ରାଷ୍ଟ୍ରପତିଙ୍କ ସଚିବାଳୟ
ସ୍ବଚ୍ଛ ଭାରତ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
Posted On:
02 OCT 2022 4:47PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଜି (2 ଅକ୍ଟୋବର, 2022) ନୂଆ ଦିଲ୍ଲୀରେ ସ୍ବଚ୍ଛ ଭାରତ ଦିବସ ପାଳନ କରିବା ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେ ବିଭିନ୍ନ ବର୍ଗରେ ସ୍ବଚ୍ଛ ସର୍ବେକ୍ଷଣ ଗ୍ରାମୀଣ ପୁରସ୍କାର ପ୍ରଦାନ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଗାନ୍ଧିଜୀଙ୍କ ବିଚାର ଶାଶ୍ବତ ଅଟେ। ସେ ସତ୍ୟ ଏବଂ ଅହିଂସା ପରି ସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛନ୍ତି। ସ୍ବଚ୍ଛତା ଉପରେ ତାଙ୍କର ସଙ୍କଳ୍ପ ର ଉଦ୍ଦେଶ୍ୟ ସାମାଜିକ ସମସ୍ୟାକୁ ଦୂର କରିବା ଏବଂ ଏକ ନବୀନ ଭାରତର ନିର୍ମାଣ କରିବା ଥିଲା। ଏଥିପାଇଁ ତାଙ୍କର ଜନ୍ମଦିନକୁ ‘‘ସ୍ବଚ୍ଛ ଭାରତ ଦିବସ’’ ଭାବରେ ପାଳନ କରିବା ହିଁ ତାଙ୍କୁ ବାସ୍ତବିକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଅଟେ।
ରାଷ୍ଟ୍ରପତି କହିଛନ୍ତି ଯେ 2014 ରେ ‘‘ସ୍ବଚ୍ଛ ଭାରତ ଗ୍ରାମୀଣ ମିଶନ୍’’ ର ଆରମ୍ଭ ହେବା ପର ଠାରୁ 11 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ କରାଯାଇଛି ଏବଂ ପ୍ରାୟ 60 କୋଟି ଲୋକମାନେ ବାହାରେ ଶୌଚ କରିବାର ଅଭ୍ୟାସକୁ ପରିବର୍ତ୍ତନ କରିଛନ୍ତି। ସେ ସନ୍ତୋଷତା ପ୍ରକାଶ କରିଛନ୍ତି ଯେ ଏହି ମିଶନ ମାଧ୍ୟମରେ ଭାରତ 2030 ର ଅନ୍ତିମ ସମୟ ସୀମାର 11 ବର୍ଷ ପୂର୍ବରୁ ହିଁ ଜାତି ସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସଂଖ୍ୟା – 6 କୁ ହାସଲ କରିସାରିଛି।
ରାଷ୍ଟ୍ରପତି କହିଛନ୍ତି ଯେ ‘‘ସ୍ବଚ୍ଛ ଭାରତ ମିଶନ –ଗ୍ରାମୀଣ’’ ଏକ ବ୍ୟବହାର ପରିବର୍ତ୍ତନ ଆନ୍ଦୋଳନ ଅଟେ। କୋଭିଡ୍ ମହାମାରୀ ସମୟରେ, ସମସ୍ତେ ଅନୁଭବ କରିଛନ୍ତି ଯେ ଶୌଚାଳୟ, ସାବୁନ୍ ରେ ହାତ ଧୋଇବାର ଅଭ୍ୟାସ ଏବଂ ନଳ ମାଧ୍ୟମରେ ପାଣିର ଯୋଗାଣ ଏହି ବିପଦରେ ଢାଲ ପରି କାମ କରିଛି। ସେ କହଛନ୍ତି ଯେ ଭାରତ ସରକାର ‘‘ସ୍ବଚ୍ଛ ଭାରତ ମିଶନ –ଗ୍ରାମୀଣ’’ ର ଦ୍ବିତୀୟ ପର୍ଯ୍ୟାୟଲାଗୁ କରୁଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଛଅ ଲକ୍ଷ ଗ୍ରାମକୁ ଓଡିଏଫ୍ ପ୍ଲସ କରିବା ଅଟେ। ବାହାରେ ଶୌଚ କରିବା ବିପକ୍ଷରେ ସଫଳତା ହାସଲ କରିବା ପରେ ଆମକୁ ଏବେ କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ପରି ଅଧିକ ଜଟିଳ ଏବଂ ପ୍ରଯୁକ୍ତି ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ହେବ। ସେ ଏହା ଜାଣି ଖୁସି ହେଲେ ଯେ ‘‘ସ୍ବଚ୍ଛ ଭାରତ ମିଶନ –ଗ୍ରାମୀଣ’’ ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ପରେ 1.16 ଲକ୍ଷ ରୁ ଅଧିକ ଗ୍ରାମ ନିଜକୁ ଓଡିଏଫ୍ ପ୍ଲାସ ଘୋଷିତ କରିଛନ୍ତି ଏବଂ ପ୍ରାୟ 3 ଲକ୍ଷ ଗ୍ରାମରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନାର କାମ ମଧ୍ୟ ଆରମ୍ଭ ହୋଇଯାଇଛି।
ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସରକାର ସ୍ବଚ୍ଛତା ସହିତ ପ୍ରତି ଘରେ ଗୁଣବତ୍ତାପୂର୍ଣ୍ଣ ପାନୀୟ ଜଳ ଉପଲବ୍ଧ କରିବାର ଲକ୍ଷ୍ୟ ଉପରେ ମଧ୍ୟ କାମ କରୁଛନ୍ତି। ‘ଜଳ ଜୀବନ ମିଶନ’ ବର୍ଷ 2024 ପର୍ଯ୍ୟନ୍ତ ପ୍ରତି ଘରକୁ ନିୟମିତ ଏବଂ ଗୁଣବତ୍ତାପୂର୍ଣ୍ଣ ପାନୀୟ ଜଳ ଉପଲବ୍ଧ କରାଇବାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛି। ସେ କହିଛନ୍ତି ଯେ 2019 ରେ ଜଳ ଜୀବନ ମିଶନର ଆରମ୍ଭ ସମୟରେ କେବଳ 3.23 କୋଟି ଗ୍ରାମୀଣ ଘର ଗୁଡ଼ିକରେ ନଳ ମାଧ୍ୟମରେ ଜଳ ଯୋଗାଣ ହେଉଥିଲା ଯାହାକି ଗତ ତିନି ବର୍ଷ ମଧ୍ୟରେ ବୃଦ୍ଧି ହୋଇ 10.27 କୋଟିରେ ପହଞ୍ଚି ଯାଇଛି। ସେ କହିଛନ୍ତି ଯେ ଓଡ଼ିଏଫ୍ ସହିତ ନଳର ଜଳ ମାଧ୍ୟମରେ ନିକଟରେ ଜଳ ଜନିତ ରୋଗରେ ଉଲ୍ଲେଖନୀୟ ହ୍ରାସ ହୋଇଛି। କିନ୍ତୁ ଆମର ଲକ୍ଷ୍ୟ ବହୁତ ବଡ଼। ଆମକୁ ଜଳ ପରିଚାଳନା ଏବଂ ସ୍ବଚ୍ଛତା କ୍ଷେତ୍ରରେ ଦୁନିଆ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିବା ଅଟେ।
ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେତେବେଳେ ଆମେ ଅମୃତ-କାଳରେ ପ୍ରବେଶ କରୁଛୁ, ଏହି ଅବସରରେ ଆମେ ସଙ୍କଳ୍ପ ନେବା ଯେ – ସ୍ବସ୍ଥ, ସ୍ବଚ୍ଛ ଏବଂ ଆତ୍ମନିର୍ଭର ଭାରତର ନିର୍ମାଣ କରିବା। ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଆମକୁ ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ କାରଣ ଏତେ ବଡ଼ ଜନସଂଖ୍ୟାକୁ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଆଧୁନିକ ପ୍ରଯୁକ୍ତି ଏବଂ ପ୍ରଚୁର ସମ୍ବଳର ଆବଶ୍ୟକତା ରହିଛି। ସେ ବିଶ୍ବାସ ପ୍ରକଟ କରିଛନ୍ତି ଯେ ଆମେ ଆମର ରାଜନୈତିକ ନେତୃତ୍ବ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଏବଂ ସମସ୍ତ ସଚେତନ ନାଗରିକମାନଙ୍କର ମିଳିତ ଉଦ୍ୟମ ବଳରେ ଭାରତକୁ ଏକ ବିକଶିତ ଏବଂ ଆତ୍ମନିର୍ଭର ଦେଶ କରିବାରେ ସଫଳ ହୋଇପାରିବୁ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଖିବା ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ ।
BS
(Release ID: 1864608)
Visitor Counter : 131