ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଗୁଜରାଟର ଏକତା ନଗର ଠାରେ ସମସ୍ତ ରାଜ୍ୟ ଗୁଡିକର ପରିବେଶ ମନ୍ତ୍ରୀ ମାନଙ୍କର ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି
"ଆଜି ଭାରତ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତି ଭିତରେ ରହିଛି, ଏବଂ ନିରନ୍ତର ଭାବରେ ନିଜର ପାରିବେଶିକ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବାରେ ଲାଗିଛି’
"ଆମର ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ହୋଇଛି ଏବଂ ଆର୍ଦ୍ରଭୂମିର ସୀମା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି’
‘ମୁଁ ସମସ୍ତ ପରିବେଶ ମନ୍ତ୍ରୀ ମାନଙ୍କୁ ଅନୁରୋଧ କରିବି ଯେ ରାଜ୍ୟ ଗୁଡିକର ଚକ୍ରାକାର ଅର୍ଥନୀତିକୁ ଯେତେ ଅଧିକ ସମ୍ଭବ ପ୍ରୋତ୍ସାହିତ କରନ୍ତୁ’
"ମୋତେ ଲାଗୁଛି ଯେ ପରିବେଶ ମନ୍ତ୍ରଣାଳୟର ଭୂମିକା ଏକ ନିୟନ୍ତ୍ରଣକାରୀ ଅପେକ୍ଷା ପରିବେଶକୁ ପ୍ରୋତ୍ସାହିତ କରିବା ରୂପରେ ଅଧିକ ଅଟେ’
"ପ୍ରତ୍ୟେକ ରାଜ୍ୟରେ ଫରେଷ୍ଟ ବନାଗ୍ନି ପ୍ରଶମନ ବ୍ୟବସ୍ଥା ପ୍ରଯୁକ୍ତି ପ୍ରଚୋଦିତ ସୁଦୃଢ଼ ହେବା ଉଚିତ । ଏହା ବହୁତ ଜରୁରୀ ଅଟେ’
"ପରିବେଶ ପଦକ୍ଷେପ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ସହିତ ସହଯୋଗ ମଧ୍ୟ ରହିବା ଜରୁରୀ’
"ଭାରତର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବା ନିମନ୍ତେ ସହରୀ ନକ୍ସଲ ଗୋଷ୍ଠୀ ବିଭିନ୍ନ ବିଶ୍ୱ ସ୍ତରୀୟ ସଙ୍ଗଠନ ଓ ପ୍ରତିଷ୍ଠାନ ମାନଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି’
"ଯେତେବେଳେ ପରିବେଶ ମନ୍ତ୍ରଣାଳୟ ଗୁଡିକର ଦୂରଦୃଷ୍ଟିରେ ପରିବର୍ତନ ଘଟିବ, ସେତେବେଳେ ପ୍ରକୃତିକୁ ମଧ୍ୟ ଲାଭ ମିଳିବ ବୋଲି ମୋର
Posted On:
23 SEP 2022 12:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଗୁଜରାଟର ଏକତା ନଗର ଠାରେ ପରିବେଶ ମନ୍ତ୍ରୀ ମାନଙ୍କର ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏକତା ନଗରରେ ଆୟୋଜିତ ପରିବେଶ ମନ୍ତ୍ରୀ ମାନଙ୍କର ଜାତୀୟ ସମ୍ମିଳନୀରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି କଥା ଉପରେ ଆଲୋକପାତ କରିଥିଲେ ଯେ, ସମ୍ମିଳନୀ ସେହି ସମୟରେ ହେଉଛି, ଯେତେବେଳେ ଭାରତ ଆଗାମୀ ୨୫ ବର୍ଷ ନିମନ୍ତେ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି । ଏହାର ମହତ୍ୱ ସମ୍ପର୍କରେ ସୂଚନା ଦେଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଙ୍ଗଲ, ଜଳ ସଂରକ୍ଷଣ, ପର୍ଯ୍ୟଟନ ଏବଂ ଆମର ଆଦିବାସୀ ଭାଇ ଏବଂ ଭଉଣୀ ମାନଙ୍କ ବିଷୟରେ ଯଦି କହିବା, ତେବେ ଏକତା ନଗର ସମଗ୍ର ବିକାଶ ପରିବେଶରୂପୀ ତୀର୍ଥ କ୍ଷେତ୍ରର ଏକ ପ୍ରମୁଖ ଉଦାହରଣ ଅଟେ ।
ଅର୍ନ୍ତଜାତୀୟ ସୌର ରାଜିନାମା, କୋଆଲିସନ୍ ଫର୍ ଡିଜାଷ୍ଟର ରେଜିଲିଏଂଟ ଭିତିଭୂମି, ଏବଂ ଲାଇଫ୍ ଅଭିଯାନ ଗୁଡିକର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରିବା ସହିତ, ଅନ୍ୟ ଦେଶ ଗୁଡିକୁ ମଧ୍ୟ ମାର୍ଗଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଆଜିର ନୂତନ ଭାରତ, ନୂତନ ଚିନ୍ତାଧାରା, ନୂତନ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ଭାରତ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତି ମଧ୍ୟ ଅଟେ, ଏବଂ ନିରନ୍ତର ଭାବେ ନିଜର ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରୁଛି । ସେ କହିଥିଲେ ଯେ, "ଆମର ଜଙ୍ଗଲ ଆଚ୍ଛାଦନରେ ବୃଦ୍ଧି ହୋଇଛି ଏବଂ ଆର୍ଦ୍ରଭୂମିର ସୀମା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।’
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜର ପ୍ରତିଶ୍ରୁତିକୁ ପୂରଣ କରିବା କ୍ଷେତ୍ରରେ ଆମର ଟ୍ରାକ୍ ରେକର୍ଡ କାରଣରୁ ହିଁ ବିଶ୍ୱ ଆଜି ଭାରତ ସହିତ ଯୋଡି ହୋଇ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ବିଗତ ବର୍ଷ ଗୁଡିକରେ ଗୀର୍ ର ସିଂହ, ବାଘ, ହାତୀ, ଏକ ଶିଙ୍ଗିଆ ଗଣ୍ଡା ଏବଂ ଚିତା ବାଘ ମାନଙ୍କର ସଂଖ୍ୟାରେ ଅଭିବୃଦ୍ଧି ଘଟିଛି । କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ଚିତା ମାନଙ୍କର ଘରକୁ ଫେରିବା ନେଇ ଏକ ନୂତନ ଉତ୍ସାହ ଫେରି ଆସିଛି ।’
ପ୍ରଧାନମନ୍ତ୍ରୀ ୨୦୭୦ ବର୍ଷରେ ନେଟ୍ ଜିରୋ ଲକ୍ଷ୍ୟ ଆଡକୁ ସମସ୍ତଙ୍କର ଧ୍ୟାନ ଆକର୍ଷିତ କରି କହିଥିଲେ ଯେ, ଭାରତ ୨୦୭୦ ସୁଦ୍ଧା ନେଟ୍ ଜିରୋର ଲକ୍ଷ୍ୟ ରଖିଛି । ଏବେ ଦେଶର ଧ୍ୟାନ ସବୁଜ ଅଭିବୃଦ୍ଧି ଊପରେ ରହିଛି, ସବୁଜ ଚାକିରି ଉପରେ ମଧ୍ୟ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ସମସ୍ତ ଲକ୍ଷ୍ୟ ଗୁଡିକୁ ପାଇବା ନିମନ୍ତେ, ସମସ୍ତ ରାଜ୍ୟର ପରିବେଶ ମନ୍ତ୍ରଣାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, \"ମୁଁ ସମସ୍ତ ପରିବେଶ ମନ୍ତ୍ରୀ ମାନଙ୍କୁ ଅନୁରୋଧ କରିବି, ରାଜ୍ୟ ଗୁଡିକରେ ଚକ୍ରାକାର ଅର୍ଥନୀତିକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରନ୍ତୁ ।’ ଶ୍ରୀ ମୋଦୀ କହିଥିଲେ ଯେ, ଏଥିରେ କଠିନ ବର୍ଜ୍ୟ ପରିଚାଳନା ଏବଂ ଥରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍ରୁ ମୁକ୍ତି ପାଇବା ନିମନ୍ତେ ଆମର ଅଭିଯାନକୁ ମଧ୍ୟ ଶକ୍ତି ମିଳିବ ।
ପରିବେଶ ମନ୍ତ୍ରଣାଳୟ ଗୁଡିକର ଭୂମିକାକୁ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଭୂମିକାକୁ ସୀମିତ ଊପାୟରେ ଦେଖାଯିବା ଉଚିତ୍ ନୁହେଁ । ସେ ଏହି କଥା ଉପରେ ଅବସୋସ ବ୍ୟକ୍ତ କରିଥିଲେ ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବେଶ ମନ୍ତ୍ରଣାଳୟ ଏକ ନିୟାମକ ରୂପରେ ହିଁ ଅଧିକ ଦେଖା ଯାଇଛି । ତେବେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ମୋତେ ଲାଗୁଛି ଯେ ପରିବେଶ ମନ୍ତ୍ରଣାଳୟର ଭୂମିକା ନିୟନ୍ତ୍ରଣକାରୀ ହେବା ବଦଳରେ ପରିବେଶକୁ ପ୍ରୋତ୍ସାହିତ କରିବା ରୂପରେ ଅଧିକ ଅଟେ ।’ ସେ ରାଜ୍ୟ ଗୁଡିକୁ ଯାନବାହନ ସ୍କ୍ରାପିଂ ନୀତି, ଏବଂ ଜୈବ ଇନ୍ଧନ ଉପାୟ ଗୁଡିକ ଭଳି ଇଥାନଲ୍ ମିଶ୍ରଣ ଇତ୍ୟାଦି ଉପାୟକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ନିମନ୍ତେ କହିଥିଲେ । ସେ ଏହି ଉପାୟ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ସହିତ ରାଜ୍ୟ ଗୁଡିକ ମଧ୍ୟରେ ସହଯୋଗ ବଜାୟ ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ ।
ଭୂଜଳ ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିକାଲି ଆମେ ଦେଖୁଛେ ଯେ, ପୂର୍ବରୁ ଯେଉଁ ରାଜ୍ୟ ଗୁଡିକରେ ଜଳର ବହୁଳତା ଥିଲା , ସେଠାରେ ଆଜି ଜଳର ଅଭାବ ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ, ଅମୃତ ସରୋବର ଏବଂ ଜଳ ସୁରକ୍ଷା ଭଳି ଆହ୍ୱାନ ଗୁଡିକ ଏବଂ ଉପାୟ କେବଳ ଜଳ ସହିତ ଯୋଡି ହୋଇଥିବା ବିଭାଗର ଦାୟିତ୍ୱ ନୁହେଁ, ଏହାକୁ ପରିବେଶ ବିଭାଗ ମଧ୍ୟ ସମାନ ପରିମାଣରେ ଆହ୍ୱାନ ରୂପେ ବୁଝିବାକୁ ହେବ । "ପରିବେଶ ମନ୍ତ୍ରଣାଳୟ ଗୁଡିକ ଦ୍ୱାରା ଏକ ସହଭାଗୀ ଏବଂ ସମନ୍ୱିତ ଦୃଷ୍ଟିକୋଣ ସହିତ କାମ କରିବା ମହତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ପରିବେଶ ମନ୍ତ୍ରଣାଳୟ ଗୁଡିକର ଚିନ୍ତାଧାରାରେ ପରିବର୍ତନ ହେବ, ମୋର ବିଶ୍ୱାସ ରହିଛି ଯେ ପ୍ରକୃତିକୁ ମଧ୍ୟ ଲାଭ ମିଳିବ ।’
ଏହି କଥା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ଏହି କାର୍ଯ୍ୟ କେବଳ ସୂଚନା ବିଭାଗ କିମ୍ବା ଶିକ୍ଷା ବିଭାଗ ପର୍ଯ୍ୟନ୍ତ ସୀମିତ ନୁହେଁ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବେଶର ସୁରକ୍ଷା ନିମନ୍ତେ ଜନ ସଚେତନତା ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଶ୍ରୀ ମୋଦୀ କହିଥିଲେ ଯେ, "ଯେମିତି ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ, ଦେଶରେ ଲାଗୁ କରା ଯାଇଥିବା ଜାତୀୟ ଶିକ୍ଷା ନୀତିରେ ଅନୁଭବ ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱ ଦିଆ ଯାଇଛି ।’ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନର ନେତୃତ୍ୱ ପରିବେଶ ମନ୍ତ୍ରଣାଳୟକୁ ସମ୍ବେଦନଶୀଳ କରିବା ଉଚିତ୍ । ଏହା ଫଳରେ ପିଲା ମାନଙ୍କ ମଧ୍ୟରେ ଜୈବ ବିବିଧତା ପ୍ରତି ସଚେତନତା ସୃଷ୍ଟି ହେବ ଏବଂ ପରିବେଶର ସୁରକ୍ଷା ବୀଜ ବପନ କରା ଯାଇ ପାରିବ । ପୟଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, "ଆମର ଉପକୂଳ କ୍ଷେତ୍ର ଗୁଡିକରେ ରହୁଥିବା ପିଲା ମାନଙ୍କୁ ଏହା ମଧ୍ୟ ଶିକ୍ଷା ଦିଆଯିବା ଉଚିତ୍ ଯେ, ସାମୁଦ୍ରିକ ପାରିବେଶିକ ବ୍ୟବସ୍ଥାର ସୁରକ୍ଷା କିପରି କରାଯିବା ଉଚିତ୍ । ଆମକୁ ନିଜର ପିଲା ମାନଙ୍କୁ ଏବଂ ଆଗାମୀ ପିଢ଼ି ଗୁଡିକୁ ପରିବେଶ ପ୍ରତି ସମ୍ବେଦନଶୀଳ କରାଇବା ଉଚିତ୍ ।’ ଆମର ରାଜ୍ୟ ଗୁଡିକରେ ବିଶ୍ୱ ବିଦ୍ୟାଳୟ ଗୁଡିକ ଏବଂ ଗବେଷଣାଗାର ଗୁଡିକ ଯେତେବେଳେ ଅନୁସନ୍ଧାନର ମନ୍ତ୍ରକୁ ପାଳନ କରି ପରିବେଶ ସଂରକ୍ଷଣ ସହିତ ସମ୍ବନ୍ଧିତ ନବସୃଜନ ଗୁଡିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍ । ପ୍ରଧାନମନ୍ତ୍ରୀ ପରିବେଶର ସୁରକ୍ଷା ନିମନ୍ତେ ବୈଷୟିକ ଜ୍ଞାନ କୌଶଳକୁ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, "ଜଙ୍ଗଲରେ ବନାଗ୍ନି ଗୁଡିକର ସ୍ଥିତି ଉପରେ ଅଧ୍ୟୟନ ଏବଂ ଅନୁସନ୍ଧାନ ସମାନ ରୂପରେ ମହତ୍ୱପୂର୍ଣ୍ଣ ଅଟେ ।’
ପାଶ୍ଚାତ୍ୟ ଦେଶ ଗୁଡିକରେ ଜଙ୍ଗଲରେ ନିଆଁର ଚିନ୍ତାଜନକ ହାର ଉପରେ ଧ୍ୟାନ କେନ୍ଦ୍ରିତ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଙ୍ଗଲ - ନିଆଁ କାରଣରୁ ବିଶ୍ୱ ଉତ୍ସର୍ଜନରେ ଭାରତର ଅଂଶ ଯଦିଓ ବହୁତ କମ୍, କିନ୍ତୁ ଆମକୁ ଏବେ ଠାରୁ ସଚେତନ ହେବାକୁ ପଡିବ । ପ୍ରଧାନମନ୍ତ୍ରୀ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଯେ, ସମସ୍ତ ରାଜ୍ୟ ଗୁଡିକରେ ଅଗ୍ନି ପ୍ରତିରୋଧୀ ବ୍ୟବସ୍ଥା ସୁଦୃଢ଼ ହେଉ, ପ୍ରଯୁକ୍ତି ଆଧାରିତ ହେଉ, ଏହା ବହୁତ ଜରୁରୀ ଅଟେ । ଶ୍ରୀ ମୋଦୀ ଆମର ବନ ରକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ, ଯେତେବେଳେ ଜଙ୍ଗଲରେ ନିଆଁ ଲିଭାଇବା କଥା ହେଉ ସେତେବେଳେ ବିଶେଷ ଗୁରୁତ୍ୱ ଦେବା ଉଚିତ୍ ।
ପରିବେଶ ଅନୁମତି ପ୍ରାପ୍ତ କରିବା କ୍ଷେତ୍ରରେ ଦେଖା ଦେଉଥିବା ଜଟିଳତା ଗୁଡିକ ଆଡକୁ ଇସାରା କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଧୁନିକ ଭିତିଭୂମି ବିନା, ଦେଶର ବିକାଶ, ଦେଶ ବାସୀ ମାନଙ୍କର ଜୀବନର ସ୍ତରକୁ ପରିବର୍ତନ କରିବାର ପ୍ରୟାସ ସଫଳ ହୋଇ ପାରିବ ନାହିଁ । ପ୍ରଧାନମନ୍ତ୍ରୀ ସର୍ଦ୍ଦାର ସରୋବର ଡ୍ୟାମ୍ର ଉଦାହରଣ ଦେଇଥିଲେ, ଯାହାକୁ ୧୯୬୧ରେ ପଣ୍ଡିତ ଜବାହରଲାଲ ନେହରୁ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ, ପରିବେଶ ନାମରେ କରା ଯାଉଥିବା ଷଡଯନ୍ତ୍ର ଗୁଡିକ କାରଣରୁ ଏହାର ନିର୍ମାଣକୁ ସମ୍ପୂର୍ଣ୍ଣ କରିବାରେ ଅନେକ ଦଶନ୍ଧି ଲାଗି ଯାଇଥିଲା । ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭିନ୍ନ ବଶ୍ୱ ସଙ୍ଗଠନ ଗୁଡିକ ଏବଂ ପ୍ରତିଷ୍ଠାନ ଗୁଡିକ ଠାରୁ କୋଟି କୋଟି ଟଙ୍କା ନେଇ ଭାରତର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସହରୀ ନକ୍ସଲ ମାନଙ୍କର ଭୂମିକାକୁ ମଧ୍ୟ ଚିହ୍ନିତ କରିଥିଲେ । ପ୍ରଧାନମନ୍ତ୍ରୀ ଏଭଳି ଲୋକ ମାନଙ୍କର ଷଡଯନ୍ତ୍ର ଗୁଡିକ ଆଡକୁ ଇସାରା କରିଥିଲେ ଏବଂ ଯେଉଁ କାରଣରୁ ବିଶ୍ୱ ବ୍ୟାଙ୍କ ବନ୍ଧର ଉଚ୍ଚତାକୁ ବୃଦ୍ଧି କରିବା ନିମନ୍ତେ ଋଣ ଦେବା ପାଇଁ ମନା କରି ଦେଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଏହି ଷଡଯନ୍ତ୍ର ଗୁଡିକୁ ବିଫଳ କରିବା ପାଇଁ କିଛି ସମୟ ଲାଗିଛି, କିନ୍ତୁ ଗୁଜରାଟର ଲୋକମାନେ ବିଜୟୀ ହୋଇଥିଲେ । ବନ୍ଧକୁ ପରିବେଶ ନିମନ୍ତେ ବିପଦ ବୋଲି କୁହା ଯାଉଥିଲା ଏବଂ ଆଜି ସେହି ବନ୍ଧ ପରିବେଶ ସୁରକ୍ଷାର ପର୍ଯ୍ୟାୟ ହୋଇ ଯାଇଛି । "ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଜ ନିଜ ରାଜ୍ୟ ଗୁଡିକରେ ସହରୀ ନକ୍ସଲ ମାନଙ୍କର ଏଭଳି ଗୋଷ୍ଠୀ ଠାରୁ ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ ଯେ, ପରିବେଶ ଅନୁମତି ନିମନ୍ତେ ୬୦୦୦ରୁ ଅଧିକ ପ୍ରସ୍ତାବ ଏବଂ ଜଙ୍ଗଲ ପରିଷ୍କରଣ ନିମନ୍ତେ ୬୫୦୦ରୁ ଅଧିକ ଆବେଦନ ରାଜ୍ୟ ଗୁଡିକ ନିକଟରେ ପଡି ରହିଛି ।
ସେ କହିଥିଲେ ଯେ, \"ରାଜ୍ୟ ଗୁଡିକ ଦ୍ୱାରା ସବୁ ପ୍ରକାରର ଉପଯୁକ୍ତ ପ୍ରସ୍ତାବକୁ ଖୁବ୍ ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବା ନିମନ୍ତେ ଚେଷ୍ଟା କରାଯିବା ଉଚିତ୍ । ଆପଣମାନେ ଅନୁମାନ ଲାଗାଇ ପାରିବେ ନାହିଁ, ଏହ ବିଳମ୍ବ କାରଣରୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ଯିବ ।’
ପ୍ରଧାନମନ୍ତ୍ରୀ କାର୍ଯ୍ୟର ଢାଂଚାରେ ପରିବର୍ତନ ଆଣିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ, ଯାହା ଫଳରେ ଦୀର୍ଘ ଦିନ ଧରି ପଡି ରହିଥିବା ମାମଲା ଗୁଡିକର ସଂଖ୍ୟ କମ୍ ହେଉ ଏବଂ ମଞ୍ଜୁରୀରେ ଦ୍ରୁତ ଗତି ଯେମିତି ଆସି ପାରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ପରିବେଶ ଅନୁମତି ଦେବାରେ ଆମେ ନିୟମକୁ ମଧ୍ୟ ଧ୍ୟାନରେ ରଖିଥାଉ ଏବଂ ସେହି କ୍ଷେତ୍ରର ଲୋକ ମାନଙ୍କର ବିକାଶକୁ ମଧ୍ୟ ପ୍ରାଥମିକତା ଦେଇଥାଉ । ସେ କହିଥିଲେ ଯେ, ‘ଏହା ଅର୍ଥନୀତି ଏବଂ ପାରିବେଶିକ ବ୍ୟବସ୍ଥା ଉଭୟ ନିମନ୍ତେ ଏକ ବିଜୟର ସ୍ଥିତି ଅଟେ ।’ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, "ଆମର ଚେଷ୍ଟା ହେବା ଉଚିତ୍ ଯେ , ପରିବେଶ ନାମରେ ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଂ ବ୍ୟବସାୟ କାର୍ଯ୍ୟରେ କୌଣସି ବାଧା ଯେପରି ସୃଷ୍ଟି କରିବାକୁ ଦିଆ ନଯାଏ । ଆମକୁ ଏହା ମନେ ରଖିବାକୁ ପଡିବ ଯେ, ଯେତେ ଦ୍ରୁତ ଗତିରେ ପରିବେଶ ଅନୁମତି ମିଳିବ, ବିକାଶ ମଧ୍ୟ ସେହି ପରିମାଣରେ ଦ୍ରୁତ ହେବ ।
ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପ୍ରଗତି ମୈଦାନ ସୁଡଙ୍ଗର ଉଦାହରଣ ଦେଇଥିଲେ ଯାହାକୁ କିଛି ସପ୍ତାହ ପୂର୍ବରୁ ରାଷ୍ଟ୍ରକୁ ସମର୍ପିତ କରା ଯାଇଛି । \"ଏହି ସୁଡଙ୍ଗ କାରଣରୁ ଦିଲ୍ଲୀର ଲୋକମାନଙ୍କୁ ଭିଡରେ ଫସିବାର ଅସୁବିଧା କମ୍ ହୋଇଛି । ପ୍ରଗତି ମୈଦାନ ସୁଡଙ୍ଗ ପ୍ରତି ବର୍ଷ ୫୫ ଲକ୍ଷ ଲିଟରରୁ ଅଧିକ ଇନ୍ଧନ ବଂଚାଇବା ପାଇଁ ମଧ୍ୟ ସାହାଯ୍ୟ କରିବ । ଏହା ଦ୍ୱାରା ପ୍ରତି ବର୍ଷ କାର୍ବନ୍ ଉତ୍ସର୍ଜନରେ ପାଖାପାଖି ୧୩ ହଜାର ଟନ୍ର ହ୍ରାସ ଦେଖାଯିବ ଯାହା ୬ ଲକ୍ଷ ରୁ ଅଧିକ ବୃକ୍ଷ ଗୁଡିକ ସହିତ ସମାନ ଅଟେ । ଶ୍ରୀ ମୋଦୀ କହିଥିଲେ ଯେ, \"ଫ୍ଲାଇଓଭର, ସଡକ, ଏକ୍ସପ୍ରେସ୍ୱେ ହେଉ କିମ୍ବା ରେଳ ପ୍ରକଳ୍ପ ଗୁଡିକ ହେଉ, ସେଗୁଡିକର ନିର୍ମାଣ ଦ୍ୱାରା କାର୍ବନ ଉତ୍ସର୍ଜନକୁ କମ୍ କରିବାରେ ସମାନ ରୂପରେ ସହାୟତା ମିଳିଥାଏ । ପୁରୀର ଦେବା ସମୟରେ ଆମେ ଏହି ପ୍ରସଙ୍ଗକୁ ଉପେକ୍ଷା କରିବା ଉଚିତ୍ ନୁହେଁ ।’
ପ୍ରଧାନମନ୍ତ୍ରୀ ପରିବେଶ ସହିତ ସମ୍ବନ୍ଧିତ ସମସ୍ତ ପ୍ରକାରର ଅନୁମତି ନିମନ୍ତେ ସିଙ୍ଗଲ୍ ୱିଣ୍ଡୋ ମୋଡ୍ ପରିବେଶ ପୋର୍ଟାଲ୍ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ, ପରିବେଶ ପୋର୍ଟାଲ୍, ପରିବେଶ ସହିତ ଯୋଡି ହୋଇଥିବା ସବୁ ପ୍ରକାରର ମଞ୍ଜୁରୀ ନିମନ୍ତେ ସିଙ୍ଗଲ୍ ୱଣ୍ଡୋ ମାଧ୍ୟମ ତିଆରି କରା ଯାଇଛି । ଏହା ମଧ୍ୟ ସ୍ୱଚ୍ଛ ଅଟେ ଏବଂ ଏଥିରେ ଆପ୍ରୁଭାଲ୍ ନିମନ୍ତେ ହେଉଥିବା ଧାଁଧପଡ କମ୍ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, "ଆଠ ବର୍ଷ ପୂର୍ବ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ରେ ଯେଉଁଠାରେ ୬୦୦ରୁ ଅଧିକ ଦିନ ଲାଗି ଯାଉଥିଲା, ଏବେ ସେଥିପାଇଁ ୭୫ ଦିନ ଲାଗୁଛି ।’
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭିତିଭୂମି ପ୍ରକଳ୍ପରେ ସମନ୍ୱୟ ବୃଦ୍ଧି ପାଇଛି, ଯେତେବେଳେ ଅନେକ ପ୍ରକଳ୍ପ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ର କାର୍ଯ୍ୟାନ୍ୱୟନ ପରେ ଗତି ପ୍ରାପ୍ତ କରିଛନ୍ତି । ପରିବେଶର ସୁରକ୍ଷା ନିମନ୍ତେ ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ମଧ୍ୟ ଏକ ଉତମ ଉପାୟ ଅଟେ । ସେ ବିପଦ - ରୋଧୀ ଭିତିଭୂମିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଆମକୁ ଜଳବାୟୁ ପରିବର୍ତନ ସହିତ ଯୋଡି ହୋଇ ରହିଥିବା ଆହ୍ୱାନ ଗୁଡିକୁ ସାମନା କରି ଅର୍ଥ ବ୍ୟବସ୍ଥାର ସମସ୍ତ ମୁଣ୍ଡ ଟେକୁଥିବା କ୍ଷେତ୍ରର ସଦୁପଯୋଗ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟଙ୍କୁ ଏକାଠି ହୋଇ ସବୁଜ ଔଦ୍ୟୋଜିକ ଅର୍ଥନୀତି ଆଡକୁ ବଢ଼ିବାର ଅଛି ।’
ନିଜର ସମ୍ବୋଧନର ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବେଶ ମନ୍ତ୍ରଣାଳୟ ଏକ ନିୟମକ ସଂସ୍ଥା ହେବା ସହିତ, ଲୋକମାନଙ୍କର ଆର୍ôଥକ ସଶକ୍ତିକରଣ ଏବଂ ରୋଜଗାରର ନୂତନ ସାଧନ ସୃଷ୍ଟି କରିବାର ଏକ ବୃହତ୍ ମାଧ୍ୟମ ମଧ୍ୟ ଅଟେ । "ଆପଣ ମାନଙ୍କୁ ଏକତା ନଜରରେ ଶିଖିବା, ଦେଖିବା ଏବଂ କରିବା ନିମନ୍ତେ ବହୁତ କିଛି ମିଳିବ । ଗୁଜରାଟର କୋଟି କୋଟି ଲୋକ ମାନଙ୍କୁ ଅମୃତ ଦେଉଥିବା ସର୍ଦ୍ଦାର ସରୋବର ବନ୍ଧ ଏଠାରେ ଅବସ୍ଥିତ ।’
ଏକତା ନଗରର କେୱାଡିଆ ଶିଖିବାର ଅବସର ଗୁଡିକ ଆଡକୁ ଇସାରା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରିତନ୍ତ୍ର ଏବଂ ଅର୍ଥନୀତି କ୍ଷେତ୍ରରେ ଏକା ସହିତ ବିକାଶ, ପରିବେଶକୁ ସୁଦୃଢ଼ କରିବା ଏବଂ ନିଯୁକ୍ତିର ନୂତନ ଅବସର ସୃଷ୍ଟି କରିବା, ପରିବେଶ - ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ମାଧ୍ୟମ ରୂପରେ ଜୈବ ବିବିଧତା, ଏବଂ ଆମର ଆଦିବାସୀ ଭାଇ ଏବଂ ଭଉଣୀ ମାନଙ୍କର ସମ୍ପତି ସହିତ ଜଙ୍ଗଲ ସମ୍ପଦର ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ ର ସମାଧାନ ଏଠାରୁ କରା ଯାଇପାରିବ ।
ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ୍ ଏବଂ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି
ସହକାରୀ ସଂଘବାଦ ଭାବନାକୁ ଆଗକୁ ବୃଦ୍ଧି କରି, ବହୁ - ମୁଖର ଦୃଷ୍ଟିକୋଣ ମାଧ୍ୟମରେ ଦ୍ୱାରା ପ୍ଲାଷ୍ଟିକ୍ ପ୍ରଦୂଷଣରେ ହ୍ରାସ ଆଣିବା ପାଇଁ, ଜଳବାୟୁ ପରିବର୍ତନର ଆହ୍ୱାନକୁ ମୁକାବିଲା କରିବା ନିମନ୍ତେ ରାଜ୍ୟ ଗୁଡିକର କାର୍ଯ୍ୟ ଯୋଜନା ଗୁଡିକ, ଜୀବନ ଶୈଳୀ ଉପରେ ପ୍ରଭାବୀ ଢଙ୍ଗରେ ଧ୍ୟାନ କେନ୍ଦ୍ରିତ କରିବା, ପରିବେଶ ନିମନ୍ତେ ଜୀବନ ଶୈଳୀ ଭଳି ପ୍ରସଙ୍ଗ ଗୁଡିକ ଉପରେ ଉନ୍ନତ ନୀତି ପ୍ରସ୍ତୁତ କରିବାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନଙ୍କ ମଧ୍ୟରେ ଆହୁରି ତାଳମେଳ ରଖିବା ପାଇଁ ସମ୍ମିଳନୀ ଆୟୋଜିତ କରା ଯାଉଛି । ଏହା ଜଙ୍ଗଲ କ୍ଷେତ୍ରକୁ ବୃଦ୍ଧି କରିବା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିବ, ଯେଉଁଥିରେ ବିଶେଷ ରୂପରେ ଅବକ୍ଷୟ ପ୍ରାପ୍ତ ଭୂମିକୁ ଉର୍ବର କରିବା ଏବଂ ବନ୍ୟଜୀବ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆ ଯିବ ।
୨୩ ଏବଂ ୨୪ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ସମ୍ମିଳନୀରେ ଛଅଟି ବିଷୟ ସମ୍ପର୍କରେ ଅଧିବେଶନ ହେବ ଯେଉଁଥିରେ ଲାଇଫ୍, ଜଳବାୟୁ ପରିବର୍ତନର ମୁକାବିଲା (ଊତ୍ସର୍ଜନ ପ୍ରଶମନ ଜଳବାୟୁ ପ୍ରଭାବ ଗୁଡ଼ିକର ଅନୁକୂଳନ ନିମନ୍ତେ ଜଳବାୟୁ ପରିବର୍ତନ ଊପରେ ରାଜ୍ୟ ଗୁଡିକର କାର୍ଯ୍ୟ ଯୋଜନା ଗୁଡିକୁ ଅଧୁନାତନ କରିବା) , ପରିବେଶ (ସମନ୍ୱିତ ସବୁଜ ମଞ୍ଜୁରୀ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍) : ଜଙ୍ଗଲ କାର୍ଯ୍ୟକ୍ରମ ପରିଚାଳନା: ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା , ବନ୍ୟଜୀବ ପରିଚାଳନା : ପ୍ଲାଷ୍ଟିକ୍ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ବିଷୟ ସାମିଲ ହେବ ।
************
SSP
(Release ID: 1861865)
Visitor Counter : 362
Read this release in:
Kannada
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam