ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Posted On: 27 SEP 2022 6:20PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି । ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି ।

ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ । ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା । ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ ।  ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ଅନୁକୂଳ କରାଯାଇଛି । ଆଜି ସମ୍ପାଦନ କରାଯାଇଥିବା ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିଶନର ସବୁ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରିଥିଲା।

ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେବ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି ।

 

*******

P.S.



(Release ID: 1862674) Visitor Counter : 281


Read this release in: English , Urdu , Marathi , Hindi