ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ରାଷ୍ଟ୍ରୀୟ ପୁରସ୍କାର 2022 ର ଅନ୍ତିମ ତାରିଖ ବୃଦ୍ଧି କରିଛନ୍ତି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ


ଆବେଦନ ଗ୍ରହଣ କରିବାର ଅନ୍ତିମ ତାରିଖ ଏବେ 20 ସେପ୍ଟେମ୍ବର 2022 ରୁ ବଢ଼ାଇ 27 ସେପ୍ଟେମ୍ବର 2022 କରାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 19 SEP 2022 6:53PM by PIB Bhubaneswar

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ 27 ଅଗଷ୍ଟ 2022 ରେ ବର୍ଷ 2022 ପାଇଁ ରାଷ୍ଟ୍ରୀୟ ଖେଳ ପୁରସ୍କାର ଅର୍ଥାତ୍ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ  ପୁରସ୍କାର (ଆରକେପିପି) ଏବଂ ମୌଲାନା ଅବୁଲ୍ କଲାମ ଆଜାଦ୍ (ମାକା) ଟ୍ରଫି ପାଇଁ ଆବେଦନ ଆମନ୍ତ୍ରଣ କରିଥିଲେ। ଏହି ସମ୍ବନ୍ଧିତ ଅଧିସୂଚନା ମନ୍ତ୍ରଣାଳୟର ୱେବସାଇଟ୍ www.yas.nic.in ରେ ଅପଲୋଡ୍ କରାଯାଇଥିଲା।

ଏବେ ଆବେଦନ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି 20 ସେପ୍ଟେମ୍ବର 2022 ରୁ ବଢ଼ାଇ 27 ସେପ୍ଟେମ୍ବର 2022 (ମଙ୍ଗଳବାର) ପର୍ଯ୍ୟନ୍ତ କରି ଦିଆଯାଇଛି। ଏହି ପୁରସ୍କାର ପାଇଁ ସମସ୍ତ ଯୋଗ୍ୟ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା/ ବିଶ୍ବବିଦ୍ୟାଳୟ ମାନଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଉଛି। ସେମାନଙ୍କୁ ସମର୍ପିତ ପୋର୍ଟାଲ୍ dbtyas-sports.gov.in ରେ ନିଜେ ଅନଲାଇନ୍ ଆବେଦନ କରିବାକୁ ହେବ। ଭାରତୀୟ ଅଲମ୍ପିକ ସଂଘ/ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ/ ମାନ୍ୟତା ପ୍ରାପ୍ତ ରାଷ୍ଟ୍ରୀୟ ଖେଳ ସଂଘ/ କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ଼/ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ର ସରକାର ଆଦିଙ୍କୁ ଏହି ଅନୁସାରେ ସୂଚୀତ କରାଯାଉଛି। 27 ସେପ୍ଟେମ୍ବର 2022 ପରେ ଗ୍ରହଣ କରାଯାଇଥିବା ନାମାଙ୍କନ ଉପରେ ବିଚାର କରାଯିବ ନାହିଁ।

BS


(ରିଲିଜ ଆଡି: 1860702) ପରିଦର୍ଶକ କାଉଣ୍ଟର : 162
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Manipuri