ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2022 6:21PM by PIB Bhubaneswar

କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ଆଜି ନୂଆଦିଲ୍ଲୀର ତ୍ୟାଗରାଜ ନଗରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱଚ୍ଛତା ତଥା ଜନସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 72 ତମ ଜନ୍ମବାର୍ଷିକୀ ପାଳନ ପାଇଁ ଦେଶବ୍ୟାପୀ କାର୍ଯ୍ୟକ୍ରମ "ସେବା ପଖୱାଡା" ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ 17 ସେପ୍ଟେମ୍ବରରୁ "ସେବା ପଖୱାଡା" ର ଆରମ୍ଭ ହୋଇଥିଲା ଏବଂ ଏହା ଅକ୍ଟୋବର 2 ପର୍ଯ୍ୟନ୍ତ ଚାଲୁ ରହିବ। 

ପରିବେଶ ପରିଚ୍ଛନ୍ନତା, ଜଳ ସଂରକ୍ଷଣ, ବୃକ୍ଷରୋପଣ, ରକ୍ତ ଦାନ ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ଦର୍ଶକଙ୍କୁ ଏକ ସଚେତନ ସମାଜ ତଥା ପ୍ରଗତିଶୀଳ ରାଷ୍ଟ୍ର ପାଇଁ ସ୍ୱଚ୍ଛତାର ଗୁରୁତ୍ବ ବିଷୟରେ ଅବଗତ କରାଇଥିଲେ ଏବଂ ପ୍ରସିଦ୍ଧ ଓଡିଆ ଉକ୍ତି "ମାନବ ସେବା ହିଁ ମାଧବ ସେବା" ସହିତ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ। ଏହା ବଳରେ ଭାରତ ଦିନେ ବିଶ୍ବ ଗୁରୁରେ ପରିଣତ ହେବ। 

 

BS


(ରିଲିଜ ଆଡି: 1861989) ପରିଦର୍ଶକ କାଉଣ୍ଟର : 220
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Tamil , Telugu