଉପନିର୍ବାଚନ ଲାଗି ୦୧.୦୧.୨୦୨୨ ସୁଦ୍ଧା ପ୍ରକାଶିତ ମତଦାତା ସୂଚୀ ଉପଯୋଗ କରାଯିବ ।

ଇଲେକ୍ଟ୍ରୋନିକ ଭୋଟିଂ

ଉପନିର୍ବାଚନରେ ସମସ୍ତ ମତଦାନ କ୍ଷେତ୍ରରେ ଇଭିଏମ ଏବଂ ଭିଭିପ୍ୟାଟର ଉପଯୋଗ କରିବା ଲାଗି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ମତଦାନ ପାଇଁ ଯଥେଷ୍ଟ ସଂଖ୍ୟାରେ ଇଭିଏମ ଏବଂ ଭିଭିପ୍ୟାଟ୍‌ ଏଥିପାଇଁ ଯୋଗାଇ ଦିଆଯାଇଛି । ଏସବୁ ମେସିନ ସହାୟତାରେ ମତଦାନ ସୂଚାରୁ ରୂପେ ସମ୍ପନ୍ନ କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ମତଦାତାମାନଙ୍କ ପରିଚୟ

ଭୋଟର ଫଟୋ ପରିଚୟ ପତ୍ର (ଇପିଆଇଟି) ମତଦାତା ବା ଭୋଟରଙ୍କର ମୁଖ୍ୟ ପରିଚୟପତ୍ର ଭାବେ ଗ୍ରହଣ କରାଯିବ । ତେବେ ତଳେ ଦିଆଯାଇଥିବା ଯେକୌଣସି ପରିଚୟପତ୍ରକୁ ମତଦାନ କେନ୍ଦ୍ରରେ ଉପଯୋଗ କରାଯାଇ ପାରିବ ।

ଆଧାର କାର୍ଡ

ମନରେଗା ରୋଜଗାର କାର୍ଡ

ବ୍ୟାଙ୍କ/ଡାକ ଘର ପକ୍ଷରୁ ଜାରି ହୋଇଥିବା ଫଟୋ ପାସବୁକ

ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧୀନରେ ଜାରି ସ୍ବାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ,

ଡ୍ରାଇଭିଂ ଲାଇସେନ୍ସ

ପ୍ୟାନ କାର୍ଡ,

ଏନପିଆର ଅଧୀନରେ ଆରଜିଓ ଦ୍ବାରା ଜାରି ସ୍ମାର୍ଟ କାର୍ଡ,

ଭାରତୀୟ ପାସପୋର୍ଟ,

ଫଟୋ ସହିତ ପେନସନ ଦସ୍ତାବିଜ,

କେନ୍ଦ୍ର/ରାଜ୍ୟ ସରକାର/ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗ/ରାଷ୍ଟ୍ରାୟତ୍ତ ଲିମିଟେଡ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କୁ ଯୋଗାଇ ଦିଆଯାଇଥିବା ଫଟୋଯୁକ୍ତ ସେବା ପରିଚୟପତ୍ର ଏବଂ

ସାଂସଦ, ବିଧାୟକ, ଏମଏଲସି ମାନଙ୍କୁ ଜାରି ହୋଇଥିବା ସରକାରୀ ପରିଚୟପତ୍ର

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଜାରି ବିଶିଷ୍ଟ ଦିବ୍ୟାଙ୍ଗତା ଆଇଟି (ୟୁଡିଆଇଡି) କାର୍ଡ

ଆଦର୍ଶ ଆଚରଣ ସଂହିତା

ଆୟୋଗଙ୍କ ନିର୍ଦ୍ଦେଶ ସଂଖ୍ୟା ୪୩୭/ ୬/୧ ଏନଏସଟି/୨୦୧୬-ସିସିଏସ ତାରିଖ ୨୯ ଜୁନ, ୨୦୧୭ ଅଧୀନରେ ଜାରି ଆଂଶିକ ସଂଶୋଧନ (ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ) ଅନ୍ତର୍ଗତ ଆଦର୍ଶ ଆଚରଣ ସଂହିତା ସେହି ଜିଲ୍ଲାରେ ତତ୍କାଳ ପ୍ରଭାବରେ ଲାଗୁ ହେବ ଯେଉଁ ଜିଲ୍ଲାରେ ଉପନିର୍ବାଚନ ହେବାକୁ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ରହିଛି ।

ବିଗତ ଅପରାଧିକ ଜୀବନ ସମ୍ପର୍କରେ ସୂଚନା 

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ପ୍ରଚାର ଅବଧି ସମୟରେ ତିନି ଥର ସମ୍ବାଦପତ୍ର ଏବଂ ଟେଲିଭିଜନ ଚାନେଲ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରକାଶିତ କରିବା ଆବଶ୍ୟକ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା କରୁଥିବା ରାଜନୈତିକ ଦଳ ମଧ୍ୟ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ସୂଚନା ନିଜର ୱେବାସାଇଟ, ସମ୍ବାଦପତ୍ର ଏବଂ ଟିଭି ଚାନେଲରେ ତିନି ଥର ଲେଖାଏଁ ପ୍ରକାଶ କରିବା ଆବଶ୍ୟକ।

ଆୟୋଗ ନିଜର ପତ୍ର ସଂଖ୍ୟା 3/4/2019/SDR/Vol. IV ତାରିଖ ୧୬ ସେପ୍ଟେମ୍ବର, ୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ ଯେ ତିନି ଥରର ଏହି ନିର୍ଦ୍ଦିଷ୍ଟ ଅବଧିକୁ ନିମ୍ନଲିଖିତ ପଦ୍ଧତିରେ ନିର୍ଦ୍ଧାରଣ କରାଯିବ, ଯାହାଫଳରେ ମତଦାତାଙ୍କ ପାଖରେ ଏଭଳି ପ୍ରାର୍ଥୀଙ୍କ ପୃଷ୍ଠଭୂମି ସମ୍ପର୍କରେ ଜାଣିବା ଲାଗି ପର୍ଯ୍ୟାପ୍ତ ସମୟ ରହିଥିବ :

ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପୂର୍ବର ୪ ଦିନ ମଧ୍ୟରେ

ପରବର୍ତ୍ତୀ ପଞ୍ଚମ –ଅଷ୍ଟମ ଦିନ ମଧ୍ୟରେ

ନବମ ଦିନ ଠାରୁ ପ୍ରଚାରର ଅନ୍ତିମ ଦିନ ମଧ୍ୟରେ (ମତଦାନ ତାରିଖର ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ)

 

(ଉଦାହରଣ : ଯଦି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ତାରିଖ ୧୦ ତାରିଖ ଏବଂ ମତଦାନ ମାସର ୨୪ ତାରିଖରେ ଅନୁଷ୍ଠିତ ହେବ ତା’ହେଲେ ଘୋଷଣାର ପ୍ରକାଶ ପାଇଁ ପ୍ରଥମ ସମୟ ଅବଧି ହେଉଛି ମାସର ୧୧ ଏବଂ ୧୪ ତାରିଖ ମଧ୍ୟରେ ହେବ, ଦ୍ବିତୀୟ ଏବଂ ତୃତୀୟ ସମୟ ଅବଧି ଯଥାକ୍ରମେ : ୧୫ରୁ ୧୮ତମ ଏବଂ ୧୯ରୁ ୨୨ତମ ତାରିଖ ମଧ୍ୟରେ ହେବ)

ଏହି ନିୟମ ୨୦୧୫ ରିଟ୍‌ ପିଟିସନ (ସି) ସଂଖ୍ୟା ୭୮୬ (ଲୋକ ପ୍ରହରୀ ବନାମ ଭାରତ ସଂଘ ଏବଂ ଅନ୍ୟମାନେ) ଏବଂ ୨୦୧୧ର ରିଟ ପିଟିସନ (ସିଭିଲ) ସଂଖ୍ୟା ୫୩୬ (ପବ୍ଲିକ ଇଣ୍ଟ୍ରେଷ୍ଟ ଫାଉଣ୍ଡେସନ ଏବଂ ଅନ୍ୟ ବନାମ ଭାରତ ସଂଘ ଏବଂ ଅନ୍ୟ)ରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁରୂପ ଧାର୍ଯ୍ୟ କରାଯାଇଛି ।

ଏହି ସୂଚନା ‘ନିଜ ପ୍ରାର୍ଥୀଙ୍କୁ ଜାଣନ୍ତୁ’ ଶୀର୍ଷ ଆପ୍‌ରେ ମଧ୍ୟ ଉପଲବ୍ଧ ହେବ ।

 

ଉପନିର୍ବାଚନ ସମୟରେ କୋଭିଡ ସମ୍ବନ୍ଧୀୟ ବ୍ୟବସ୍ଥା

ସାରା ଦେଶରେ କୋଭିଡ ସ୍ଥିତିରେ ସୁଧାରକୁ ଦୃଷ୍ଟିରେ ରଖି ଏବଂ ଏନଡିଏମଏ/ଏସଡିଏମଏ ପକ୍ଷରୁ ଡିଏମ ଆଇନ ଅଧୀନରେ କଟକଣା ଉଚ୍ଛେଦ କରାଯାଇଥିବାରୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଇଥିବା ପରାମର୍ଶକୁ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଉପନିର୍ବାଚନ ପ୍ରକ୍ରିୟା ସମୟରେ, ପଞ୍ଚସୂତ୍ରୀ ରଣନୀତି ଅର୍ଥାତ୍‌ ଟେଷ୍ଟ-ଟ୍ରାକ-ଟ୍ରିଟ-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ଅନୁପାଳନ ଉପରେ ନିରନ୍ତର ଧ୍ୟାନ ଦିଆଯିବା ଉଚିତ୍‌ । ଜିଲ୍ଲା ପ୍ରଶାସନ କୋଭିଡ ସ୍ଥିତି ଉପରେ ପ୍ରଭାବୀ ଢଙ୍ଗରେ ଅନୁଧ୍ୟାନ କରିବା ଉଚିତ୍‌ ଏବଂ ପ୍ରଭାବୀ ଆଇନ/ପ୍ରଶାସନିକ ମାନଦଣ୍ଡ ଦ୍ବାରା ନିର୍ଦ୍ଧାରିତ କୋଭିଡ ଉପଯୁକ୍ତ ବ୍ୟବହାର ମାନଦଣ୍ଡକୁ ଲାଗୁ କରିବା ଆବଶ୍ୟକ ।

 

*******

P.S.


(Release ID: 1864908) Visitor Counter : 179