ଯୋଗାଯୋଗ ମନ୍ତ୍ରଣାଳୟ

5 -ଜି ଶୁଭାରମ୍ଭ ଭାରତୀୟ ଦୂରସଞ୍ଚାର କ୍ଷେତ୍ରରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ: ଶ୍ରୀ ଅଶ୍ୱିନୀ ବୈଷ୍ଣବ


5-ଜି ଆରମ୍ଭ ଅବସରରେ ମୋବାଇଲ କଂଗ୍ରେସ-୨୦୨୨ରେ ମନ୍ତ୍ରୀଙ୍କ ଅଭିଭାଷଣ

Posted On: 01 OCT 2022 4:59PM by PIB Bhubaneshwar

ଭାରତୀୟ ଦୂରସଞ୍ଚାର କ୍ଷେତ୍ରରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଦୂରସଞ୍ଚାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଓ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି । ଦୂରସଞ୍ଚାର ଡିଜିଟାଲ ଭାରତ ନିମନ୍ତେ ଏକ ପ୍ରବେଶ ଦ୍ୱାର ହୋଇଥିବାବେଳେ, ପରିବର୍ତ୍ତିତ ସ୍ଥିତିରେ ଏକ ମଜବୁତ ଦୂରସଞ୍ଚାର କ୍ଷେତ୍ରର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ 5-ଜି ଶୁଭାରମ୍ଭ କରିଥିବା ଭାରତୀୟ ମୋବାଇଲ କଂଗ୍ରେସ-୨୦୨୨ ର ଷଷ୍ଠ ସଂସ୍କରଣର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ଶ୍ରୀ ବୈଷ୍ଣବ ଏହା କହିଛନ୍ତି ।

ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୂରସଞ୍ଚାର କ୍ଷେତ୍ରକୁ ଏକ ରଣନୀତିକ କ୍ଷେତ୍ରରେ ମାନ୍ୟତା ପ୍ରଦାନ କରିବା ସହ ଏହି କ୍ଷେତ୍ରର ପ୍ରତ୍ୟେକ ଦିଗରେ ଦୂରସଞ୍ଚାର ପ୍ରଯୁକ୍ତି ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏକ ନିୟନ୍ତ୍ରଣ ନିଶ୍ଚିତତା ଏହି କ୍ଷେତ୍ରକୁ ଦେବା ସହ ଏପର୍ଯ୍ୟନ୍ତ ବିଭିନ୍ନ ବାଦବିବାଦରେ ଛନ୍ଦି ହୋଇପଡିଥିବା ଏହାକୁ ଏକ ସ୍ୱଚ୍ଛ ପଦ୍ଧତିରେ ପରିଣତ କରିଛନ୍ତି । ଏହି ସବୁ ସଂସ୍କାର ଯୋଗୁଁ ଆଜି ଦୂରସଂଚାର କ୍ଷେତ୍ର ଏକ ଅଗ୍ରଣୀ ଶିଳ୍ପଭାବେ ମୁଣ୍ଡ ଟେକୁଛି ବୋଲି ସେ କହିଥିଲେ । 

ଶ୍ରୀ ଅଶ୍ୱିନୀ ବୈଷ୍ଟବ କହିଥିଲେ ଯେ ଆଜି(୦୧,୧୦.୨୦୨୨) ଫାଇଭ-ଜି ଆରମ୍ଭ ହେବା ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଲଜିଷ୍ଟିକ୍ସ ଓ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ବ୍ୟାପକ ବିକାଶ ହେବା ସହ ଦୂରସଞ୍ଚାରର କାୟା ପରିବର୍ତ୍ତନ ଘଟିବ । ନବୋନ୍ମେଷେ ମଡେଲ ସହ ଅପ୍ଟିକାଲ ଫାଇବର ଦ୍ୱାରା ଶେଷ ସଂଯୋଗ ପର୍ଯ୍ୟନ୍ତ ପହଂଚିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଥିଲେ ।

ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଏସ୍‌ଏନ୍‌ଏଲକୁ ବଜାରରେ ମଜବୁତ ହୋଇ ଛିଡା ହେବା ପାଇଁ ୧, ୬୪, ୦୦୦କୋଟି ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଭାରତୀୟ ଦୂରସଞ୍ଚାର ସେବା ପ୍ରଦାନ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ । ଦେଶରେ ଦୂରସଞ୍ଚାର ନିର୍ମାଣ କ୍ଷେତ୍ରରେ ଏକ ବିରାଟ ମୌଳିକ ପରିବର୍ତ୍ତନ ହେବ ବୋଲି ସେ କହିଥିଲେ । ମୋଦିଜୀ ଫୋର-ଜି ଓ ଫାଇଭ-ଜି ପାଇଁ ସ୍ୱଦେଶୀ ପ୍ରଯୁକ୍ତି ପ୍ରୟୋଗ କରିବାର ଆହ୍ୱାନ ଗ୍ରହଣ କରିବା ପରେ ଭାରତ ଏହି ପ୍ରଯୁକ୍ତି ବିକାଶ ଦିଗରେ ଆଗେଇ ଚାଲିଛି ଓ ବିଶ୍ୱ ଭାରତୀୟ ଦୂରସଞ୍ଚାର ପ୍ରଯୁକ୍ତି ବିଦ୍ୟାପ୍ରତି ଆକର୍ଷିତ ହେଉଛି ବୋଲି ସେ କହିଥିଲେ ।

ଏଥିରେ ସ୍ୱାଗତ ଭାଷଣ ଦେଇ ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦେବୁ ସିଂ ଚୌହ୍ୱାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦାତ୍ତ ଘୋଷଣା ଯୋଗୁଁ ଭାରତ ଆତ୍ମ ନିର୍ଭର ଭାରତ ଦିଗରେ ଅଗସର ହେଉଛି ବୋଲି କହିଥିଲେ। ଏହା ଦ୍ୱାରା ଭାରତ ଫୋର-ଜି ଓ ଫାଇଭ -ଜି ବିକଶିତ କରିସାରିବା ପରେ ଭବିଷ୍ୟତରେ ସିକ୍ସ-ଜି ମଧ୍ୟ ବିକାଶ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦୂରସଞ୍ଚାର କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାର ଆସିଛି । ଫଳରେ ଏକା ଦିନରେ ଦୂରସଞ୍ଚାର ଅପରେଟରଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ କରାଯାଉଛି । ଆଧୁନିକ ଦୂରସଞ୍ଚାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତ, ନୂତନ ଶକ୍ତି, ଆଶା ଓ ଜୀବନ ଦେବ ବୋଲି ସେ କହିଥିଲେ । 

ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଭାରତୀ ଏଣ୍ଟରପ୍ରାଇଜ ଅଧ୍ୟକ୍ଷ ଶ୍ରୀ ସୁନୀଲ ମିତ୍ତଲ, ଆଦିତ୍ୟ ବିର୍‌ଲା ଗ୍ରୁପ ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିରଳା, ଦୂରସଞ୍ଚାର ବିଭାଗ ସଚିବ ଶ୍ରୀ କେ. ରାଜାରମଣ ଓ ଅନ୍ୟାନ୍ୟା ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।

 

*****

SM/SLP

 



(Release ID: 1864285) Visitor Counter : 143


Read this release in: Hindi , English , Urdu