ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଯୁବ ଲେଖକ ମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା - ଯୁବା ୨.୦ ର ଶୁଭାରମ୍ଭ
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2022 5:54PM by PIB Bhubaneswar
ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି । ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (30 ବର୍ଷରୁ କମ୍ ବୟସର) ତାଲିମ୍ ଦେବା ପାଇଁ ଏହି ଲେଖକ ପରାମର୍ଶ କାର୍ଯ୍ୟକ୍ରମ ପ୍ରାୟୋଜିତ ଅଟେ, ଯାହା ଦେଶରେ, ଏବଂ ବିଶ୍ବ ସ୍ତରରେ ଭାରତ ଏବଂ ଭାରତୀୟ ଲେଖା ଗୁଡିକୁ ଉପସ୍ଥାପନ କରିବ। ଯୁବା କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣର ମହତ୍ବପୂର୍ଣ୍ଣ ପ୍ରଭାବକୁ ଦୃଷ୍ଟିରେ ରଖି ୨୨ଟି ବିଭିନ୍ନ ଭାରତୀୟ ଭାଷା ଏବଂ ଇଂରାଜୀରେ ଯୁବକ ଏବଂ ନୂତନ ଲେଖକଙ୍କ ଅଂଶଗ୍ରହଣ ସହିତ ବର୍ତ୍ତମାନ ଯୁବା ୨.୦ ଆରମ୍ଭ ହୋଇଛି |
ଯୁବା ୨.୦ (ଯୁବ, ଭବିଷ୍ୟତର ଏବଂ ବହୁମୁଖୀ ଲେଖକ) ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ଯୁବକମାନଙ୍କୁ ଭାରତର ଗଣତନ୍ତ୍ରକୁ ବୁଝିବାକୁ ଏବଂ ପ୍ରଶଂସା କରିବାକୁ ଉତ୍ସାହିତ କରିବ | ଯୁବା ୨.୦ ହେଉଛି ଭାରତ @ ୭୫ (ଆଜାଦିର ଅମୃତ ମହୋତ୍ସବ) ପ୍ରକଳ୍ପର ଏକ ଅଂଶ ବିଶେଷ, ଯେଉଁଥିରେ ବିଭିନ୍ନ ପ୍ରସଙ୍ଗ 'ଗଣତନ୍ତ୍ର (ଅନୁଷ୍ଠାନ, ଘଟଣା, ଲୋକ, ସାମ୍ବିଧାନିକ ମୂଲ୍ୟବୋଧ - ଅତୀତ, ବର୍ତ୍ତମାନ , ଭବିଷ୍ୟତ)' କୁ ଏକ ଅଭିନବ ଏବଂ ସୃଜନଶୀଳ ଢଙ୍ଗରେ ଯୁବ ପିଢିର ଲେଖକଙ୍କ ଦୃଷ୍ଟିକୋଣକୁ ସାମ୍ନାକୁ ଆଣିବା ପାଇଁ କରା ଯାଇଛି | ଏହି ଯୋଜନା ଏହିପରି ଲେଖକ ମାନଙ୍କର ଏକ ଉତ୍ସ ବିକାଶରେ ସାହାଯ୍ୟ କରିବ, ଯେଉଁମାନେ ଭାରତୀୟ ଐତିହ୍ୟ, ସଂସ୍କୃତି ଏବଂ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଲେଖି ପାରିବେ।
ଜାତୀୟ ଶିକ୍ଷା ନୀତି ୨୦୨୦ ଯୁବ ମନର ସଶକ୍ତିକରଣ ଏବଂ ଏକ ଶିକ୍ଷଣ ପାରିବେଶିକ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛି, ଯାହା ଭବିଷ୍ୟତରେ ବିଶ୍ବରେ ନେତୃତ୍ୱର ଭୂମିକା ନିର୍ବାହ କରିବା ପାଇଁ ଯୁବକ ପାଠକ / ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରି ପାରିବ | ଯୁବ ଜନସଂଖ୍ୟାରେ ଭାରତ ମୋଟ ୬୬ ପ୍ରତିଶତ ସହିତ ତାଲିକାରେ ଶୀର୍ଷରେ ରହିଛି, ଦକ୍ଷତା ବୃଦ୍ଧି ଏବଂ ଏସବୁ ଦ୍ୱାରା ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କୁ ଅପେକ୍ଷା କରାଯାଇଛି। ଯୁବ ସୃଜନଶୀଳ ଲେଖକ ମାନଙ୍କର ଏକ ନୂତନ ପିଢ଼ିର ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ, ଉଚ୍ଚ ସ୍ତରରେ ପଦକ୍ଷେପ ନେବା ପାଇଁ ଏକ ଆବଶ୍ୟକତା ରହିଛି ଏବଂ ଏହି ପରିପ୍ରେକ୍ଷୀରେ, ଯୁବା ୨.୦ ସୃଜନଶୀଳ ଜଗତର ଭବିଷ୍ୟତର ନେତୃତ୍ବ ମାନଙ୍କର ମୂଳଦୁଆ ପକାଇବାରେ ବହୁ ଦୂର ଯିବ |
ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ, କାର୍ଯ୍ୟକାରୀ ଏଜେନ୍ସି ଭାବରେ ଏହି ଯୋଜନାର ପର୍ଯ୍ୟାୟ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ | ଏହି ଯୋଜନା ଅଧୀନରେ ପ୍ରସ୍ତୁତ ପୁସ୍ତକ ଗୁଡ଼ିକ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଭାରତ ଦ୍ବାରା ପ୍ରକାଶିତ ହେବ ଏବଂ ସଂସ୍କୃତି ଏବଂ ସାହିତ୍ୟର ଆଦାନପ୍ରଦାନକୁ ସୁନିଶ୍ଚିତ କରି ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ କରାଯିବ, ଯାହା ଦ୍ଵାରା 'ଏକ ଭାରତ ଶ୍ରେଷ୍ଠ ଭାରତ'କୁ ପ୍ରୋତ୍ସାହିତ କରାଯିବ। ମନୋନୀତ ଯୁବ ଲେଖକମାନେ ଦୁନିଆର କିଛି ଶ୍ରେଷ୍ଠ ଲେଖକଙ୍କ ସହିତ ଯୋଗାଯୋଗ କରିବେ, ସାହିତ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ |
ଏହି ଯୋଜନା ଲେଖକ ମାନଙ୍କର ଏକ ଉତ୍ସକୁ ବିକଶିତ କରିବାରେ ସାହାଯ୍ୟ କରିବ, ଯେଉଁମାନେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ନେଇ ଭାରତରେ ଗଣତନ୍ତ୍ରର ବିଭିନ୍ନ ଦିଗରେ ଲେଖି ପାରିବେ | ଏହା ବ୍ୟତୀତ ଏହା ଘରୋଇ ତଥା ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ବିସ୍ତୃତ ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ଆଗ୍ରହୀ ଯୁବକ ମାନଙ୍କୁ ଏକ ୱିଣ୍ଡୋ/ ମାଧ୍ୟମ ପ୍ରଦାନ କରିବ | ଏକ ବିଂଶ ଶତାବ୍ଦୀର ଭାରତ ଭାରତୀୟ ସାହିତ୍ୟର ରାଷ୍ଟ୍ରଦୂତ ସୃଷ୍ଟି କରିବା ପାଇଁ ବର୍ତ୍ତମାନ ପିଢିର ଯୁବ ଲେଖକଙ୍କୁ ସହାୟତା ଦେବା ଆବଶ୍ୟକ ବୋଲି ଧାରଣା ଅନୁସାରେ ଏହି ଯୋଜନାକୁ ପ୍ରସ୍ତୁତ କରା ଯାଇଛି। ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଆମ ଦେଶ ତୃତୀୟ ସ୍ଥାନ ଅଧିକାର କରିଛି ଏବଂ ଆମ ନିକଟରେ ଦେଶୀ ସାହିତ୍ୟର ଏକ ଭରପୁର ଭଣ୍ଡାର ଅଛି, ଏହାକୁ ଦୃଷ୍ଟିରେ ରଖି ଭାରତ ଏହାକୁ ବିଶ୍ୱ ସ୍ତରରେ ଉପସ୍ଥାପିତ କରିବ।
ୟୁବା ୨.୦ ର (ଯୁବ, ଭବିଷ୍ୟତର, ବହୁମୂଖୀ ଲେଖକ ସମୂହ) ସୂଚୀ ସମ୍ପର୍କରେ ନିମ୍ନରେ ପ୍ରଦାନ କରାଗଲା :
- ଏହି ଯୋଜନା ୦୨ ଅକ୍ଟୋବର ୨୦୨୨ରେ ଘୋଷିତ ହେଲା
- ୦୨ ଅକ୍ଟୋବର ୨୦୨୨ରୁ ୩୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ https://www.mygov.in/ ମାଧ୍ୟମରେ ହେବାକୁ ଥିବା ଏକ ସର୍ବଭାରତୀୟ ପ୍ରତିଯୋଗିତା ମାଧ୍ୟମରେ ମୋଟ ୭୫ ଲେଖକଙ୍କୁ ଚୟନ କରାଯିବ |
- ପ୍ରାପ୍ତ ପ୍ରସ୍ତାବ ଗୁଡିକ ୧ ଡିସେମ୍ବର ୨୦୨୨ ରୁ ୩୧ ଜାନୁୟାରୀ ୨୦୨୩ ମଧ୍ୟରେ ମୂଲ୍ୟାଙ୍କନ କରାଯିବ |
- ୨୮ ଫେବୃଆରୀ ୨୦୨୩ ରେ ବିଜେତା ମାନଙ୍କର ନାମ ଘୋଷିତ ହେବ |
- ଯୁବ ଲେଖକ ମାନଙ୍କୁ ୦୧ ମାର୍ଚ୍ଚ ୨୦୨୩ - ୩୧ ଅଗଷ୍ଟ ୨୦୨୩ ଭିତରେ ବିଶିଷ୍ଟ ଲେଖକ / ପରାମର୍ଶଦାତା ମାନେ ତାଲିମ୍ ଦେବେ |
- ମେଣ୍ଟରସିପ୍ ଅନୁଯାୟୀ, ପ୍ରକାଶିତ ପୁସ୍ତକ ଗୁଡ଼ିକର ପ୍ରଥମ ସେଟ୍ ୦୨ ଅକ୍ଟୋବର ୨୦୨୩ ରେ ଲଞ୍ଚ ହେବ।
****
SSP
(ରିଲିଜ ଆଡି: 1864599)
ପରିଦର୍ଶକ କାଉଣ୍ଟର : 287