କ୍ୟାବିନେଟ

ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) - ୨୦୨୦- ୨୧ ଅଧୀନରେ ହୋଇଥିବା ଉନ୍ନତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ର ସୂଚନା ପ୍ରଦାନ

Posted On: 28 SEP 2022 3:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ୨୦୨୦ - ୨୧ ଆର୍ଥିକ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ଅଧୀନରେ ହୋଇଥିବା ଉନ୍ନତି ଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହା ମଧ୍ୟରେ ଏମ୍‌ଏମ୍‌ଆର୍‌, ଆଇଏମ୍‌ଆର୍‌, ୟୁ୫ଏମ୍‌ଆର୍ ଏବଂ ଟିଏଫ୍‌ଆର୍‌ରେ ଦେଖା ଦେଇଥିବା ଅତ୍ୟଧିକ ପରିମାଣର ହ୍ରାସ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଏଥିରେ ମଧ୍ୟ ବିଭିନ୍ନ ରୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଯେପରିକି, ଟିବି, ମ୍ୟାଲେରିଆ, କଳା - ଜ୍ୱର, ଡେଙ୍ଗୁ, ଟ୍ୟୁବର କ୍ୟୁଲୋସିସ୍ (ଯକ୍ଷ୍ମା), କୁଷ୍ଠ, ଭାଇରାଲ ହେପାଟାଇଟିସ୍ ଇତ୍ୟାଦି ଭଳି ବିଭିନ୍ନ ରୋଗ ଗୁଡିକର କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରଗତିକୁ ଉଲ୍ଲେଖ କରା ଯାଇଛି । 

ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟାୟ - ୨୭,୯୮୯.୦୦ କୋଟି ଟଙ୍କା (କେନ୍ଦ୍ର ଅଂଶଧନ)

ଲାଭାର୍ଥୀ ମାନଙ୍କର ସଂଖ୍ୟା : 

ଏନ୍‌ଏଚ୍‌ଏମ୍‌କୁ ସମସ୍ତଙ୍କର ଲାଭ ପାଇଁ ଲାଗୁ କରା ଯାଇଛି - ଅର୍ଥାତ୍ ସମ୍ପୂର୍ଣ୍ଣ ଜନସଂଖ୍ୟା : ସମାଜର ଅତ୍ୟଧିକ ବିପଦ ପ୍ରବଣ ବର୍ଗ ଗୁଡିକ ଉପରେ ବିଶେଷ ଧ୍ୟାନ ଦେବା ସହିତ ପ୍ରଦାନ କରା ଯାଉଥିବା ସରକାରୀ ସ୍ୱାସ୍ଥ୍ୟ ସେବା ସୁବିଧା ଗୁଡିକର ସୁଯୋଗ ନେବାକୁ ପରିଦର୍ଶନ କରୁଥିବା ସବୁ ଲୋକ ମାନଙ୍କୁ ସେବା ଗୁଡିକ ପ୍ରଦାନ କରା ଯାଇଥାଏ । 

ଗୁରୁତ୍ୱପୂର୍ଣ୍ଣ ବିବରଣୀ :

କ୍ୟାବିନେଟ୍ କୋଭିଡ୍ - ୧୯ର ଶୀଘ୍ର ନିୟନ୍ତ୍ରଣ କରିବା, ଏହା ସମ୍ପର୍କରେ ଜାଣିବା, ଏବଂ ପରିଚାଳନା ନିମନ୍ତେ ତତ୍କାଳ ପ୍ରତିକ୍ରିୟା ସ୍ୱରୂପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିରେ ଦ୍ରୁତ ଗତି ଆଣିବା ନିମନ୍ତେ ଆପାତକାଳୀନ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତ ପ୍ୟାକେଜ୍ ( ଇସିଆର୍‌ପି) ପର୍ଯ୍ୟାୟ - ୧ ନିମନ୍ତେ କାର୍ଯ୍ୟାନ୍ୱୟନ ଏଜେନ୍ସି ଆକାରରେ ଏନ୍‌ଏଚ୍‌ଏମ୍‌ର ଭୂମିକାକୁ ଉଲ୍ଲେଖ କରିଥିଲେ । ଇସିଆର୍‌ପି - ୧ ଏକ ଶତ - ପ୍ରତିଶତ କେନ୍ଦ୍ର ସମର୍ôଥତ ହସ୍ତକ୍ଷେପ ଅଟେ ଏବଂ ୩୧. ୦୩. ୨୦୨୧ ପର୍ଯ୍ୟନ୍ତର ଅବଧି ନିମନ୍ତେ ରାଜ୍ୟ ଗୁଡିକୁ / କେନ୍ଦ୍ର ଶାସିତ ଅଂଚଳ ଗୁଡିକୁ ୮,୧୪୭. ୨୮ କୋଟି ଟଙ୍କା ପ୍ରଦାନ କରା ଯାଇଛି । 

ଏହି ପ୍ୟାକେଜ୍‌ରେ ହସ୍ତକ୍ଷେପକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସଂରଚନାକୁ ବ୍ୟବହାର କରି ଲାଗୁ କରା ଯାଇଥିଲା, ଯାହା ସ୍ୱାସ୍ଥ୍ୟ ପ୍ରଣାଳୀ ଗୁଡିକୁ ସୁଦୃଢ଼ କରିବା ନିମନ୍ତେ ଉପଲବ୍ଧ ସମାଧାନ ଗୁଡିକର ପରିପୂରକ ଥିଲେ । ପ୍ୟାକେଜ୍‌ର ଉଦ୍ଦେଶ୍ୟ କୋଭିଡ୍ - ୧୯ର ପ୍ରସାରକୁ ମନ୍ଥର କରିବା ଏବଂ ଭବିଷ୍ୟତ ନିମନ୍ତେ ଏଥିରେ ରୋକ ଲଗାଇବା ଏବଂ ପ୍ରସ୍ତୁତି ନିମନ୍ତେ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମର୍ଥନ ଏବଂ ସୁଦୃଢ଼ କରିବା ଥିଲା । 

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ 

କାର୍ଯ୍ୟାନ୍ୱୟନ ରଣନୀତି:

ଏନ୍‌ଏଚ୍‌ଏମ୍ ଅଧୀନରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କାର୍ଯ୍ୟାନ୍ୱୟନ ରଣନୀତି ରାଜ୍ୟ ଗୁଡିକୁ / କେନ୍ଦ୍ର ଶାସିତ ଅଂଚଳ ଗୁଡିକୁ ଆର୍ôଥକ ଏବଂ ବୈଷୟିକ ଜ୍ଞାନ କୌଶଳ ସହାୟତା ପ୍ରଦାନ କରିବା, ଯାହା ଫଳରେ ଜିଲ୍ଲା ଡାକ୍ତରଖାନା ପର୍ଯ୍ୟନ୍ତ ପହଂଚିବା ଯୋଗ୍ୟ, ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ଶସ୍ତା ଏବଂ ପ୍ରଭାବୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ପାରିବ । ଏହାର ଉଦ୍ଦେଶ୍ୟ ଗ୍ରାମୀଣ କ୍ଷେତ୍ର ଗୁଡିକରେ ଉନ୍ନତ ସ୍ୱାସ୍ଥ୍ୟ ଭିତିଭୂମି ସଂରଚନା, ମାନବ ସମ୍ବଳର ଅଭିବୃଦ୍ଧି ଏବଂ ଉନ୍ନତ ସେବା ବିତରଣ ମାଧ୍ୟମରେ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ଗୁଡିକରେ ରହିଥିା ବ୍ୟବଧାନକୁ ଦୂର କରିବା, ସମ୍ବଳ ଗୁଡିକର ଅଭିସରଣ ଏବଂ ପ୍ରଭାବୀ ବ୍ୟବହାର ଜରିଆରେ ଆବଶ୍ୟକତା - ଆଧାରିତ ହସ୍ତକ୍ଷେପ ଗୁଡିକୁ ସୁବିଧାଜନକ କରିବା, ଆନ୍ତଃ ଏବଂ ଅର୍ନ୍ତ - କ୍ଷେତ୍ରୀୟ ପରିବର୍ତନ ନିମନ୍ତେ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ କେନ୍ଦ୍ରୀକରଣର ପରିକଳ୍ପନା କରା ଯାଇଛି ।

୨୦୨୫ ସୁଦ୍ଧା ଏନ୍‌ଏଚ୍‌ଏମ୍ ଅଧୀନରେ ଲକ୍ଷ୍ୟ 

ଏମ୍‌ଏମ୍‌ଆର୍‌କୁ ୧୧୩ରୁ ହ୍ରାସ କରି ୯୦ କରିବା

ଆଇଏମ୍‌ଆର୍‌କୁ ୩୨ରୁ ହ୍ରାସ କରି ୨୩ କରିବା

ୟୁ୫ଏମ୍‌ଆର୍‌କୁ ୩୬ରୁ ହ୍ରାସ କରି ୨୩ କରିବା

ଟିଏଫ୍‌ଆର୍‌କୁ ୨.୧ ପର୍ଯ୍ୟନ୍ତ ବଜାୟ ରଖିବା

ସମସ୍ତ ଜିଲ୍ଲାରେ କୁଷ୍ଠ ରୋଗର ପ୍ରସାରକୁ ୧/୧୦୦୦୦ର ଜନସଂଖ୍ୟାକୁ ହ୍ରାସ କରିବା ଏବଂ ଘଟଣା ଗୁଡିକୁ ଶୂନ୍ୟ ପର୍ଯ୍ୟନ୍ତ କମ୍ କରିବା 

ମ୍ୟାଲେରିଆର ବାର୍ଷିକ ଘଟଣା ୧/ ୧୦୦୦ କୁ ହ୍ରାସ କରିବା

ସଂଚରିତ, ଅଣ - ସଂଚରିତ ରୋଗ ଦ୍ୱାରା ମୃତ୍ୟୁ ହାର ଏବଂ ଦୁର୍ବଳତାକୁ; ଆହତ ଏବଂ ନୂଆ ସୃଷ୍ଟି ହେଉଥିବା ରୋଗ ଗୁଡିକୁ ପ୍ରତିରୋଧ କରିବା ଏବଂ କମ୍ କରିବା 

ସମୁଦାୟ ସ୍ୱାସ୍ଥ୍ୟ ଯତ୍ନ ବ୍ୟୟ ଉପରେ ଘରୋଇ ଖର୍ଚ୍ଚକୁ କମ୍ କରିବା

ଦେଶରେ ୨୦୨୫ ସୁଦ୍ଧା ଟିବି (ଯକ୍ଷ୍ମା) ମହାମାରୀର ବିଲୋପ କରିବା

ରୋଜଗାର ସୃଷ୍ଟି ସମ୍ଭାବନା ସହିତ ପ୍ରମୁଖ ପ୍ରଭାବ :

୨୦୨୦ - ୨୧ରେ ଏନ୍‌ଏଚ୍‌ଏମ୍‌ର କାର୍ଯ୍ୟାନ୍ୱୟନ ଦ୍ୱାରା ୨.୭୧ ଲକ୍ଷ ଅତିରିକ୍ତ ମାନବ ସମ୍ବଳ ଯୋଡି ହୋଇଛି, ଯେଉଁଥିରେ ଜିଡିଏମ୍‌ଓ, ବିଶେଷଜ୍ଞ, ଏଏନ୍‌ଏମ୍‌, ଷ୍ଟାଫ୍ ନର୍ସ, ଆୟୁଷ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ଆୟୁଷ ପାରାମେଡିକାଲ୍ କର୍ମଚାରୀ, କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଷ୍ଟାଫ୍ ଏବଂ ଜନ ସ୍ୱାସ୍ଥ୍ୟ ପରିଚାଳକ ସାମିଲ୍ ଅଟନ୍ତି । 

୨୦୨୦ - ୨୧ ସମୟରେ ଏନ୍‌ଏଚ୍‌ଏମ୍‌ର କାର୍ଯ୍ୟାନ୍ୱୟନ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିଛି, ଯାହା ଭାରତରେ କୋଭିଡ୍ - ୧୯ ଆପାତକାଳୀନ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍ (ଇସିଆର୍‌ପି) ଆରମ୍ଭ କରିବା ମାଧ୍ୟମରେ ପ୍ରଭାବୀ ଏବଂ ସମନ୍ୱିତ କୋଭିଡ୍ - ୧୯ ପ୍ରତିକ୍ରିୟାକୁ ମଧ୍ୟ ସକ୍ଷମ କରିଛି । 

ଭାରତରେ ୟୁ୫ଏମ୍‌ଆର୍ ୨୦୧୩ ମସିହାରେ ୪୯ ରହିଥିବା ବେଳେ ୨୦୧୮ରେ ଏହା ୩୬କୁ ହ୍ରାସ ପାଇଥିଲା ଏବଂ ୨୦୧୩ - ୨୦୧୮ ଅବଧିରେ ୟୁ୫ଏମ୍‌ଆର୍‌ରେ ହ୍ରାସର ପ୍ରତିଶତ ବାର୍ଷିକ ହାର ୧୯୯୦ - ୨୦୧୨ ସମୟରେ ୩.୯ %ରୁ ବୃଦ୍ଧି ପାଇ ୬.୦% ହୋଇ ଯାଇଛି । ଏସ୍‌ଆର୍‌ଏସ୍ ୨୦୨୦ ଅନୁସାରେ, ୟୁ୫ଏମ୍‌ଆର୍ ଆହୁରି କମ୍ ହୋଇ ୩୨ ହୋଇ ଯାଇଛି ।

ଭାରତର ମାତୃ ମୃତ୍ୟୁ ଅନୁପାତ (ଏମ୍‌ଏମ୍‌ଆର୍‌) ୧୯୯୦ରେ ୫୫୬ ପ୍ରତି ଏକ ଲକ୍ଷ ଜୀବିତ ଜନ୍ମରୁ ୪୪୩ ସଂଖ୍ୟାକୁ ହ୍ରାସ ପାଇ ୨୦୧୬ - ୧୮ରେ ୧୧୩ ହୋଇ ଯାଇଛି । ୧୯୯୦ ପର ଠାରୁ ଏମ୍‌ଏମ୍‌ଆର୍‌ରେ ୮୦% ହ୍ରାସ ହାସଲ କରା ଯାଇଛି, ଯାହା ବିଶ୍ୱ ସ୍ତରର ହ୍ରାସ ଠାରୁ ମଧ୍ୟ ୪୫% ଅଧିକ ଅଟେ । ଗତ ପାଂଚ ବର୍ଷ ମଧ୍ୟରେ, ମାତୃ ମୃତ୍ୟୁ ହାର (ଏମ୍‌ଏମ୍‌ଆର) ୨୦୧୧- ୧୩ରେ ରହିଥିବା ୧୬୭ରୁ ହ୍ରାସ ପାଇ ୨୦୧୬ - ୧୮ (ଏସ୍‌ଆରଏସ୍‌)ରେ ୧୧୩ ହୋଇ ଯାଇଛି । ଏସ୍‌ଆର୍‌ଏସ୍ ୨୦୧୭ -୧୯ ଅନୁସାରେ, ଏମ୍‌ଏମ୍‌ଆର୍ ଆହୁରି କମ୍ ହୋଇ ୧୦୩ ହୋଇ ଯାଇଛି । 

ଆଇଏମ୍‌ଆର୍ ୧୯୯୦ରେ ୮୦ ରହିଥିବା ବେଳେ ୨୦୧୮ରେ ୩୨ ହୋଇ ଯାଇଛି । ଗତ ପାଂଚ ବର୍ଷ ମଧ୍ୟରେ ଆଇଏମ୍‌ଆର୍‌ରେ ହ୍ରାସର ପ୍ରତିଶତ ବାର୍ଷିକ ଚକ୍ରବୃଦ୍ଧି ହାର, ଅର୍ଥାତ୍ ୨୦୧୩ରୁ ୨୦୧୮ ମଧ୍ୟରେ ୧୯୯୦ - ୨୦୧୨ ସମୟ ମଧ୍ୟରେ ଲକ୍ଷ୍ୟ ରଖା ଯାଇଥିବା ୨.୯ରୁ ଦ୍ରୁତ ବୃଦ୍ଧି ପାଇ ୪.୪ % ହୋଇ ଯାଇଛି । ଏସ୍‌ଆର୍‌ଏସ୍ ୨୦୨୦ ଅନୁସାରେ, ଆଇଏମ୍‌ଆର୍ ଆହୁରି କମ୍ ହୋଇ ୨୮ ହୋଇ ଯାଇଛି । 

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସ୍‌ଆର୍‌ଏସ୍‌) ଅନୁସାରେ, ଭାରତରେ ଟିଏଫ୍‌ଆର୍ ୨୦୧୩ରେ ୨.୩ରୁ ହ୍ରାସ ପାଇ ୨୦୧୮ ବର୍ଷରେ ୨.୨ ହୋଇ ଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ - ୪ (ଏନ୍‌ଏଫ୍‌ଏଚ୍‌ଏସ୍ - ୪, ୨୦୧୫ - ୧୬) ମଧ୍ୟ ୨.୨ର ଏକ ଟିଏଫ୍‌ଆର ସମ୍ପର୍କରେ ଉଲ୍ଲେଖ କରିଛି । ୨୦୧୩ - ୨୦୧୮ ସମୟ ଅବଧି ମଧ୍ୟରେ ଟିଏଫ୍‌ଆର୍‌ରେ ହ୍ରାସର ପ୍ରତିଶତ ବାର୍ଷିକ ଚକ୍ରବୃଦ୍ଧି ହାର ୦. ୮୯% ରୂପରେ ଦେଖା ଯାଇଛି । ସମ୍ପ୍ରତି ୩୬ରୁ ୨୮ ଟି ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକ ପ୍ରଜନନ କ୍ଷମତାର ଆକାଂକ୍ଷିତ ପ୍ରତିସ୍ଥାପନା ସ୍ତର (୨.୧) ହାସଲ କରି ସାରିଛନ୍ତି । ଏସ୍‌ଆର୍‌ଏସ୍ ୨୦୨୦ ଅନୁସାରେ, ଏସ୍‌ଆରଏସ୍‌କୁ ଆହୁରି ହ୍ରାସ କରାଯାଇ ୨.୦ କରି ଦିଆ ଯାଇଛି । 

୨୦୨୦ ବର୍ଷରେ ମ୍ୟାଲେରିଆ ମାମଲା ଗୁଡିକରେ ଏବଂ ମୃତ୍ୟୁରେ କ୍ରମଶଃ ୪୬.୨୮ ପ୍ରତିଶତ ଏବଂ ୧୮.୧୮ ପ୍ରତିଶତର ହ୍ରାସ ଘଟିଛି । 

ପ୍ରତି ୧,୦୦,୦୦୦ ଜନସଂଖ୍ୟା ଉପରେ ଟିବିର ଘଟଣା ୨୦୧୨ରେ ୨୩୪ରୁ ହ୍ରାସ ପାଇ ୨୦୧୯ରେ ୧୯୩ ହୋଇ ଯାଇଛି । ଭାରତରେ ପ୍ରତି ୧,୦୦,୦୦୦ ଜନ ସଂଖ୍ୟା ଉପରେ ଟିବି କାରଣରୁ ମୃତ୍ୟୁ ହାର ୨୦୧୨ରେ ରହିଥିବା ୪୨ରୁ ହ୍ରାସ ପାଇ ୨୦୧୯ରେ ୩୩ ହୋଇ ଯାଇଛି । 

କଳା ଜ୍ୱର (କେଏ) ସଂକ୍ରମଣ ପ୍ରବଣ ବ୍ଲକ୍ ଗୁଡିକରେ, ପ୍ରତି ୧୦୦୦୦ ଜନସଂଖ୍ୟାରେ ୧ କେଏରୁ କମ୍ ମାମଲା ଗୁଡିକର ଉନ୍ମୁଳନ ଲକ୍ଷ୍ୟକୁ ପ୍ରାପ୍ତ କରିବା, ୨୦୧୪ରେ ୭୪.୨%ରୁ ବୃଦ୍ଧି ପାଇ ୨୦୨୦ - ୨୧ରେ ୯୭.୫ % ହୋଇ ଯାଇଛି । 

କେସ୍ ଫର୍ଟିଲିଟି ରେଟ୍ (ସିଏଫ୍‌ଆର) କୁ ୧ ପ୍ରତିଶତରୁ କମ୍ ରଖିବାର ଜାତୀୟ ଲକ୍ଷ୍ୟ ହାସଲ କରା ଯାଇଥିଲା । ୨୦୨୦ରେ, ଡେଙ୍ଗୁ କାରଣରୁ ମୃତ୍ୟୁ ହାର ୦.୦୧% ଉପରେ ସ୍ଥିର ରହିଛି, ଯେମିତିକି ୨୦୧୯ରେ ଥିଲା ।

ଯୋଜନାର ବିସ୍ତୃତ ବିବରଣୀ ଏବଂ ପ୍ରଗତି:

୨୦୨୦-୨୧ରେ ଏନ୍‌ଏଚ୍‌ଏମ୍ ଅଧୀନରେ ପ୍ରଗତି ନିମ୍ନମତେ:

୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୧,୦୫,୧୪୭ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଗୁଡିକର ଅନୁମୋଦନ ମଞ୍ଜୁର କରା ଯାଇଥିଲା । ଆୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପୋର୍ଟାଲରେ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ବିବରଣୀ ଗୁଡିକ ଅନୁସାରେ ୩୧ ମାର୍ଚ୍ଚ, ୨୦୨୨ ସୁଦ୍ଧା ୧,୧୦,୦୦୦ର ଲକ୍ଷ୍ୟ ସ୍ଥାନରେ ୧,୧୭,୪୪୦ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଗୁଡିକ ଚକ୍ରବୃଦ୍ଧି ହାରରେ କାର୍ଯ୍ୟକ୍ଷମ ହୋଇଥିଲା ।

୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ମୋଟ ୫,୩୪,୭୭୧ ଆଶା, ୧,୨୪,୭୩୨ ମଲ୍ଟି-ପର୍ପସ ୱାର୍କର (ଏମ୍‌ପିଡବ୍ଲ୍ୟୁ-ଏଫ୍‌) / ଅକ୍‌ଜୁଲିଆରୀ ନର୍ସ ମିଡ୍‌ୱାଇଫ୍ (ଏଏନ୍‌ଏମ୍‌), ୨୬,୦୩୩ ଷ୍ଟାଫ୍ ନର୍ସ ଏବଂ ୨୬,୬୩୩ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ମେଡିକାଲ ଅଫିସର ମାନେ ଅଣ-ସଂଚରିତ ରୋଗ (ଏନ୍‌ସିଡି) ଗୁଡିକ ଉପରେ ପ୍ରଶିକ୍ଷିତ ହୋଇ ସାରିଥିଲେ । 

ଏନ୍‌ଆର୍‌ଏଚ୍‌ଏମ୍ / ଏନ୍‌ଏଚ୍‌ଏମ୍ ଯୋଜନାର ଆରମ୍ଭ କରାଯିବା ପରଠାରୁ ମାତୃ ମୃତ୍ୟୁ ଅନୁପାଦ (ଏମ୍‌ଏମ୍‌ଆର୍‌), ପାଂଚ ବର୍ଷରୁ କମ୍ ବୟସର ପିଲାଙ୍କ ମୃତ୍ୟୁ ହାର (ୟୁ୫ଏମ୍‌ଆର୍‌) ଏବଂ ଆଇଏମ୍‌ଆର୍‌ରେ ହ୍ରାସ ଘଟିବାରେ ଦ୍ରୁତ ଗତି ପରିଲକ୍ଷିତ ହୋଇଛି । ସାମ୍ପ୍ରତିକ ହ୍ରାସ ହାର ବଜାୟ ରହିଲେ, ଭାରତ ଏହାର ଏସ୍‌ଡିଜି ଲକ୍ଷ୍ୟ (ଏମ୍‌ଏମ୍‌ଆର୍ - ୭୦, ୟୁ୫ଏମ୍‌ଆର୍ - ୨୫) ଧାର୍ଯ୍ୟ ବର୍ଷ ଅର୍ଥାତ୍ ୨୦୩୦ର ବହୁ ପୂର୍ବରୁ ହାସଲ କରିବାରେ ସକ୍ଷମ ହୋଇ ପାରିବ ।

ସଘନୀକୃତ ମିଶନ ଇନ୍ଦ୍ରଧନୁଷ ୩.୦ ଫେବ୍ରୁଆରୀ ୨୦୨୧ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କରା ଯାଇଥିଲା, ୨୯ଟି ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳରେ ମୋଟ ୨୫୦ଟି ଜିଲ୍ଲାକୁ ଚିହ୍ନଟ କରା ଯାଇଥିଲା ।

ପ୍ରାପ୍ତବୟସ୍କ ଜାପାନିଜ ଏନ୍‌ସେଫାଲାଇଟିସ ଟିକା ଯାହା ୩ ଗୋଟି ରାଜ୍ୟ ଗୁଡିକ ଯଥା - ଆସାମ, ଉତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ କରାଯାଇଛି, ତାହା ଅଧୀନରେ ପ୍ରାୟ ୩.୫ କୋଟି ପ୍ରାପ୍ତବୟସ୍କଙ୍କୁ ଟିକା ଦିଆ ଯାଇ ସାରିଛି । 

ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମ୍‌ଏସ୍‌ଏମ୍‌ଏ) ଅଧୀନରେ ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ୧୮,୪୦୦ରୁ ଅଧିକ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଗୁଡିକରେ ୩୧.୪୯ ଲକ୍ଷ ଏଏନ୍‌ସି ଚେକ୍‌-ଅପ୍ କରାଯାଇଥିଲା ।

ଲକ୍ଷ୍ୟ: ୨୦୨ ଲେବର ରୁମ୍ ଏବଂ ୧୪୧ ମ୍ୟାଟରନିଟି ଅପରେସନ ଥିଏଟରକୁ ରାଜ୍ୟ ଲକ୍ଷ୍ୟ ପ୍ରମାଣପତ୍ର ଏବଂ ୬୪ ଲେବର ରୁମ୍ ଏବଂ ୪୭ ମ୍ୟାଟରନିଟି ଅପରେସନ ଥିଏଟରକୁ ଜାତୀୟ ଲକ୍ଷ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଦେଶରେ ଶୀତଳ ପ୍ରବାହ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶୀତଳ ପ୍ରବାହ ସରଞ୍ଜାମ ଅର୍ଥାତ୍ ଆଇଏଲ୍‌ଆର (ବଡ଼) - ୧୦୪୧, ଆଇଏଲ୍‌ଆର (ଛୋଟ) - ୫୧୮୫, ଡିଏଫ୍ (ବଡ଼) - ୧୫୩୨, ଶୀତଳ ବାକ୍ସ (ବଡ଼) - ୨୬୭୪, ଶୀତଳ ବାକ୍ସ (ଛୋଟ) - ୩୭୦୦, ଟିକା ବହନକାରୀ - ୬୬,୫୮୪ ଏବଂ ବରଫ ପ୍ୟାକ୍ - ୩୧,୩୦୩ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡ଼ିକୁ ଯୋଗାଇ ଦିଆ ଯାଇଛି ।

 ୨୦୨୦-୨୧ ବର୍ଷରେ ମୋଟ ୧୩,୦୬୬ ଜଣ ଆଶାଙ୍କୁ ଚୟନ କରା ଯାଇଥିଲା ଯାହା ସାରା ଦେଶରେ ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ଆଶାଙ୍କ ଭଣ୍ଡାରକୁ ମୋଟ ୧୦.୬୯ ଲକ୍ଷରେ ପହଂଚାଇଛି ।

ଜାତୀୟ ଆମ୍ବୁଲାନ୍ସ ସେବା (ଏନ୍‌ଏଏସ୍‌): ମାର୍ଚ୍ଚ ୨୦୨୧ ସୁଦ୍ଧା ୩୫ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକ ଏହି ସୁବିଧା ପାଇ ସାରିଛନ୍ତି ଯେଉଁଠି ଲୋକମାନେ ଆମ୍ବୁଲାନ୍ସ ଡାକିବା ପାଇଁ ୧୦୮ ବା ୧୦୨ ଡାଏଲ କରି ପାରିବେ । ୨୦୨୦-୨୧ରେ ୭୩୫ ଅତିରିକ୍ତ ଜରୁରୀକାଳୀନ ପ୍ରତିକ୍ରିୟା ସେବା ଯାନ ଗୁଡିକ ଯୋଗ କରା ଯାଇଥିଲା । 

୨୦୨୦-୨୧ ବର୍ଷରେ ଅତିରିକ୍ତ ମୋବାଇଲ ମେଡିକାଲ ୟୁନିଟ (ଏମ୍‌ଏମ୍‌ୟୁ) ଗୁଡିକ ଯୋଗ କରା ଯାଇଥିଲା ।

୨୪x୭ ସେବା ସମୂହ ଏବଂ ଫାଷ୍ଟ ରେଫରାଲ ସୁବିଧା ସମୂହ: ୨୦୨୦ -୨୧ ବର୍ଷରେ ୧୧୪୦ ସୁବିଧା ଗୁଡିକୁ ଏଫ୍‌ଆର୍‌ୟୁଗୁଡ଼ିକର କାର୍ଯ୍ୟ କ୍ଷମତା ପାଇଁ ଯୋଗ କରା ଯାଇଥିଲା ।

 କାୟାକଳ୍ପ: ଏହି ଯୋଜନା ଅଧୀନରେ ୨୦୨୦-୨୧ରେ ୧୦.୭୧୭ ଜନ ସ୍ୱାସ୍ଥ୍ୟ ସୁବିଧା କାୟାକଳ୍ପ ପୁରସ୍କାର ଲାଭ କରିଥିଲେ ।

ମ୍ୟାଲେରିଆ: ୨୦୧୪ରେ ମୋଟ ମ୍ୟାଲେରିଆ ମାମଲା ୧୧,୦୨,୨୦୫ ଏବଂ ମୃତ୍ୟୁ ସଂଖ୍ୟା ୫୬୧ ଥିବା ବେଳେ ସେହି ତୁଳନାରେ ୨୦୨୦ରେ ଏହା ଯଥାକ୍ରମେ ୧,୮୧,୮୩୧ ଏବଂ ୬୩ ହୋଇଥିବା ତଥ୍ୟ ମିଳିଥିଲା । ଏହା ସୂଚାଇ ଥିଲା ଯେ ୨୦୧୪ର ସମାନ ଅବଧିରେ ମ୍ୟାଲେରିଆ ମାମଲା ଗୁଡିକ କ୍ଷେତ୍ରରେ ୮୩.୫୦% ଏବଂ ମୃତ୍ୟୁ କ୍ଷେତ୍ରରେ ୮୮.୭୭% ହ୍ରାସ ଘଟିଥିଲା ।

କଳା- ଜ୍ୱର: କଳା- ଜ୍ୱର ସ୍ଥାନିକ ବ୍ଲକ୍ ଗୁଡିକର ହାର ୧୦,୦୦୦ ଜନସଂଖ୍ୟା ପାଇଁ ୧ କେଏରୁ କମ୍ ମାମଲା ଦୂରୀକରଣର ଲକ୍ଷ୍ୟକୁ ହାସଲ କରିଛନ୍ତି, ୨୦୧୪ରେ ୭୪.୨%ରୁ ବୃଦ୍ଧି ପାଇ ୨୦୨୦-୨୧ରେ ୯୭.୫%ରେ ପହଂଚି ଥିଲା ।

ଲସିକା ଫାଇଲେରିଆ : ୨୦୨୦ - ୨୧ରେ , ୨୭୨ ଏଲ୍‌ଏଫ୍ ସ୍ଥାନିକ ଜିଲ୍ଲା ଗୁଡିକରୁ, ୯୮ ଜିଲ୍ଲା ଗୁଡିକର ୧ ଟ୍ରାନ୍ସମିଶନ ଆକଳନ ସର୍ବେକ୍ଷଣ (ଟିଏଏସ୍ - ୧)କୁ ସଫଳତାପୂର୍ବକ ମଞ୍ଜୁରୀ ଦେଇ ସାରିଛି ଏବଂ ଏମ୍‌ଡିଏକୁ ବନ୍ଦ କରି ସାରିଛି ଏବଂ ଏହିସବୁ ଜିଲ୍ଲା ପୋଷ୍ଟ ଏମ୍‌ଡିଏ ଅଧୀନରେ ରହିଛି । 

ଡେଙ୍ଗୁ ସମ୍ବନ୍ଧରେ, ଜାତୀୟ ଲକ୍ଷ୍ୟ ମାମଲାର ମୃତ୍ୟୁ ହାର (ସିଏଫ୍‌ଆର)କୁ ସ୍ଥିର ରଖିବା ଥିଲା ୧ ପ୍ରତିଶତରୁ କମ୍ । ଏହି ଲକ୍ଷ୍ୟ ହାସଲ କରା ଯାଇଥିଲା, କାରଣ ୨୦୧୪ରେ ମୃତ୍ୟୁ ହାର ୦.୩% ଥିଲା ଏବଂ ୨୦୧୫ରୁ ୨୦୧୮ ମଧ୍ୟରେ, ସିଏଫ୍‌ଆର ୦.୨% ଉପରେ ସ୍ଥିର ରହିଥିଲା । ପୁନଶ୍ଚ ୨୦୨୦ରେ, ଏହା ୨୦୧୯ ଭଳି ୦.୧%ରେ ସ୍ଥିର ରହିଥିଲା । 

ଜାତୀୟ ଯକ୍ଷ୍ମା ରୋଗ ଉନ୍ମୁଳନ କାର୍ଯ୍ୟକ୍ରମ (ଏନ୍‌ଟିଇପି) : ସାରା ଦେଶରେ ଜିଲ୍ଲା ସ୍ତରରେ ସମୁଦାୟ ୧୨୮୫ କ୍ୟାର୍ଟ୍ରିଜ୍ ଆଧାରିତ ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିଏସ୍‌ଏଏସି) ମେସିନ୍ ଗୁଡିକ ଏବଂ ୨୨୦୬ ଷ୍ଟେନ୍ ମେସିନ୍ ଚାଲୁ ରହିଛି । ୨୦୨୦ରେ ୨୯.୮୫ ଲକ୍ଷ ଆଣବିକ ପରୀକ୍ଷଣ କରା ଯାଇଛି । ଏହା ୨୦୧୭ ସମୟରେ ୭.୪୮ ଲକ୍ଷ ତୁଳନାରେ ୪ ଗୁଣ ବୃଦ୍ଧି ପାଇଛି । ସମସ୍ତ ରାଜ୍ୟ ଗୁଡିକ / କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଲଘୁ ଏମ୍‌ଡିଆର୍ - ଟିବି ଆହାର ଏବଂ ବେଡାକ୍ୱିଲାଇନ୍ / ଡେଲାମନିଡ୍ (ନୂତନ ଔଷଧ) ଆଧାରିତ ଆରମ୍ଭ କରା ଯାଇଛି । ୨୦୨୦ରେ, ୩୦,୬୦୫ ଏମ୍‌ଡିଆର୍‌/ ଆର୍‌ଆର୍ - ଟିବି ରୋଗୀ ମାନଙ୍କୁ କମ୍ ଏମ୍‌ଡିଆର୍ - ଟିବି ରେଜିମେନ ଉପରେ ଆରମ୍ଭ କରା ଯାଇଛି, ୧୦, ୪୮୯ ଡିଆର୍ - ଟିବି ରୋଗୀ ମାନଙ୍କୁ ସାରା ଦେଶରେ ନୂତନ ଔଷଧଯୁକ୍ତ ରେଜିମେନ (ବେଡାକ୍ୱିଲାଇନ୍‌) - ୧୦, ୧୪୦ ଏବଂ ଡେଲାମନିଡ୍ - ୩୪୯) ଉପରେ ଆରମ୍ଭ କରା ଯାଇଛି । 

ଏନ୍‌ଏଚ୍‌ଏମ୍ ଅଧୀନରେ ସରକାରୀ ଘରୋଇ ଭାଗୀଦାରୀତାରେ ସମସ୍ତ ଜିଲ୍ଲା ଡାକ୍ତରଖାନା ଗୁଡିକରେ ଡାୟାଲିସିସ୍ ସୁବିଧା ଗୁଡିକୁ ସମର୍ଥନ କରିବା ନିମନ୍ତେ ୨୦୧୬ରେ ପ୍ରଧାନମନ୍ତ୍ରୀ ଜାତୀୟ ଡାୟାଲିସିସ୍ କାର୍ଯ୍ୟକ୍ରମ (ପିଏମଏନ୍ ଡିପି) ଆରମ୍ଭ କରା ଯାଇଥିଲା । ଆର୍ଥିକ ବର୍ଷ ୨୦୨୦ - ୨୧ ସମୟରେ , ୫୭୮୧ ମେସିନ୍ ଗୁଡିକୁ ସ୍ଥାପନ କରି ୯୧୦ ଡାୟାଲିସିସ୍ କେନ୍ଦ୍ର ଗୁଡିକରେ ୫୦୫ ଜିଲ୍ଲା ଗୁଡିକରେ ୨୫ଟି ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ପିଏମ୍‌ଏନ୍‌ଡିପି ଲାଗୁ କରା ଯାଇଛି । ୨୦୨୦ - ୨୧ ସମୟରେ, ସମୁଦାୟ ୩.୫୯ ଲକ୍ଷ ରୋଗୀ ମାନେ ଡାୟାଲିସିସ୍ ସେବା ଗୁଡିକର ଲାଭ ଉଠାଇଛନ୍ତି ଏବଂ ୩୫.୮୨ ଲକ୍ଷ ହେମୋ - ଡାୟାଲିସିସ୍ ଅଧିବେଶନ ଆୟୋଜିତ କରା ଯାଇଛି ।

ପୃଷ୍ଠଭୂମି :

ଗ୍ରାମୀଣ ଜନସଂଖ୍ୟା, ବିଶେଷ ରୂପରେ ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ଜିଲ୍ଲା ଡାକ୍ତରଖାନା ଗୁଡିକରେ (ଡିଏଚ୍‌) ସ୍ତର ପର୍ଯ୍ୟନ୍ତ ସୁଲଭ, ଶସ୍ତା ଏବଂ ଗୁଣବତାପୂର୍ଣ୍ଣ ସ୍ୱାସ୍ଥ୍ୟ ଯତ୍ନ ପ୍ରଦାନ କରିବା ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁଡିକର ନିର୍ମାଣ ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ୨୦୦୫ରେ ଆରମ୍ଭ କରା ଯାଇଥିଲା । ୨୦୧୨ରେ, ଜାତୀୟ ସହରୀ ସ୍ୱାସ୍ଥ୍ୟ ମିଶନ (ଏନ୍‌ୟୁଏଚ୍‌ଏମ୍‌) ସଙ୍କଳ୍ପିତ ହୋଇଥିଲା ଏବଂ ଏନ୍‌ଆର୍‌ଏଚ୍‌ଏମ୍‌କୁ ଦୁଇ ଉପ ମିଶନ ଗୁଡିକ, ଯଥା : ଏନ୍‌ଆ୍‌ରଏଚ୍‌ଏମ୍ ଏବଂ ଏନ୍‌ୟୁଏଚ୍‌ଏମ୍ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚଏମ୍‌) ରୂପରେ ପୁଣି ଥରେ ନାମିତ କରା ଯାଇଥିଲା । 

କ୍ୟାବିନେଟ୍ ୨୧ ମାର୍ଚ୍ଚ ୨୦୧୮ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ୧ ଏପ୍ରିଲ ୨୦୧୭ରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲେ । 

ଅର୍ଥ ମନ୍ତ୍ରଣାଳୟ, ବ୍ୟୟ ବିଭାଗ ନିଜର କାର୍ଯ୍ୟାଳୟ ବିଜ୍ଞପ୍ତି ସଂଖ୍ୟା ୪୨ (୦୨/ ପିଏଫ୍ - ୨, ୨୦୧୪) ତା ୧୦/ ୦୧/ ୨୦୨୨ ରିଖ ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନ୍ତରୀଣ ବିସ୍ତାରକୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତର ଅବଧି ନିମନ୍ତେ କିମ୍ବା ପଂଚଦଶ ଅର୍ଥ ଆୟୋଗର ଅନୁମୋଦନ ତାରିଖ, ଯାହା ପ୍ରଥମେ ଆସିବ, ତାହା ପ୍ରଭାବୀ ହେବ ବୋଲି ଜାରି କରିଥିଲେ ।  

ଅର୍ଥ ମନ୍ତ୍ରଣାଳୟ, ବ୍ୟୟ ବିଭାଗ ନିଜର ବିଜ୍ଞପ୍ତି ତା ୦୧/ ୦୨/ ୨୦୨୨ ରିଖରେ କାର୍ଯ୍ୟାଳୟ ବିଜ୍ଞପ୍ତି ସଂଖ୍ୟା ୦୧ (୦୧) / ପିଏଫ୍‌ସି - ୧ / ୨୦୨୨ ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ୦୧/ ୦୪/ ୨୦୨୧ ରୁ ୩୧/୦୩/ ୨୦୨୬ ପର୍ଯ୍ୟନ୍ତ କିମ୍ବା ଆଗାମୀ ସମୀକ୍ଷା, ଯାହା ପ୍ରଥମେ ହେବ, ସେହିଦିନ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା ବ୍ୟୟ ଅର୍ଥ ସମିତି (ଇଏଫ୍‌ସି)ର ସୁପାରିସ ଗୁଡିକ ଏବଂ ଆର୍ଥିକ ସୀମା ଇତ୍ୟାଦିର ଅନୁପାଳନର ଅଧୀନ ଅଟେ । 

ଏନ୍‌ଏଚ୍‌ଏମ୍ ଫ୍ରେମୱାର୍କ ନିମନ୍ତେ କ୍ୟାବିନେଟ୍ ମଞ୍ଜୁରୀ ଆଗକୁ ନିର୍ଦ୍ଧାରିତ କରିଥାଏ ଯେ, ଏହି ପ୍ରତ୍ୟାଯୋଜିତ ଶକ୍ତି ଗୁଡିକର ପ୍ରୟୋଗ ଏହି ସର୍ତର ଅଧୀନ ହେବ କି, ଏନ୍ (ଆର୍‌) ଏଚ୍‌ଏମ୍ ସମ୍ପର୍କରେ ଏକ ପ୍ରଗତି ରିପୋର୍ଟ, ଆର୍ଥିକ ମାନଦଣ୍ଡ ଗୁଡିକରେ ବିଚଳନ, ଚାଲୁ ରହିଥିବା ଯୋଜନା ଗୁଡିକରେ ସଂଶୋଧନ ଏବଂ ନୂତନ ଯୋଜନା ଗୁଡିକର ବିବରଣୀ ସହିତ ବାର୍ଷିକ ଆଧାର ଉପରେ ସୂଚନା ନିମନ୍ତେ କ୍ୟାବିନେଟ୍ ସମ୍ମୁଖରେ ପ୍ରଥମେ ରଖା ଯିବ ।

****

SSP

 

 

 



(Release ID: 1863185) Visitor Counter : 153