ଯୋଗାଯୋଗ ମନ୍ତ୍ରଣାଳୟ

୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଯୋଜନା

Posted On: 23 SEP 2022 7:45PM by PIB Bhubaneshwar

୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ଯୋଜନାର ପଞ୍ଚମ ଭାଗ (ଅପ୍ଟିକାଲ ଫାଇବର କେବୁଲ) ଅଧୀନରେ, ୩୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ନେଟୱର୍କ ପାଇଁ ପୁଞ୍ଜି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଏହି ସହାୟତା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ହେବ । ଦୂରସଞ୍ଚାର ବିଭାଗର ସୁପାରିସ କ୍ରମେ ବ୍ୟୟ ବିଭାଗ ପକ୍ଷରୁ ନିକଟରେ ଚାରିଟି ରାଜ୍ୟ : ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ହରିୟାଣା ଏବଂ କର୍ଣ୍ଣାଟକ ପାଇଁ ଯଥାକ୍ରମେ ୫୦ କୋଟି, ୮୪ କୋଟି, ୬୫ କୋଟି ଏବଂ ୧୫୬ କୋଟି ଟଙ୍କାର ଆବଣ୍ଟନ କରାଯାଇଛି ।

*******

P.S.

 

 



(Release ID: 1861852) Visitor Counter : 136


Read this release in: English , Urdu , Hindi , Marathi