ପ୍ରତିରକ୍ଷା ମନ୍ତ୍ରଣାଳୟ

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ (ଅବସରପ୍ରାପ୍ତ)ଙ୍କୁ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ ନିଯୁକ୍ତି ଦେଲେ ସରକାର

Posted On: 28 SEP 2022 6:37PM by PIB Bhubaneshwar

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ (ଅବସରପ୍ରାପ୍ତ) ପିଭିଏସଏମ, ୟୁୱାଇଏସଏମ, ଏଭିଏସଏମ, ଏସଏମ, ଭିସିଏମଙ୍କୁ ପରବର୍ତ୍ତୀ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ତିଥି ଠାରୁ ଓ ଅନ୍ୟାଦେଶ ନମିଳିବା ପର୍ଯ୍ୟନ୍ତ ଭାରତ ସରକାରଙ୍କ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ପ୍ରାୟ ୪୦ ବର୍ଷର କ୍ୟାରିୟରରେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ବିଭିନ୍ନ କମାଣ୍ଡ, ଷ୍ଟାଫ ଏବଂ ସହାୟକ ପଦବୀରେ କାର୍ଯ୍ୟ କରିଛନ୍ତି ଏବଂ ଜମ୍ମୁ ଓ କଶ୍ମୀର ଓ ଉତ୍ତର ପୂର୍ବ ଭାରତରେ ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି ।

ମେ ୧୮, ୧୯୬୧ରେ ଜନ୍ମିତ ଲେଫ୍ଟନାଣ୍ଟ ଅନୀଲ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲ୍ସରେ କମିଶନଡ ହୋଇଥିଲେ । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ, ଖଡକୱାସଲା ଓ ଭାରତୀୟ ମିଲିଟାରୀ ଏକାଡେମୀ, ଡେରାଡୁନର ପୂର୍ବତନ ଛାତ୍ର ଥିଲେ । ମେଜର ଜେନେରାଲ ରାଙ୍କର ଅଧିକାରୀ ଭାବେ ସେ ଉତ୍ତର କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ବାରାମୁଲା ସେକ୍ଟରରେ ଏକ ଇନଫାଣ୍ଟ୍ରି ଡିଭିଜନର କମାଣ୍ଡ କରିଥିଲେ । ପରେ ଲେଫ୍ଟନାଣ୍ଚ ଜେନେରାଲ ଭାବରେ ସେ ଉତ୍ତର-ପୂର୍ବରେ ଏକ କୋର କମାଣ୍ଡ ଦାୟିତ୍ୱରେ ଥିଲେ ଓ ପରେ ସେପ୍ଟେମ୍ବର ୨୦୧୯ରୁ ପୂର୍ବ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ-ଚିଫ ହୋଇଥିଲେ ଏବଂ ମେ ୨୦୨୧ରେ ଅବସର ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ ।

 

ଏସବୁ କମାଣ୍ଡ ନିଯୁକ୍ତିଗୁଡିକ ସହ ସେ ମହାନିର୍ଦ୍ଦେଶକ, ମିଲିଟାରୀ ଅପରେସନ ଦାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟାଫ ପଦବୀରେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ଆଙ୍ଗୋଲାରେ ଜାତିସଂଘ ମିଶନ ଭାବେ ମଧ୍ୟ କାମ କରିଥିଲେ । ସେ ମଇ ୩୧, ୨୦୨୧ରେ ଭାରତୀୟ ସେନାରୁ ଅବସର ନେଇଥିଲେ । ସେନାରୁ ଅବସର ନେବା ପରେ ମଧ୍ୟ ଜାତୀୟ ସୁରକ୍ଷା ଓ ରଣନୈତିକ ପ୍ରସଙ୍ଗରେ ତାଙ୍କର ଯୋଗଦାନ ଅବ୍ୟାହତ ଥିଲା । ସେନାରେ ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ପାଇଁ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ (ଅବସରପ୍ରାପ୍ତ)ଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା । 

 

SR



(Release ID: 1863200) Visitor Counter : 173


Read this release in: English , Urdu , Marathi , Hindi