ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଶୁଦ୍ଧ ଶାକାହାରୀ ଖାଦ୍ୟ ବର୍ଗ ଅଧୀନରେ ଉଦ୍ଭିଦ ଆଧାରିତ ମାଂସ ଉତ୍ପାଦର ପ୍ରଥମ ଦଫାରେ ପ୍ରେରିତ ହେବାକୁ ଥିବା ମାଲ ଗୁଜରାଟରୁ ଆମେରିକାକୁ ରପ୍ତାନୀ କରାଯାଇ ସାରିଛି


ଶୁଦ୍ଧ ଶାକାହାରୀ ଖାଦ୍ୟ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଷ୍ଟ୍ରେଲିଆ, ଇସ୍ରାଏଲ୍ ଏବଂ ନ୍ୟୁଜିଲାଣ୍ଡକୁ ରପ୍ତାନୀ ସମ୍ପର୍କରେ କେନ୍ଦ୍ରର ଯୋଜନା

Posted On: 22 SEP 2022 2:45PM by PIB Bhubaneshwar

ସ୍ୱତନ୍ତ୍ର କୃଷି ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଗୁଡିକର ରପ୍ତାନୀକୁ ପ୍ରୋତ୍ସାହିତ କରିବା ନିମନ୍ତେ କେନ୍ଦ୍ର ସରକାର ସର୍ବୋଚ୍ଚ ରପ୍ତାନୀ ସମ୍ବର୍ଦ୍ଧନ ସଂସ୍ଥା - କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ପ୍ରାଧିକରଣ (ଏପିଇଡିଏ) ମାଧ୍ୟମରେ ଶାକାହାରୀ ଖାଦ୍ୟ ବର୍ଗ ଅନ୍ତର୍ଗତ ଉଦ୍ଭିଦ ଆଧାରିତ ମାଂସ ଉତ୍ପାଦ ଗୁଡିକର ପ୍ରଥମ ଦଫାର ରପ୍ତାନୀ ଆଦେଶକୁ ସୁଗମ କରାଇଛନ୍ତି । ଗୁଜରାଟର ଖେଡା ଜିଲ୍ଲାର ନଦିଆଦ୍ ଠାରୁ ଆମେରିକାର କାଲିଫର୍ଣ୍ଣିଆକୁ ଏହି ରପ୍ତାନୀ କରା ଯାଇଛି ।

ବିକଶିତ ଦେଶ ଗୁଡିକରେ ଶାକାହାରୀ ଖାଦ୍ୟ ଉତ୍ପାଦ ଗୁଡିକର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଆଖି ଆଗରେ ରଖି ଉଦ୍ଭିଦ ଆଧାରିତ ଖାଦ୍ୟ ଉତ୍ପାଦ ଗୁଡିକର ଅନ୍ତର୍ଜାତୀୟ ବଜାର ଗୁଡିକୁ ରପ୍ତାନୀ କରାଯିବାର ଅପର୍ଯ୍ୟାପ୍ତ ସାମର୍ଥ୍ୟ ରହିଛି, କାରଣ ଏଥିରେ ଉଚ୍ଚ ଗୁଣବତା ସମ୍ପନ୍ନ ପୋଷକ ତତ୍ୱ ରହିଥାଏ । ଏଥିରେ ଅଧିକ ପରିମାଣରେ ଫାଇବର (ତନ୍ତୁ) ରହିଛି ଏବଂ କୋଲେଷ୍ଟେରଲ୍ ମାତ୍ରା ବହୁତ କମ୍ ରହିଥାଏ । ଏଥିପାଇଁ ଶାକାହାରୀ ଖାଦ୍ୟ ଉତ୍ପାଦ ଗୁଡ଼ିକ ସମଗ୍ର ବିଶ୍ୱରେ ବୈକଳ୍ପିକ ଖାଦ୍ୟ ଉତ୍ପାଦ ଭାବରେ ପରିଗଣିତ ହେବାକୁ ଯାଉଛି ।

ନଦିଆଦ୍ ଠାରୁ ଯେଉଁ ପ୍ରଥମ ନୌ ବହନ ଆମେରିକା ରପ୍ତାନୀ କରା ଯାଇଛି, ସେଥିରେ ରହିଥିବା ଶାକାହାରୀ ଖାଦ୍ୟ ଉତ୍ପାଦ ଗୁଡ଼ିକ ହେଉଛି, ଯଥା- ମୋମୋଜ୍‌, ମିନି ସମୋସା, ପ୍ୟାଟିସ୍‌, ନଗେଟସ୍‌, ସ୍ପ୍ରିଙ୍ଗ ରୋଲସ୍‌, ବର୍ଗର ଇତ୍ୟାଦି । ଏଥିପାଇଁ ଖେଡା ଜିଲ୍ଲା ପ୍ରଶାସନ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି ।

ନୂତନ ବିଦେଶୀ ଲକ୍ଷ୍ୟ ସ୍ଥଳ ଉପରେ ଗୁରୁତ୍ୱ ଦେଇ ଏପିଇଡିଏର ଅଧ୍ୟକ୍ଷ ଡଃ. ଏମ୍‌. ଅଙ୍ଗମୁଥୁ କହିଲେ ଯେ, ଏପିଇଡିଏ ଅଧିକ ପରିମାଣରେ ଉଦ୍ଭିଦ ଅଧାରିତ ମାଂସ ଉତ୍ପାଦ ଗୁଡିକୁ ପ୍ରୋତ୍ସାହନ ଦେବା ନିମନ୍ତେ କାମ କରୁଛି, ଯେଉଁଥିରେ ପାରମ୍ପରିକ ପଶୁ ଆଧାରିତ ମାଂସ ଉତ୍ପାଦ ରପ୍ତାନୀ ବଜାରରେ କୌଣସି ହସ୍ତକ୍ଷେପ କରା ଯାଉନାହିଁ ।

ଏହି ଅବସରରେ ଖେଡାର ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କେ. ଏଲ୍‌. ବଚ୍ଛାନୀ ଭବିଷ୍ୟତର ରପ୍ତାନୀ ସମ୍ବନ୍ଧୀୟ କାର୍ଯ୍ୟକଳାପ ନିମନ୍ତେ ଏପିଇଡିଏ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଦେବ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ । ଶ୍ରୀ ବଚ୍ଛାନୀ କହିଥିଲେ ଯେ, "ଏପିଇଡିଏ, ଗୁଜରାଟର କ୍ଷେତ୍ରୀୟ ପ୍ରମୁଖଙ୍କର ପ୍ରୟାସ ଗୁଡିକ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ନଦିଆଦ୍ ଠାରୁ ଆମେରିକାକୁ ଉଦ୍ଭିଦ ଆଧାରିତ ଖାଦ୍ୟ ଉତ୍ପାଦ ଗୁଡିକର ପ୍ରଥମ ଦଫା ପଠାଇ ଦିଆ ଯାଇ ପାରିଛି ।’

ଏପିଇଡିଏ, ଶାକାହାରୀ ଖାଦ୍ୟ ଉତ୍ପାଦ ଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ପ୍ୟାନ୍‌କେକ୍‌, ସ୍ନାକ୍ସ, ଚିଜ୍ (ଛେନା) ଇତ୍ୟାଦି ସାମିଲ୍ ଅଟେ, ଯାହାକୁ ଆଗାମୀ ଦିନରେ ଅଷ୍ଟ୍ରେଲିଆ, ଇସ୍ରାଏଲ୍‌, ନ୍ୟୁଜିଲାଣ୍ଡ ଏବଂ ଅନ୍ୟ ଦେଶ ଗୁଡିକୁ ମଧ୍ୟ ରପ୍ତାନୀ କରାଯିବ ।

ଏପିଇଡିଏ, ଗୁଜରାଟର କ୍ଷେତ୍ରୀୟ ପ୍ରମୁଖ କହିଥିଲେ ଯେ, ଏପିଇଡିଏର ରପ୍ତାନୀ ଝୁଡ଼ିରେ ଅଧିକରୁ ଅଧିକ ଉଦ୍ଭିଦ ଆଧାରିତ ମାଂସ ଉତ୍ପାଦ ଗୁଡିକୁ ଯୋଡାଯିବା ଉଚିତ୍ । ଉଦ୍ଭିଦ ଆଧାରିତ ଖାଦ୍ୟ ଉତ୍ପାଦ ଗୁଡିକର ପ୍ରଥମ ଦଫାର ରପ୍ତାନୀ ଗ୍ରୀନ୍ ନେଷ୍ଟ ଏବଂ ହୋଲସମ୍ ଫୁଡସ୍ ସଂସ୍ଥା କରିଛନ୍ତି ।

ଏପିଇଡିଏ ରପ୍ତାନୀ ସମ୍ବନ୍ଧିତ ଅନେକ ଗୁଡିଏ କାର୍ଯ୍ୟକଳାପ ଏବଂ ପଦକ୍ଷେପ ଗୁଡିକୁ ହାତକୁ ନେଇ ଆରମ୍ଭ କରିଛି । ଏଥିପାଇଁ ଭର୍ଚୁଆଲ୍ ବାଣିଜ୍ୟ ମେଳା, ଫାର୍ମର କନେକ୍ଟ ପୋର୍ଟାଲ୍ (କୃଷକ ମାନଙ୍କ ସହିତ ଯୋଗାଯୋଗ ପୋର୍ଟାଲ୍‌), ଇ - ଅଫିସ୍‌, ହର୍ଟି - ନେଟ୍ ଟ୍ରେସେବିଲିଟି ବ୍ୟବସ୍ଥା, କ୍ରେତା - ବିକ୍ରେତା ମାନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା, ଉତ୍ପାଦ ନିର୍ଦ୍ଦିଷ୍ଟ ଅଭିଯାନ ଇତ୍ୟାଦି କାର୍ଯ୍ୟ କରାଯିବ । ଏପିଇଡିଏ ଭିତିଭୂମି ସୃଷ୍ଟି ଏବଂ ରାଜ୍ୟରୁ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ସହିତ ଘନିଷ୍ଠ ଭାବରେ ମିଳିମିଶି କାମ କରୁଛି ।

ଏପିଇଡିଏ ରପ୍ତାନୀ ପରୀକ୍ଷଣ ଏବଂ ଅବଶେଷ ଯାଂଚ ଯୋଜନା ନିମନ୍ତେ ମାନ୍ୟତାପ୍ରାପ୍ତ ଲାବୋରେଟୋରୀର ବିକାଶ କରିଛି ତଥା ସେଗୁଡିକୁ ସୁଦୃଢ଼ କରିବାରେ ସହାୟତା କରୁଛି । ଏପିଇଡିଏ କୃଷି ଉତ୍ପାଦ ଗୁଡିକର ରପ୍ତାନୀକୁ ଅଧିକ କରିବା ନିମନ୍ତେ ଭିତିଭୂମିର ବିକାଶ, ଗୁଣବତାରେ ପରିବର୍ତନ ଏବଂ ବଜାର ବିକାଶ କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରୁଛି ।

ଏପିଇଡିଏ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଗୁଡିକ ରପ୍ତାନୀକାରୀ ମାନଙ୍କର ଭାଗିଦାରୀତାକୁ ନେଇ ମଧ୍ୟ ଆୟୋଜନ କରିଥାଏ, ଯାହା ଏହି ଭଳି ରପ୍ତାନୀକାରୀ ମାନଙ୍କୁ ଏକ ମଂଚ ଉପଲବ୍ଧ ହୋଇଥାଏ, ଯେଉଁଠାରେ ସେମାନେ ବିଶ୍ୱ ବଜାରରେ ନିଜର ଖାଦ୍ୟ ଉତ୍ପାଦକୁ ପ୍ରବେଶ କରାଇ ପାରିବେ । ଏପିଇଡିଏ ଆହାର, ଜୈବିକ ବିଶ୍ୱ କଂଗ୍ରେସ, ବାୟୋ - ଫାକ୍ ଇଣ୍ଡିଆ ଇତ୍ୟାଦି ଭଳି ଜାତୀୟ କାର୍ଯ୍ୟକ୍ରମ ଗୁଡିକର ମଧ୍ୟ ଆୟୋଜନ କରିଥାଏ, ଯାହା ଫଳରେ କୃଷି ରପ୍ତାନୀକୁ ପ୍ରୋତ୍ସାହିତ କରା ଯାଇ ପାରିବ ।

ଋପ୍ତାନୀ କରା ଯାଇଥିବା ଉତ୍ପାଦ ଗୁଡିକର ଗୁଣବତାର ବିନା ପ୍ରତିବନ୍ଧକରେ ପ୍ରମାଣୀକରଣକୁ ସୁନିଶ୍ଚିତ କରିବା ନିମନ୍ତେ ଏପିଇଡିଏ ସାରା ଦେଶରେ ୨୨୦ ଲାବରେଟୋରୀ ଗୁଡିକୁ ମାନ୍ୟତା ଦେଇଛି, ଯାହା ରପ୍ତାନୀକାରୀ ମାନଙ୍କର ଉତ୍ପାଦ ଗୁଡିକର ବ୍ୟାପକ ଶୃଙ୍ଖଳାର ପରୀକ୍ଷଣର ସେବା ଗୁଡିକୁ ପ୍ରଦାନ କରିଥାଏ ।

************

SSP


 



(Release ID: 1861610) Visitor Counter : 132